ଭଦ୍ରକ : ଧାନବିକ୍ରି ପାଇଁ ମୋବାଇଲକୁ ଟୋକନ ନମ୍ବର ମେସେଜ ଆସିଛି । କିନ୍ତୁ ମଣ୍ଡିକୁ ଯିବା ବେଳେ ସମବାୟ ସମିତି କହୁଛି ଟାର୍ଗେଟ ନାହିଁ । ଟୋକନର ଅବଧି ମଧ୍ୟରେ ଧାନ ବିକ୍ରି ନହେବାରୁ ଜିଲ୍ଲାର ଚାଷୀ ଏବେ ଅସନ୍ତୋଷ ପ୍ରକାଶ କରିବା ସହ ଅଭିଯୋଗ କରିଛନ୍ତି । ଏନେଇ ଆଜି ରାସ୍ତାରୋକ କରିଥିଲେ ଚାଷୀ ।
ସୂଚନା ଅନୁଯାୟୀ ଭଦ୍ରକ ଶ୍ରୀରାମ ସେବା ସମବାୟ ସମିତି ଅଧିନରେ ଚାଷୀଙ୍କୁ ଧାନ ବିକ୍ରି ପାଇଁ ଟୋକନ ନମ୍ବର ମେସେଜରେ ଆସିଥିଲା । କିନ୍ତୁ ସେବା ସମବାୟ ଧାନ ନେଲା ନାହିଁ । ସମବାୟ ସମିତିକୁ ଟାର୍ଗେଟ ମିଳିନଥିବା କହୁଥିବାରୁ ଚାଷୀ ଆଜି ରାସ୍ତାକୁ ଓହ୍ଲାଇଛନ୍ତି । ଭଦ୍ରକ ବହୁଦରଡା ଛକ ନିକଟ 16 ନମ୍ବର ଜାତୀୟ ରାଜପଥରେ ଧାନ ରଖି ରାସ୍ତା ଅବରୋଧ କରିଥିଲେ ଚାଷୀ। ପରେ ପ୍ରଶାସନ ପକ୍ଷରୁ ହସ୍ତକ୍ଷେପ କରିବା ପରେ ସ୍ଥିତି ସାମାନ୍ୟ ହୋଇଥିଲା। ତେବେ ଏନେଇ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ