ETV Bharat / state

ଭୈରବୀ, ଭୟହାରିଣୀ ମା' ଭଦ୍ରକାଳୀ - ଭୟହାରିଣୀ ମା' ଭଦ୍ରକାଳୀ

ପୁରାଣ ପ୍ରସିଦ୍ଧ ଏହି ଶକ୍ତି ପୀଠ, କାଳୀ ପୂଜା ପାଇଁ ବେଶ ଚଳଚଞ୍ଚଳ। ଚଳିତ ମାସ 27 ତାରିଖ ଠାରୁ 2 ତାରିଖ ପର୍ଯ୍ୟନ୍ତ ଏଠାରେ ସ୍ୱତନ୍ତ୍ର ପୂଜା ରୀତିନୀତି ଅନୁଷ୍ଠିତ ହେବ। ଅଧିକ ପଢନ୍ତୁ...

ଡିଜାଇନ ଫଟୋ
author img

By

Published : Oct 25, 2019, 6:57 PM IST

ଭଦ୍ରକ: ସହର ଠାରୁ ମାତ୍ର ନଅ କିଲୋମିଟର ଦୂର, ପୁଣ୍ୟତୋୟା ସାଳନ୍ଦୀ ନଦୀ କୂଳରେ ଅବସ୍ଥିତ ମା' ଭଦ୍ରକାଳୀ ପୀଠ । ପୁରାଣ ପ୍ରସିଦ୍ଧ ଏହି ଶକ୍ତି ପୀଠ, କାଳୀ ପୂଜା ପାଇଁ ବେଶ ଚଳଚଞ୍ଚଳ। ଚଳିତ ମାସ 27 ତାରିଖ ଠାରୁ 2 ତାରିଖ ପର୍ଯ୍ୟନ୍ତ ଏଠାରେ ସ୍ୱତନ୍ତ୍ର ପୂଜା ରୀତିନୀତି ଅନୁଷ୍ଠିତ ହେବ।

ଶକ୍ତିଶାଳିନୀ, ଭୟହାରିଣୀ ମା' ଭଦ୍ରକାଳୀ

ପରମ ବୈଷ୍ଣବୀ ମା ଭଦ୍ରକାଳୀ ହେଉଛନ୍ତି ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ। ବିଶ୍ବାସ ରହିଛି, କାହିଁ କେଉଁ କାଳରୁ ମେଘନାଦ ପର୍ବତରୁ ଆସି ଭଦ୍ରକର ଭୂୟାଁ ମହଲାରେ ପୂଜା ପାଉଥିଲେ ଭଦ୍ରକାଳୀ। ହେଲେ କଳାପାହାଡ଼ ଆକ୍ରମଣ ବେଳେ ଭକ୍ତ ମାନେ ମାଙ୍କୁ ସେଠାରୁ ଆଣି ଆହାରପଦା ଠାରେ ସ୍ଥାପିତ କରିଥିଲେ। ଯାହାକି ବର୍ତ୍ତମାନ ଭଦ୍ରକାଳୀ ପୀଠ ଭାବେ ପରିଚିତ। 1942 ମସିହାରୁ ଏଠାରେ ବଳି ପ୍ରଥା ବନ୍ଦ କରାଯାଇଛି। ତେବେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କାଳୀ ପୂଜା ପାଇଁ ଏହି ଶକ୍ତି ପୀଠରେ ବିଶେଷ ପ୍ରସ୍ତୁତି ଆରମ୍ଭ ହୋଇଛି।

ପରମ ବୈଷ୍ଣବୀ ମା ଭଦ୍ରକାଳୀ ପୀଠରେ, ସଦା ସର୍ବଦା ମା ବିଶ୍ଵମାତା ରୂପରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ହେଲେ ଜଗତ କଲ୍ୟାଣ ପାଇଁ, କାଳୀପୂଜା ଠାରୁ ସାତ ଦିନରେ ମା ସପ୍ତମାତୃକା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି। ଏଥିସହ ବେଦବିତ୍ ବ୍ରାହ୍ମଣଙ୍କ ଦ୍ଵାରା ଏଠାରେ ସାତ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ବିଶ୍ଵ ଶାନ୍ତି ମହାଯଜ୍ଞ ନେଇ ମଧ୍ୟ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

ସପ୍ତମାତୃକା ବେଶର ପ୍ରଥମ ଦିନ ମା ବେଦମାତା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ। ଏହାପରେ ସାତଦିନ ଧରି ସପ୍ତମାତୃକା ବେଶରେ ମା, ମହାକାଳୀ, ରାଜ ରାଜେଶ୍ୱରୀ, ସିଂହ ବାହିନୀ, ଜଗଦ୍ଧାତ୍ରୀ, ମହା ସରସ୍ଵତୀ ଏବଂ ଶେଷରେ ମା ମହାଲକ୍ଷ୍ମୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ। ସାତଦିନ ଧରି ଏହି ପୀଠରେ ସପ୍ତମାତୃକା ବେଶ ସହ ମଙ୍ଗଳ ଆରତି, ସଙ୍କୀର୍ତନ, ଶତଚଣ୍ଡୀ ପାଠ, ଦୀପ ଯଜ୍ଞ ସହ ବିଶ୍ଵ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବ। ଏନେଇ ସେବାୟତ କମିଟି, ଯଜ୍ଞ କମିଟି, ପ୍ରଶାସନ ଏବଂ ପୁଲିସ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତି ବର୍ଷ ଅପେକ୍ଷା ଚଳିତବର୍ଷ ଅଧିକ ଶୃଙ୍ଖଳିତ ଭାବେ ଏହି ଉତ୍ସବକୁ କିପରି ସମାପନ କରାଯାଇପାରିବ, ସେ ନେଇ ମଧ୍ୟ ଧ୍ୟାନ ଦିଆଯାଇଛି।

ଏବେ ଅପେକ୍ଷା ସେହି ଆହାର ପଦା ଘାଟରୁ କଳସ ଯାତ୍ରା ପରେ ପୀଠରେ ଘଟ ସ୍ଥାପନ ସହ ସାତ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର ପୂଜା ରୀତିନୀତିକୁ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭରତ

Intro:SLUG : MAA BHADRAKALI PITHA 
FORMAT : SPECIAL 
REPORT : DEBASIS MOHAPATRA / BHADRAK
DATE : 24.10.2019 
ANCHOR : ଭଦ୍ରକ ସହର ଠାରୁ ମାତ୍ର ନଅ କିଲୋମିଟର ଦୂର, ପୁଣ୍ୟତୋୟା ସାଳନ୍ଦୀ ନଦୀ କୂଳରେ ଅବସ୍ଥିତ ମା ଭଦ୍ରକାଳୀ ପିଠ। ପୁରାଣ ପ୍ରସିଦ୍ଧ ଏହି ଶକ୍ତି ପୀଠ, କାଳୀ ପୂଜା ପାଇଁ ବେଶ ଚଳଚଞ୍ଚଳ। ଚଳିତ ମାସ 27 ତାରିଖ ଠାରୁ 2 ତାରିଖ ପର୍ଯ୍ୟନ୍ତ ଏଠାରେ ସ୍ୱତନ୍ତ୍ର ପୂଜା ରୀତିନୀତି ଅନୁଷ୍ଠିତ ହେବ।Body:VO_1 : ପରମ ବୈଷ୍ଣବୀ ମା ଭଦ୍ରକାଳୀ ହେଉଛନ୍ତି ଭଦ୍ରକ ର ଅଧିଷ୍ଠାତ୍ରୀ ଦେବୀ। ବିଶ୍ବାସ ରହିଛି, କାହିଁ କେଉଁ କାଳରୁ ମେଘନାଦ ପର୍ବତ ରୁ ଆସି ଭଦ୍ରକର ଭୂୟାଁ ମହଲାରେ ପୂଜା ପାଉଥିଲେ ଭଦ୍ରକାଳୀ। ହେଲେ କଳା ପାହାଡ଼ ଆକ୍ରମଣ ବେଳେ ଭକ୍ତ ମାନେ ମାଙ୍କୁ ସେଠାରୁ ଆଣି ଆହାରପଦା ଠାରେ ସ୍ଥାପିତ କରିଥିଲେ। ଯାହାକି ବର୍ତ୍ତମାନ ଭଦ୍ରକାଳୀ ପିଠ ଭାବେ ପରିଚିତ। 1942 ମସିହାରୁ ଏଠାରେ ବଳି ପ୍ରଥା ବନ୍ଦ କରାଯାଇଛି। ତେବେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କାଳୀ ପୂଜା ପାଇଁ ଏହି ଶକ୍ତି ପୀଠ ରେ ବିଶେଷ ପ୍ରସ୍ତୁତି ଆରମ୍ଭ ହୋଇଛି। ପରମ ବୈଷ୍ଣବୀ ମା ଭଦ୍ରକାଳୀ ପିଠ ରେ, ସଦା ସର୍ବଦା ମା ବିଶ୍ଵମାତା ରୂପରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ହେଲେ ଜଗତ କଲ୍ୟାଣ ପାଇଁ, କାଳୀପୂଜା ଠାରୁ ସାତ ଦିନ ରେ ମା ସପ୍ତମାତୃକା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି। ଏଥିସହ ବେଦବିତ୍ ବ୍ରାହ୍ମଣ ଙ୍କ ଦ୍ଵାରା ଏଠାରେ ସାତ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ବିଶ୍ଵ ଶାନ୍ତି ମହାଯଜ୍ଞ ନେଇ ମଧ୍ୟ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।
Bite_1 : ପଣ୍ଡିତ ରଘୁନାଥ_ ମା ଭଦ୍ରକାଳୀଙ୍କ ପୂଜକ_ ପ୍ରଥମେ ଶ୍ଲୋକ 
Bite_2 : ଅରବିନ୍ଦ ଦୀକ୍ଷିତ_ବୁଦ୍ଧିଜୀବୀ_ ଚେକ ସାର୍ଟ

VO_2 : ସପ୍ତମାତୃକା ବେଶର ପ୍ରଥମ ଦିନ ମା ବେଦମାତା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ। ଏହାପରେ ସାତଦିନ ଧରି ସପ୍ତମାତୃକା ବେଶରେ ମା, ମହାକାଳୀ, ରାଜ ରାଜେଶ୍ୱରୀ, ସିଂହ ବାହିନୀ, ଜଗଦ୍ଧାତ୍ରୀ, ମହା ସରସ୍ଵତୀ ଏବଂ ଶେଷରେ ମା ମହାଲକ୍ଷ୍ମୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ। ସାତଦିନ ଧରି ଏହି ପୀଠରେ ସପ୍ତମାତୃକା ବେଶ ସହ ମଙ୍ଗଳ ଆରତି, ସଙ୍କୀର୍ତନ, ଶତଚଣ୍ଡୀ ପାଠ, ଦୀପ ଯଜ୍ଞ ସହ ବିଶ୍ଵ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବ। ଏନେଇ ସେବାୟତ କମିଟି, ଯଜ୍ଞ କମିଟି, ପ୍ରଶାସନ ଏବଂ ପୁଲିସ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତି ବର୍ଷ ଅପେକ୍ଷା ଚଳିତବର୍ଷ ଅଧିକ ଶୃଙ୍ଖଳିତ ଭାବେ ଏହି ଉତ୍ସବକୁ କିପରି ସମାପନ କରାଯାଇପାରିବ, ସେ ନେଇ ମଧ୍ୟ ଧ୍ୟାନ ଦିଆଯାଇଛି।
Bite_3 : ଭାଗୀରଥି ଦୀକ୍ଷିତ_ ସେବାୟତ ତଥା କମିଟି ସଦସ୍ୟ_ ମାଙ୍କ ସମ୍ମୁଖରେ ବୃଦ୍ଧConclusion:FVO : ଏବେ ଅପେକ୍ଷା ସେହି ଆହାର ପଦା ଘାଟରୁ କଳସ ଯାତ୍ରା ପରେ ପିଠରେ ଘଟ ସ୍ଥାପନ ସହ ସାତ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର ପୂଜା ରୀତିନୀତିକୁ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.