ETV Bharat / state

ଭଦ୍ରକ ମଦ ମୃତ୍ୟୁ ରିପୋର୍ଟ: ବିଷାକ୍ତ ମଦ ସହ ଫୁଡ ପଏଜନିଙ୍ଗ - ଭଦ୍ରକ

ବିଷାକ୍ତ ମଦ ସହ ଫୁଡ ପଏଜନିଂ ହୋଇଥିବା ଜିଲ୍ଲାପାଳଙ୍କ ରିପୋର୍ଟରୁ ସୂଚନା ମିଳିଥିବା ଅବକାରୀ ସଚିବ କହିଛନ୍ତି । ସେମାନେ ପିଇଥିବା ମଦ ଓଡିଶା ଡେଭରେଜ କର୍ପୋରେଶନ ଠାରୁ କ୍ରୟ ହୋଇ ନଥିବାବେଳେ ଅନ୍ୟ କେଉଁ ବାହାର ଜାଗାରୁ ଅଣାଯାଇଥିବା ଅବକାରୀ ସଚିବ କହିଛନ୍ତି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 1, 2019, 3:20 PM IST

ଭୁବନେଶ୍ବର: ଭଦ୍ରକ ମଦ ମୁତ୍ୟୁ ଘଟଣାରେ ଅବକାରୀ ସଚିବ ନିକୁଞ୍ଜ ଧଳଙ୍କ ସୂଚନା । ବିଷାକ୍ତ ମଦ ସହ ଫୁଡ ପଏଜନିଂ ହୋଇଥିବା ଜିଲ୍ଲାପାଳଙ୍କ ରିପୋର୍ଟରୁ ସୂଚନା ମିଳିଥିବା ଅବକାରୀ ସଚିବ କହିଛନ୍ତି । ଭଦ୍ରକ ତିହିଡିରେ ବିଷାକ୍ତ ମଦ ପିଇ 5ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 44 ଜଣ ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର

ମଙ୍ଗଳବାର ଭଦ୍ରକ ଓ ଚାନ୍ଦବାଲି ବ୍ଲକର 3ଟି ଗାଁର ଲୋକେ ବିଷାକ୍ତ ମଦ ପିଇ ଅସୁସ୍ଥ ହୋଇଥିଲେ । ତେବେ ସେମାନେ ପିଇଥିବା ମଦ ଓଡିଶା ଡେଭରେଜ କର୍ପୋରେଶନ ଠାରୁ କ୍ରୟ ହୋଇ ନଥିବାବେଳେ ଅନ୍ୟ କେଉଁ ବାହାର ଜାଗାରୁ ଅଣାଯାଇଥିବା ଅବକାରୀ ସଚିବ କହିଛନ୍ତି । ସେ ଆହୁରି ମଧ୍ୟ ଏହି ବିଷାକ୍ତ ମଦକୁ ଉଦ୍ଧାର କରି ସାମ୍ପଲ ଯାଞ୍ଚ ପାଇଁ ପଠାଯାଇଥିବା ସହ ଘଟଣାର ତଦନ୍ତ ଚାଲିଥିବା ସେ କହିଛନ୍ତି ।

ଅନ୍ୟପଟେ ଅତିରିକ୍ତ ଡ୍ରଗସ କଣ୍ଟ୍ରୋଲର ଭଦ୍ରକରେ ଡେରା ପକାଇ ସ୍ଥିତି ଉପରେ ନଜର ରଖିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.