ଭଦ୍ରକ: ଜିଲ୍ଲାରେ ନିଶା କାରବାର ବୃଦ୍ଧି ପାଇଥିବାବେଳେ ଅବକାରୀ ବିଭାଗକୁ ମିଳିଛି ସଫଳତା । କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ଓ ଜିଲ୍ଲା ଅବକାରୀ ବିଭାଗ ମିଳିତ ଚଢାଉ କରି 4ଶହ ଲିଟର ଦେଶୀ ମଦ ସହ 2ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏହି ଚଢାଉରେ ଏକ ବୋଲେରୋ ଗାଡି ମଧ୍ୟ ଜବତ ହୋଇଛି ।
ସୂଚନା ଅନୁଯାୟୀ, ଏକ ବୋଲେରୋ ଗାଡିରେ ଦେଶୀ ମଦ ଚାଲାଣ ହେଉଥିବା ନେଇ ଖବର ପାଇଥିଲା ଅବକାରୀ ବିଭାଗର ସ୍ବତନ୍ତ୍ର ଟିମ୍ । ପରେ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ଏବଂ ଭଦ୍ରକ ଅବକାରୀ ବିଭାଗର ଏକ ସ୍ବତନ୍ତ୍ର ଟିମ୍ ମିଳିତ ଭାବେ ଚଢାଉ କରି ରାଣୀତାଲ ନିକଟରେ ବୋଲେରୋ ସହ ଦେଶୀ ମଦ ଓ ଏଥିରେ ସମ୍ପୃକ୍ତି ଥିବା 2ଜଣଙ୍କୁ ଗିରଫ କରିଥିଲେ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ