ETV Bharat / state

ଅବକାରୀ ବିଭାଗ ଚଢାଉ, 5 ଲକ୍ଷ ଟଙ୍କାର ମଦ ସହ 9 ଗିରଫ

author img

By

Published : Nov 1, 2020, 9:36 AM IST

ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢାଉ । 5 ଲକ୍ଷ ଟଙ୍କାର ମଦ ଜବତ ସହ 9 ଜଣ ଗିରଫ । ଅଧିକ ପଢନ୍ତୁ...

ଅବକାରୀ ବିଭାଗ ଚଢାଉ, 5 ଲକ୍ଷ ଟଙ୍କାର ମଦ ସହ 9 ଗିରଫ
ଅବକାରୀ ବିଭାଗ ଚଢାଉ, 5 ଲକ୍ଷ ଟଙ୍କାର ମଦ ସହ 9 ଗିରଫ

ଭଦ୍ରକ: ଆକ୍ସନ ମୋଡ଼ରେ ଭଦ୍ରକ ଅବକାରୀ ବିଭାଗ । ଶନିବାର ଅବକାରୀ ବିଭାଗ ଟିମ ଭଦ୍ରକ ଜିଲ୍ଲାର ଅଢୁଆଁ, ଚୁଡାମଣି ଓ ଅର୍ଣ୍ଣପାଳ ଆଦି ଅଞ୍ଚଳରେ ଚଢାଉ କରି 5 ଲକ୍ଷ ଟଙ୍କାର ମଦ ଜବତ କରିଛି । ଘଟଣାରେ ସଂପୃକ୍ତ 9 ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।

ସୂଚନାଯୋଗ୍ୟ, ବାହାର ଜିଲ୍ଲାରୁ ଭଦ୍ରକକୁ ବିଭିନ୍ନ ଉପାୟରେ ଦେଶୀ ମଦ ଚାଲାଣ ହେଉଥିଲା । ଏନେଇ ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା । ପରେ ଭଦ୍ରକ ଅବକାରୀ ବିଭାଗ ଇନ୍ସପେକ୍ଟର ଧନେଶ୍ବର ବରାଡଙ୍କ ନେତୃତ୍ବରେ ଅବକାରୀ ଟିମ୍ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରି 11 ଶହ ଲିଟର ଦେଶୀ ରନ୍ଧା ମଦ ସହ 28 ଲିଟରରୁ ଅଧିକ ବିଦେଶୀ ମଦ ଜବତ କରିଛି । ଏହାବ୍ୟତୀତ ମେଡିକାଲ ଔଷଧ ଭାବେ ବ୍ୟବହାର କରାଯାଉଥିବା 32 ଲିଟରରୁ ଉର୍ଦ୍ଧ୍ବ ଜିଞ୍ଜର ମଧ୍ୟ ଜବତ ହୋଇଛି । ଚୋରା ଚାଲାଣରେ ବ୍ୟବହୃତ ଏକ ବାଇକ ଓ ପିକଅପ ଗାଡି ସମେତ 9 ଜଣଙ୍କୁ ଗିରଫ କରାଯାଇଛି । ତେବେ ଜବତ ମଦ ଓ ଜିଞ୍ଜରର ମୂଲ୍ୟ 5 ଲକ୍ଷ ଟଙ୍କାରୁ ଅଧିକ ହୋଇଥିବା ଜଣାପଡିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.