ଭଦ୍ରକ: ଦିବ୍ୟାଙ୍ଗମାନଙ୍କୁ ବିଭିନ୍ନ ଅତ୍ୟାବଶ୍ୟକ ଉପକରଣ ବଣ୍ଟନ କରାଯାଇଛି । ପୁନର୍ବାସ ସେବା , ଅନୁସନ୍ଧାନ କେନ୍ଦ୍ର ସିଆରଏସଆର ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ କରାଯାଇଛି । ଏହି ଶିବିର ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଅଛି ।
ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଳାର ବିଭିନ୍ନ ବ୍ଳକରୁ ଆସିଥିବା ୭୪ ଜଣ ଦିବ୍ୟାଙ୍ଗମାନଙ୍କୁ କେନ୍ଦ୍ର ସରକାରଙ୍କ ଏଡିଆଇପି ଯୋଜନାରେ ବିଭିନ୍ନ ପ୍ରକାର ଉପକରଣ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ , ସିଆରଏସଆର ସଂଗଠନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ