ETV Bharat / state

କଟକଣା ମଧ୍ୟରେ ଭାଇଚାରାର ସହର ଭଦ୍ରକରେ ପାଳନ ହେବ ‘ଇଦ୍’ - ଇଦ୍ ମୁବାରକ

ଭଦ୍ରକରେ ଫିକା ପଡିଲା ଇଦ ପର୍ବ । କୋରୋନା କାରଣରୁ ଘରେ ରହି ରମଜାନ ପାଳିବାକୁ ଅପିଲ କଲେ ବିଧାୟକ । ଅଧିକ ପଢନ୍ତୁ...

କଟକଣା ମଧ୍ୟରେ ଭାଇଚାରାର ସହର ଭଦ୍ରକରେ ଇଦ୍ ପାଳନ

author img

By

Published : May 14, 2021, 8:03 AM IST

ଭଦ୍ରକ: ଇସଲାମ ଧର୍ମର ସର୍ବଶ୍ରେଷ୍ଠ ମାସ ରମଜାନ । କୁରାନ ଅନୁଯାୟୀ ବର୍ଷସାରା ଭଲ କାର୍ଯ୍ୟ କଲେ ଯେତିକି ପୂଣ୍ୟ ମିଳେ, ରମଜାନ ମାସରେ ପାଳନ କଲେ ତା'ର 7 ଗୁଣା ଅଧିକ ପୂଣ୍ୟ ମିଳେ । ଚନ୍ଦରାତରୁ ଆରମ୍ଭ ହୋଇ ଇଦଚାନ୍ଦରେ ସମାପ୍ତ ହୋଇଥାଏ ଏହି ରମଜାନ ମାସ । ହେଲେ ଚଳିତ ବର୍ଷ ଲକଡାଉନ ଯୋଗୁଁ ଇଦ ଉତ୍ସବ ଭଦ୍ରକରେ ଫିକା ପଡିଯାଇଛି।

କଟକଣା ମଧ୍ୟରେ ଭାଇଚାରାର ସହର ଭଦ୍ରକରେ ଇଦ୍ ପାଳନ

ଭାଇଚାରାର ସହର ଭଦ୍ରକରେ ବାସ କରୁଥିବା ଇସଲାମ ସମ୍ପ୍ରଦାୟର ପ୍ରତ୍ୟେକ ଲୋକେ ବେଶ ନିଷ୍ଠାର ସହ ପାଳନ କରୁଛନ୍ତି ପବିତ୍ର ରମଜାନ । ହେଲେ ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଏଥିରେ ବ୍ୟତିକ୍ରମ ଦେଖାଯାଉଛି । କୋରୋନା ମହାମାରୀ କାରଣରୁ ସୃଷ୍ଟି ହୋଇଥିବା ପ୍ରତିକୂଳ ପରିସ୍ଥିତି ଯୋଗୁଁ ଏହି ପରିସ୍ଥିତି ସୃଷ୍ଟି ହୋଇଛି । ମସଜିଦଗୁଡିକ ଏକ ପ୍ରକାର ଶୂନଶାନ୍ ହୋଇଯାଇଛି ।

ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ଇଦ ଦିନ ପରସ୍ପରକୁ ଇଦ-ମୁବାରକ ଜଣାଇବାର ପରମ୍ପରା ସହ ଭାଇଚାରା ଆଦାନ ପ୍ରଦାନ ମାହୋଲର ଦୃଷ୍ଟାନ୍ତ ଭଦ୍ରକରେ ସ୍ଵତନ୍ତ୍ର ଏବଂ ଐତିହାସିକ । ହେଲେ ଚଳିତ ବର୍ଷ କୋରୋନା କାଳରେ ଏହା ପ୍ରଭାବିତ ହୋଇଛି । ତେବେ ଏହି ଅବସରରେ ସରକାରଙ୍କ ସମସ୍ତ କୋଭିଡ ଗାଇଡ଼ଲାଇନକୁ ମାନି ଇଦ ଉତ୍ସବ ପାଳନ କରିବା ପାଇଁ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ଅପିଲ କରିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.