ETV Bharat / state

ମଦୁଆ ସ୍ବାମୀର ଆକ୍ରମଣରେ ସ୍ତ୍ରୀ ଆହତ - ଭଦ୍ରକ

ନିଶାସକ୍ତ ଅବସ୍ଥାରେ ନିଜ ପତ୍ନୀର ପେଟରେ ଭୁଷିଲା ମଦ ବୋତଲ । ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କଲେ ଭର୍ତ୍ତି । ତେବେ କାଣ୍ଡ ଭିଆଇ ଥିବା ମଦୁଆ ସ୍ବାମୀ ଫେରାର ।

ଫଟୋ ସୌଜନ୍ୟ;ସମ୍ବାଦଦାତା, ଭଦ୍ରକ
author img

By

Published : Mar 21, 2019, 10:44 AM IST

ଭଦ୍ରକ: ମଦୁଆ ସ୍ବାମୀର ଉନ୍ମତ କାଣ୍ଡ। ନିଶାସକ୍ତ ଅବସ୍ଥାରେ ନିଜ ପତ୍ନୀର ପେଟରେ ଭୁଷିଲା ମଦ ବୋତଲ। ଗୁରୁତର ଅବସ୍ଥାରେ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତିହେଲେ ପତ୍ନୀ।

ଖବର ମୁତାବକ କେନ୍ଦୁଝର ଜିଲ୍ଲାର ତଳାଙ୍ଗ ଥାନା ଅନ୍ତର୍ଗତ କନ୍ୟାସାହି ଗାଁର ଗଣେଶ ପ୍ରାୟ ପ୍ରତ୍ୟେକ ଦିନ ମଦ ପିଇକି ଘରକୁ ଆସିଥାଏ। ନିଶାସକ୍ତ ଅବସ୍ଥାରେ ସେ ନିଜ ସ୍ତ୍ରୀ ସହ ଝଗଡା କରି ମାରପିଟ୍ କରିଥାଏ। ଗତକାଲି ବିଳମ୍ବିତ ରାତ୍ରୀରେ ହୋଇଥିବା ଝଗଡା ଉଗ୍ର ରୂପ ଧାରଣା କରିଥିଲା। ନିଶାସକ୍ତ ଗଣେଶ ମଦ ବୋତଲ ଭାଙ୍ଗି ସ୍ତ୍ରୀ ପେଟରେ ଭୁଷି ଦେଇଥିଲା।

ଭିଡିଓ ସୌଜନ୍ୟ;ସମ୍ବାଦଦାତା, ଭଦ୍ରକ

ଫଳରେ ତାଙ୍କ ପତ୍ନୀ ଏ ଘଟଣା ପରେ ଅଚେତ ହୋଇଯାଇଥିଲେ। ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏଥିସହ ସ୍ଥାନୀୟ ଥାନାରେ ମଦୁଆ ସ୍ବାମୀ ନାଁରେ ଏତଲା ଦିଆଯାଇଛି। ଏହି କାଣ୍ଡ ଭିଆଇ ମଦୁଆ ସ୍ବାମୀ ଫେରାର ହୋଇଯାଇଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:Body:

"ତୁ ଆଜି ଢେର ହସୁଛୁ ଆଉ ମୁଁ କାନ୍ଦୁଛି | କାହିଁକି ଜାଣିଛୁ ତୁ ଆସିଲୁ ଆଉ କମିଗଲା ମୋ ଚାହିଦା | କାରଣ ମୋ ଦ୍ୱାରା ବାର୍ତ୍ତା ଦେଲେ ଲାଗିବ କିଛି ସମୟ ଆଉ ପକେଟରୁ ଖର୍ଚ୍ଚ ହେବ କିଛି ଟଙ୍କା | ହେଲେ ତୋ ମାଧ୍ୟମରେ ଆଖି ବୁଜୁବୁଜୁ ଯାହା ପାଖକୁ ବି ମେସେଜ ପହଞ୍ଚାଇ ହେଉଛି " ସୋସିଆଲ ମିଡ଼ିଆକୁ କିଛି ଏମିତି କହୁଥିଲା ଗ୍ରୀଟିଙ୍ଗସ କାର୍ଡ |

ବଦଳିଛି ସମୟ, ବଦଳିଛି ସଉକ  । ଆଧୁନିକତାର ଟ୍ରେଣ୍ଡରେ ବଦଳିଛି ଆମର କଥାବାର୍ତ୍ତା  । ସତକଥା ହେଉଛି କଥା କମ, ବରଂ ଚାଟିଂ ପାଲଟିଛି ସବୁକିଛି  । ଆଉ ଏହାରି ଭିତରେ ଆସିଛି ନୂଆବର୍ଷ । ଫେସବୁକ କାନ୍ଥରେ ଲେଖାହେବ ଢେର ସାରା ମେସେଜ । ଆଉ ହ୍ଵାଟ୍ସଆପରେ ବୁଲିବ ଗଦାଗଦା ଫରୱାର୍ଡ଼ ପିକଚର । କିଛି ମେସେଜ ସତ ହୋଇଥିବ, ଆଉ ଅନେକ ଲୋକ ଦେଖାଣିଆ । ଆଉ ସମ୍ପର୍କର ନିକିତିରେ ଏବେ ମନେପଡିଛି ଗ୍ରୀଟିଙ୍ଗସର କଥା  । 

ଦିନେ ଅଭିନନ୍ଦନର ମୁଖ୍ୟ ମାଧ୍ୟମ ସାଜିଥିଲା ରଙ୍ଗୀନ କାଗଜର ଏହି କାର୍ଡ । ଆକର୍ଷଣୀୟ ରଙ୍ଗ ସାଙ୍ଗକୁ ହୃଦୟକୁ ଛୁଇଁଲାଭଳି କିଛି ଧାଡି । ପ୍ରେମିକାଠାରୁ ଆରମ୍ଭ କରି ସାଙ୍ଗସାଥି, ସମସ୍ତଙ୍କୁ ଡାକ ମାଧ୍ୟମରେ ପଠାଯାଉଥିଲା ଗ୍ରୀଟିଙ୍ଗସ । ମନରେ ଥିଲା ଉତ୍କଣ୍ଠା । କେବେ ପହଂଚିବ ନୂଆବର୍ଷର ବାର୍ତ୍ତା । କେମିତି କଟିବ ପୁରାବର୍ଷ । ଲାଗୁଥିଲା ସମ୍ପର୍କର ମାପକାଠିକୁ ଠିକ ବୁଝିଥିଲା ଏହି କାଗଜ ଖଣ୍ଡିକ । 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.