ETV Bharat / state

ଭଦ୍ରକ ପୌରାଞ୍ଚଳରେ ବିପର୍ଯ୍ୟସ୍ତ ଡ୍ରେନେଜ ବ୍ଯବସ୍ଥା

ପୌରାଞ୍ଚଳରେ ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା। ଯାହାର ଚିତ୍ର ଦେଖିବାକୁ ମିଳିଛି ପୌରପାଳିକା ଅନ୍ତର୍ଗତ ୫ ନମ୍ବର ଓ୍ବାର୍ଡ଼ ଚରମ୍ପା କଣ୍ଟାପାଳ ଅଞ୍ଚଳରେ।

author img

By

Published : Aug 8, 2020, 10:41 PM IST

ଭଦ୍ରକ ପୌରାଞ୍ଚଳରେ ବିପର୍ଯ୍ୟସ୍ଥ ଡ୍ରେନେଜ ବ୍ଯବସ୍ଥା

ଭଦ୍ରକ: ପୌରାଞ୍ଚଳରେ ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା। ଯାହାର ଚିତ୍ର ଦେଖିବାକୁ ମିଳିଛି ପୌରପାଳିକା ଅନ୍ତର୍ଗତ ୫ ନମ୍ବର ଓ୍ବାର୍ଡ଼ ଚରମ୍ପା କଣ୍ଟାପାଳ ଅଞ୍ଚଳରେ। ସାମନ୍ୟ ବର୍ଷା ହେଲେ ଜଳବନ୍ଦୀ ହୁଅନ୍ତି ଏହି ଅଞ୍ଚଳବାସୀ। ତେବେ ଲଘୁଚାପ ଜନିତ ବର୍ଷା ଲାଗି ରହିବା ଫଳରେ ଏବେ ଏହି ଅଞ୍ଚଳରେ ସୃଷ୍ଟି ହୋଇଛି କ୍ରୁତିମ ବନ୍ୟା ପରିସ୍ଥିତି। ଫଳରେ ଏହି ଓ୍ବାର୍ଡ଼ର ବିଭିନ୍ନ କଲୋନୀ ସହିତ ବସ୍ତି ରାସ୍ତା ଉପରେ ପାଣି ଜମି ରହିବା ସହିତ ଘର ଭିତରେ ପଶୁଛି ବର୍ଷା ଜଳ।

ଦୀର୍ଘ ବର୍ଷ ହେବ ଅଞ୍ଚଳବାସୀ ଏଭଳି ଜଳବନ୍ଦୀ କଷ୍ଟ ଭୋଗୁଥିଲେ ମଧ୍ୟ ଜନ ପ୍ରତିନିଧିଙ୍କ ଉଦାସୀନତା ଓ ପ୍ରଶାସନିକ ଅବହେଳା ଯୋଗୁଁ ଏହି ଅଞ୍ଚଳରେ ଏଯାଏଁ ଜଳ ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ହୋଇ ପାରି ନାହିଁ । ଅନ୍ୟପକ୍ଷରେ ଏହି ୫ ନମ୍ବର ଓ୍ବାର୍ଡ଼ରେ ଜଳ ନିଷ୍କାସନ ପାଇଁ ଡ୍ରେନ ନିର୍ମାଣ ନେଇ ୨୦ ଲକ୍ଷ ଟଙ୍କାର ୩ଟି ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି। ଖୁବଶୀଘ୍ର ଏହି ଅଞ୍ଚଳରେ ଡ୍ରେନ କାମ ଆରମ୍ଭ କରାଯିବ ବୋଲି କହିଛନ୍ତି ପୌରପାଳିକା କାର୍ଯ୍ୟନିର୍ବାହି ଅଧିକାରୀ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.