ETV Bharat / state

ପଦାରେ ପଡିଲା ଭଦ୍ରକ ବିଧାୟକ ଓ ପୌରାଧ୍ୟକ୍ଷା ବିବାଦ - ବିବାଦ ଘେରରେ ଭଦ୍ରକ ପୌର ପାଳିକା

ପୌର ନିର୍ବାଚନ ପରେ ପୌର ପାଳିକାରେ ଆଜି ପର୍ଯ୍ୟନ୍ତ କୌଣସି ଉନ୍ନୟନ କାର୍ଯ୍ୟ ହୋଇପାରିନି । ଏଥି ପାଇଁ ବିଧାୟକଙ୍କୁ ଦାୟୀ କଲେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକ୍କୀ ଦଲାୱାଜି ହବିବ । ଅଧିକ ପଢନ୍ତୁ

ପଦାରେ ପଡିଲା ଭଦ୍ରକ ବିଧାୟକ ଓ ପୌରାଧ୍ୟକ୍ଷା ବିବାଦ

author img

By

Published : Nov 21, 2022, 1:59 PM IST

ଭଦ୍ରକ: ବିବାଦ ଘେରରେ ଭଦ୍ରକ ପୌର ପାଳିକା । ପଦାରେ ପଡିଲା ଭଦ୍ରକ ବିଧାୟକ-ପୌରାଧ୍ୟକ୍ଷାଙ୍କ ବିବାଦ । ପୌର ନିର୍ବାଚନ ପରେ ପୌର ପାଳିକାରେ ଆଜି ପର୍ଯ୍ୟନ୍ତ କୌଣସି ଉନ୍ନୟନ କାର୍ଯ୍ୟ ହୋଇପାରିନି । ଉନ୍ନୟନ ମୂଳକ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରୁଥିବା ସାମ୍ବାଦିକ ସମ୍ମିଳନୀରେ କହିଲେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକ୍କୀ ଦଲାୱାଜି ହବିବ ।

ପଦାରେ ପଡିଲା ଭଦ୍ରକ ବିଧାୟକ ଓ ପୌରାଧ୍ୟକ୍ଷା ବିବାଦ

ରବିବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟକଙ୍କ ଉପରେ ବର୍ଷିଛନ୍ତି ଭଦ୍ରକ ପୌରାଧ୍ୟକ୍ଷା ଗୁଲମକ୍କୀ ଦଲାୱାଜି ହବିବ । କେମିତି ନିଜର ସମର୍ଥିତ କାଉନସିଲର ମାନଙ୍କ ଜରିଆରେ ବିଧାୟକ ଉନ୍ନୟନ ମୂଳକ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରୁଛନ୍ତି, ସେନେଇ ମୁହଁ ଖୋଲିଥିଲେ ପୌରାଧ୍ୟକ୍ଷା । ଆଗକୁ ଏପରି ଜାରି ରହିଲେ ସାଧାରଣ ଜନତା ବହୁ ସମସ୍ୟାରେ ପଡିବେ । ତେଣୁ ପୌର ପାଳିକାର ସମସ୍ତ କାର୍ଯ୍ୟରେ ସହଯୋଗ କରିବା ଲାଗି ସେ ସାମ୍ବାଦିକ ସମ୍ମିଳନୀରେ ନିବେଦନ କରିଛନ୍ତି ।

ସରକାରଙ୍କ ସମସ୍ତ ଭିତ୍ତିଭୂମି ରହିଥିବା ବେଳେ ଉଭୟଙ୍କ ମଧ୍ୟରେ ବିବାଦକୁ ନେଇ ଭଦ୍ରକ ପୌରାଞ୍ଚଳବାସୀ ସୁବିଧାରୁ ବଞ୍ଚିତ ହେଉଥିବା ଏବେ ସ୍ପଷ୍ଟ ଭାବେ ବାରି ହୋଇଯାଉଛି । ଯାହାକୁ ନେଇ ଭଦ୍ରକ ରାଜନୀତି ଏବେ ସରଗରମ ରହିଛି । ଚଳିତ ପୌର ନିର୍ବାଚନ ପରେ ନବଗଠିତ ହୋଇଥିବା ପୌର ପାଳିକାରେ ସେମିତି କୌଣସି ଆଖିଦୃଶିଆ କାର୍ଯ୍ୟ ହୋଇନଥିବାର କାରଣ ଏହିପରି ବିବାଦ ବୋଲି ଚର୍ଚ୍ଚା ହେଉଛି ।

ତେବେ ଏହିପରି ବିବାଦର ସମାଧାନ ନିମନ୍ତେ ଖୋଦ ଜିଲ୍ଲାପାଳଙ୍କୁ ହସ୍ତକ୍ଷେପ କରିବାକୁ ପଡିଛି ବୋଲି ସୂଚନା ମିଳିଛି । ଭଦ୍ରକ ବିଧାୟକ ଓ ପୌରାଧ୍ୟକ୍ଷାଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଯୋଗୁଁ ସହରରେ ଉନ୍ନୟନ କାର୍ଯ୍ୟ ଠପ୍ ହୋଇ ଯାଇଛି । ଯାହାକି ବିଭିନ୍ନ ଗଳିକନ୍ଦିରେ ବେଶ ଚର୍ଚ୍ଚା ହେଉଛି । ଚଳିତ ନିର୍ବାଚନ ପରଠାରୁ ଏକାଧିକ ଥର ପୌର ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲେ ହେଁ କୌଣସି ଗୋଟିଏରେ ବି ଉନ୍ନୟନ ମୂଳକ କାର୍ଯ୍ୟ ନେଇ ବିଲ ପାରିତ ହୋଇ ନଥିଲା ।

ତେବେ ବହୁ ବାଦବିବାଦ ପରେ, ଶେଷ ବୈଠକରେ ପୌର ପାଳିକାରେ ପ୍ରାୟ ସାଢେ ବାଇଶି କୋଟି ଟଙ୍କାର ବ୍ୟୟବରାଦ ପାଇଁ ବିଲ ଅନୁମୋଦିତ ହୋଇଛି, ମାତ୍ର ସେଗୁଡିକ କେବେ ଏଷ୍ଟିମେଟ୍ ହୋଇ ଟେଣ୍ଡର ହେବ ଏବଂ କେବେ କାର୍ଯ୍ୟକାରୀ ହେବ ସେନେଇ ଉଠୁଛି ପ୍ରଶ୍ନ । ଅନ୍ୟ ପକ୍ଷରେ ପୌରାଧ୍ୟକ୍ଷାଙ୍କ ଏହିପରି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ । ତେବେ ସେ ସମସ୍ତ କାର୍ଯ୍ୟରେ ସହୋଯାଗ କରୁଛନ୍ତି ଏବଂ କରିବେ ବୋଲି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.