ETV Bharat / state

ଗଣମାଧ୍ୟମ ଆଗରେ ବିବୃତ୍ତି ରଖି ଅଡୁଆରେ ଧାମନଗର ବିଧାୟକ, ଦେଲେ ସ୍ପଷ୍ଟୀକରଣ - ଧାମନଗର ବିଧାୟକ ବିଷ୍ଣୁସେଠୀଙ୍କ ବିବାଦୀୟ ବୟାନ

2024 ନିର୍ବାଚନରେ ପୁଣି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ ବୋଲି କହି ଅଡୁଆରେ ଧାମନଗର ବିଧାୟକ ବିଷ୍ଣୁସେଠୀ । ସ୍ପଷ୍ଟୀକରଣରେ କହିଲେ ଗଣମାଧ୍ୟମ ଅତିରଞ୍ଜିତ କରି ତାଙ୍କ ବିବୃତ୍ତିକୁ ଦର୍ଶାଇଛି । ଅଧିକ ପଢନ୍ତୁ

ଗଣମାଧ୍ୟମ ଆଗରେ ବିବୃତ୍ତି ରଖି ଅଡୁଆରେ ଧାମନଗର ବିଧାୟକ

author img

By

Published : May 23, 2022, 4:12 PM IST

ଭଦ୍ରକ: ଗଣମାଧ୍ୟମ ତଥା ଏକ ନ୍ୟୁଜ ଚ୍ୟାନେଲରେ ବିବୃତ୍ତି ରଖି ଅଡୁଆରେ ପଡ଼ିଛନ୍ତି ଧାମନଗର ବିଧାୟକ ତଥା ରାଜ୍ୟ ବିରୋଧୀ ଦଳ ଉପନେତା ବିଷ୍ଣୁସେଠୀ । ଏ ବାବଦରେ ସ୍ପଷ୍ଟୀକରଣ ରଖି ସେଠୀ କହିଛନ୍ତି ଯେ ସେ କେବେ ବି 2024 ନିର୍ବାଚନରେ ପୁଣି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ ବୋଲି କହି ନାହାନ୍ତି । ପରନ୍ତୁ ସମ୍ପୃକ୍ତ ନ୍ୟୁଜ ଚ୍ୟାନେଲ ତାଙ୍କ ବିବୃତ୍ତିକୁ ଅତିରଞ୍ଜିତ କରି ପ୍ରସାରିତ କରିଛି ।

ଗଣମାଧ୍ୟମ ଆଗରେ ବିବୃତ୍ତି ରଖି ଅଡୁଆରେ ଧାମନଗର ବିଧାୟକ, ଦେଲେ ସ୍ପଷ୍ଟୀକରଣ

ଗଣମାଧ୍ୟମ ସହିତ କଥୋପକଥନ ମାଧ୍ୟମରେ ସେ ତାଙ୍କ ଦଳ ତୃଣମୂଳ ସ୍ତରରେ ମଜବୁତ ନଥିବା କଥା କହିଥିଲେ। ତେବେ 2024 ଫଳାଫଳକୁ ନେଇ କୌଣସି ପୂର୍ବାନୁମାନ କରି ନାହାନ୍ତି । ସେହିଭଳି ଏହି ପ୍ରସଙ୍ଗରେ ସମ୍ପୃକ୍ତ ଚ୍ୟାନେଲ ବିରୁଦ୍ଧରେ ସେ ଆଇନର ଆଶ୍ରୟ ନେଇ ପାରନ୍ତି ବୋଲି କହିଥିଲେ । ତେବେ ବିଷ୍ଣୁ ବିରୋଧୀ ଦଳ ଉପନେତା ନିର୍ବାଚିତ ହେବା ପରେ ବିଭିନ୍ନ ସମୟରେ ଶାସକ ବିଜେଡି ବିରୁଦ୍ଧରେ ବିବୃତ୍ତି ରଖି ସର୍ବଦା ଚର୍ଚ୍ଚିତ ହୋଇ ଆସିଥାନ୍ତି ।

ନିକଟରେ ବ୍ରଜରାଜନଗର ଉପ ନିର୍ବାଚନ ଏବଂ ପ୍ରଚଳିତ ରାଜନୈତିକ ଦୃଶ୍ୟପଟରେ ବିଜେପିର ସ୍ଥିତି ଦୃଢ ରହିଛି । ତେବେ 2024 ନିର୍ବାଚନ ଫଳାଫଳ ନେଇ ଗଣମାଧ୍ୟମ ତାଙ୍କ ମତାମତ ଲୋଡିଥିଲା । ଯାହାର ଉତ୍ତର ଦେଇ ବିଷ୍ଣୁ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ସତ ହେଉ କି ମିଛ ବିଷ୍ଣୁଙ୍କ ବିବୃତ୍ତି କେବଳ ଶାସକ ବିଜେଡିରେ ନୁହେଁ ନିଜ ଦଳରେ ଆଲୋଡନ ସୃଷ୍ଟି କରିଛି । ଯାହାର ସ୍ପଷ୍ଟୀକରଣ ରଖିବାକୁ ବିଷ୍ଣୁ ଏକ ପ୍ରକାର ବାଧ୍ୟ ହୋଇଥିବା କୁହାଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.