ଭୁବନେଶ୍ବର: ମହିଳାଙ୍କୁ ବିଜେପି କରୁଛି ଆକ୍ରମଣ । ମହିଳାଙ୍କୁ ଶାରୀରିକ, ମାନସିକ ନିର୍ଯାତନା ଓ ରାଜନୈତିକ ଆକ୍ରମଣ କରୁଛି ବିଜେପି । ବିଜେପିର ଗୁଣ୍ଡଗର୍ଦ୍ଦି ଦିନକୁ ଦିନ ବଢ଼ିବାରେ ଲାଗିଛି । ବହୁ ବ୍ୟବଧାନରେ ହାରିବା ଭୟରେ ବିଜେପି ଏପରି କରୁଥିବା ଅଭିଯୋଗ କରିଛି ବିଜେଡି । ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛି ବିଜେଡିର 8 ଜଣିଆ ପ୍ରତିନିଧି ଦଳ ।
ବରିଷ୍ଠ ମୁଖପାତ୍ର ଲେନିନ ମହାନ୍ତିଙ୍କ ନେତୃତ୍ୱରେ ବିଜେଡି ସିଇଓଙ୍କ ଦ୍ୱାରସ୍ଥ ହୋଇଛି । ପ୍ରତିନିଧି ଦଳରେ ଶ୍ରୀମୟୀ ମିଶ୍ର, ଲୋରା ମହାପାତ୍ର, ମଧୁସ୍ମିତା ନାୟକ, ଓମ ପ୍ରକାଶ ସାହୁ, ପ୍ରିୟବ୍ରତ ମାଝୀ, ତୁମ୍ବନାଥ ପଣ୍ଡା ପ୍ରମୁଖ ସିଇଓଙ୍କୁ ଭେଟି ଅଭିଯୋଗ କରିଛନ୍ତି । ବିଜେଡି ଅଭିଯୋଗ କରିଛି ଯେ, ପ୍ରଚାର ସମୟରେ ମହିଳାଙ୍କ ଉପରେ ବିଜେପି ଆକ୍ରମଣ କରୁଛି । ମହିଳାଙ୍କୁ ଶାରୀରିକ, ମାନସିକ ନିର୍ଯାତନା ଓ ରାଜନୈତିକ ଆକ୍ରମଣ କରୁଛି ବିଜେପି । ଅଶୋଭନୀୟ ଆଚରଣ କରିବା ସହ ବିଜେପି ନେତା ଓ କର୍ମୀ ଗାଳିଗୁଲଜ କରୁଛନ୍ତି । ମହିଳାଙ୍କ ମହନୀୟତାକୁ କ୍ଷୁର୍ଣ୍ଣ କରୁଛି ବିଜେପି । ବହୁ ବ୍ୟବଧାନରେ ହାରିବା ଭୟରେ ବିଜେପି ଏପରି କରୁଥିବା ଅଭିଯୋଗ କରିଛି ବିଜେଡି ।
ଏହା ମଧ୍ୟ ପଢନ୍ତୁ: କାହିଁକି ଧାମନଗର ପ୍ରଚାରରେ ଗଲେନି ସାଂସଦ ଅପରାଜିତା, ବିଜେପିରେ ସବୁ ଠିକ ତ ?
ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି ଯେ, ବିଜେପିର ଗୁଣ୍ଡଗର୍ଦ୍ଦି ଦିନକୁ ଦିନ ବଢ଼ିବାରେ ଲାଗିଛି । ପ୍ରଥମେ ମହିଳା ଏସଏଚଜିଙ୍କ ବିରୋଧରେ ଏକ ଫେକ ଭିଡ଼ିଓ କରିଥିଲା ବିଜେପି । ଯାହାର କୌଣସି ପ୍ରମାଣ ଦେଇପାରିନାହିଁ ବିଜେପି । ଏହା ଦ୍ବାରା ଧାମନଗରର ନାରୀ ଶକ୍ତି ଓ ମହିଳା ଏସଏଚଜିଙ୍କ ଗାରିମାଙ୍କୁ ନଷ୍ଟ କରିବାକୁ ଅପଚେଷ୍ଟା କରିଛି ବିଜେପି । ରାଜ୍ୟ ସରକାରଙ୍କର ବରିଷ୍ଠ ମନ୍ତ୍ରୀଙ୍କୁ ଗାଳିଗୁଲଜ କରିଥିଲା ବିଜେପି ।
ଏହା ମଧ୍ୟ ପଢନ୍ତୁ: Dhamnagar ByPoll: ଶେଷ ଦିନରେ ଜମୁଛି ପ୍ରଚାର, ମୈଦାନରେ କଂଗ୍ରେସର ହେବିୱେଟ
ସେହିପରି ଗତକାଲି ଜଣେ ମହିଳା ମମତା ଆଚାର୍ଯ୍ୟଙ୍କୁ ଆକ୍ରମଣ କରିଛି ବିଜେପି । ଏହା ସହ ମମତାଙ୍କର ମିଠା ଦୋକାନ ଭଙ୍ଗାରୁଜ୍ଜା କରିଥିଲେ । ବିଜେପିର ଜଣେ କ୍ୟାଡ଼ର ଏହି କାର୍ଯ୍ୟ କରିଛନ୍ତି । ଏନଏସଏରେ ବୁକ ହୋଇଥିବା ଜଣେ ଅପରାଧିକ ପୃଷ୍ଠଭୂମିର ବ୍ୟକ୍ତି କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ବିଜେପିର କର୍ମୀ ଏହି କାର୍ଯ୍ୟ କରିଛନ୍ତି । ବିଜେପିର ଏହି ମହିଳା ବିରୋଧୀ ଆଚରଣକୁ ବିଜେଡି ନିନ୍ଦା କରିଛି ।
ଏହା ମଧ୍ୟ ପଢନ୍ତୁ: Dhamnagar bypoll: ଶେଷ ଦିନରେ ବିଜେପିର ମାରାଥନ ପ୍ରଚାର
ଲେନିନ କହିଛନ୍ତି ଯେ, ନିର୍ବାଚନର ହାର ବିଜେପିକୁ ଘାରିଛି । ବିଜେପି ଭଲ ଭାବରେ ଜାଣିସାରିଲାଣି ସେମାନେ ହାରିବେ । ହାରିବା ଭୟରେ ଗୋଟେ ପଟେ ମିଛର ଭଣ୍ଡାର ସୃଷ୍ଟି କରୁଛି ବିଜେପି । ବିଜେପି ଯେଉଁ ଅଡ଼ିଓ କଥା କହୁଥିଲେ, ତାହା କୁଆଡେ ଗଲା ବୋଲି ବିଜେଡି ପ୍ରଶ୍ନ କରିଛି । ନିଜ ଦଳର ଜଣେ ମୁଖା ପିନ୍ଧା ମହିଳାଙ୍କୁ ଆଣି ବିଜେପି ଡ୍ରାମା କରିଛି । ନାଁ, ସ୍ଥାନ ଓ ସମୟ ବାବଦରେ ସୂଚନା ଦେଇପାରୁନାହିଁ ବିଜେପି । ହାରିବା ଭୟ ଏତେ ପରିମାଣରେ ବଢିଯାଇଛି ଯେ, ବିଜେପି ବିଳବିଳାଉଛି । ବିଜେପି ଯେଉଁ ଗୁଣ୍ଡାଗର୍ଦ୍ଦି କରୁଛି ତାହା ବନ୍ଦ କରିବାକୁ ବିଜେଡି ପରାମର୍ଶ ଦେଇଛି ।
ଇଟିଭି ଭାରତ, ଭୁବନେଶ୍ବର