ETV Bharat / state

ପୁଣି ମାତିଲେ ସାରଥି ଭକ୍ତ, ଭଦ୍ରକ ମଠସାହିରେ ସତସଙ୍ଗ

ସର୍ତ୍ତମୂଳକ ଜାମିନରେ ଅଛନ୍ତି ବିବାଦୀୟ ବାବା ସାରଥୀ । ଭଦ୍ରକ ପୌରାଞ୍ଚଳରେ ମଠସାହିରେ ତାଙ୍କର ଭକ୍ତମାନେ ସତସଙ୍ଗ କାର୍ଯ୍ୟକ୍ରମ କରୁଥିବା ଏକ ଘଟଣା ସାମ୍ନାକୁ ଆସିଛି ।

author img

By

Published : Oct 10, 2019, 10:00 PM IST

ଫଟୋ ସୌଜନ୍ୟ : ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ପୌରାଞ୍ଚଳର ମଠ ସାହି ଗ୍ରାମର ଏକ ପରିବାରରେ ସତସଙ୍ଗ କାର୍ଯ୍ୟକ୍ରମ କରାଯାଇଛି । ତେବେ ଆତ୍ମଘୋଷିତ ବାବା ସାରଥୀଙ୍କ ଜାମିନ ମଞ୍ଜୁର ପରେ ତାଙ୍କର ଭକ୍ତ ମାନେ ଏବେ ପୁଣି ଚିରାଚରିତ ଢଙ୍ଗରେ ସତସଙ୍ଗ ଆରମ୍ଭ କରିଥିବା ଅଭିଯୋଗ ହୋଇଛି। ପ୍ରକାଶ ଯେ, ସର୍ତ୍ତମୂଳକ ଜାମିନରେ ଅଛନ୍ତି ବିବାଦୀୟ ବାବା ସାରଥୀ ।

ସାରଥି ବାବା ଭକ୍ତଙ୍କ ସତସଙ୍ଗ କାର୍ଯ୍ୟକ୍ରମ

ଭଦ୍ରକ ପୌରାଞ୍ଚଳ ଅନ୍ତର୍ଗତ ମଠ ସାହି ଗ୍ରାମରେ ଥିବା ଏକ ପରିବାରରୁ ଏହିପରି ଏକ ଘଟଣା ସାମ୍ନାକୁ ଆସିଛି । ଏନେଇ ସୂଚନା ପାଇ ଭଦ୍ରକ ଟାଉନ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଯାଞ୍ଚ କରିଥିଲା ।

ଏହା ପରେ ବାହାର ଲୋକଙ୍କୁ ନେଇ ସତସଙ୍ଗ ନକରିବାକୁ ଏହି ପରିବାର ସଦସ୍ୟମାନଙ୍କୁ ପରାମର୍ଶ ଦେଇଛି ପୋଲିସ । ଏନେଇ ପୋଲିସ କିମ୍ବା ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : SARATHI
FORMAT : AVO
REPORT : DEBASIS MOHAPATRA / BHADRAK
DATE : 10.10.2019

ANCHOR : ଏବେ ସର୍ତମୂଳକ ଜାମିନ ରେ ଅଛନ୍ତି ବିବାଦୀୟ ବାବା ସାରଥୀ। ହେଲେ ଜାମିନ ମଞ୍ଜୁର ପରେ ତାଙ୍କର ଭକ୍ତ ମାନେ ଏବେ ସେହି ଚିରାଚରିତ ଢଙ୍ଗରେ ସତସଙ୍ଗ ଆରମ୍ଭ କରିଥିବା ଅଭିଯୋଗ ହୋଇଛି। ଏହିପରି ଏକ ଘଟଣା ସାମ୍ନା କୁ ଆସିଛି ଭଦ୍ରକ ପୌରାଞ୍ଚଳ ଅନ୍ତର୍ଗତ ମଠ ସାହି ଗ୍ରାମ ରେ ଥିବା ଏକ ପରିବାରରୁ। Body:ଏନେଇ ସୂଚନା ପାଇ ଭଦ୍ରକ ଟାଉନ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥତି ପରଖିଥିଲା। କାଳେ ଏହା ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି କରିବ, ତେଣୁ ପୁଲିସ ପକ୍ଷରୁ ସତର୍କତା ଅବଲମ୍ବନ କରାଯିବା ସହ, ବାହାର ଲୋକଙ୍କୁ ନେଇ ସତସଙ୍ଗ ନକରିବାକୁ ଏହି ପରିବାର ସଦସ୍ୟ ମାନଙ୍କୁ ପରାମର୍ଶ ଦିଆଯାଇଛି। ଏନେଇ ପୋଲିସ କି ଏହି ବିବାଦୀୟ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ। Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.