ETV Bharat / state

ବାତ୍ୟା ପରର ଦୁର୍ଦ୍ଦିନ, ଜଳବନ୍ଦୀରେ ନଦୀ ତଟବାସୀ

author img

By

Published : May 28, 2021, 1:53 PM IST

ବାତ୍ୟା ୟସ ଚାଲିଯିବା ପରେ ଉପୁଜିଛି ବନ୍ୟା ପରିସ୍ଥିତି । ଜଳବନ୍ଦୀ ଜୀବନ କାଟୁଛନ୍ତି ବୈତରଣୀ ନଦୀ ତଟବାସୀ । ଅଧିକ ପଢନ୍ତୁ...

ବାତ୍ୟା ପରର ଦୁର୍ଦ୍ଦିନ, ଜଳବନ୍ଦୀ ନଦୀ ତଟବାସୀ

ଭଦ୍ରକ: ବାତ୍ୟା ପରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀ ନଦୀ । ଆଖୁଆପଦା ନିକଟରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ତେଣୁ କଣ୍ଟୀଘାଇ ଏସକେପ ଦେଇ ବନ୍ୟା ପାଣି ଆସିଥିବାରୁ ରାସ୍ତାର ଦୁଇ ପାର୍ଶ୍ବରେ ବନ୍ୟା ଜଳ ପ୍ରବାହିତ ହେଉଛି ।

ତେବେ ବନ୍ୟା ଜଳ ପ୍ରଭାବରେ ଭଣ୍ଡାରିପୋଖରୀ ବ୍ଲକରେ ଥିବା ରହଣିଆ, ନପଙ୍ଗ, ମାଳଦା, ବାଲିପୋଖରୀ, ସୋଲପୁର, ରଞ୍ଜିତ ଆଦି 7 ଟି ପଞ୍ଚାୟତର 30 ଟି ଗ୍ରାମ ପ୍ରଭାବିତ ହୋଇଛି । ଏଥିସହ ସରତା ପୋଲ ଉପରେ 4 ଫୁଟ ପାଣି ଚାଲିଛି । ଫଳରେ ଭଣ୍ଡାରିପୋଖରୀ-ଯାଜପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ସେହିପରି କନକେଇ ଓ ବାଲିପୋଖରୀ ଏସକେପ ଦେଇ ବନ୍ୟା ପାଣି ଆସିଛି । ଫଳରେ ଧାମନଗର ବ୍ଳକରେ ଥିବା ଦୋବଲ, ପଧାନୀ, ଆନନ୍ଦପୁର, ଖଡିପଦା ଓ ଦଳାଙ୍ଗ ପଞ୍ଚାୟତର 20 ଟି ଗ୍ରାମ ପ୍ରଭାବିତ ହୋଇଛି । ଏଥିସହ ଗେଙ୍ଗୁଟି ନଦୀ ଉପରେ ଦୋବଲ ନିକଟରେ ଥିବା ପୋଲ ଉପରେ 3 ଫୁଟ ପାଣି ଚାଲିଛି ।

ସେହିପରି ଧାମନଗର-ଯାଜପୁର ମଧ୍ୟରେ ଯୋଗାଯୋଗ ମଧ୍ଯ ବିଚ୍ଛିନ୍ନ ହୋଇଯାଇଛି । ପ୍ରଶାସନ ପକ୍ଷରୁ ସମସ୍ତ ବନ୍ୟା ପରିସ୍ଥିତିକୁ ମୁକାବଲା କରିବା ପାଇଁ ସତର୍କ ଦୃଷ୍ଟି ରଖାଯାଇଥିବା ଜଣାପଡିଛି । ଅନ୍ୟ ପକ୍ଷରେ ବିପନ୍ନମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.