ETV Bharat / state

Cameraman Murder Case: ଆଉ ୩ ଦିନିଆ ରିମାଣ୍ଡରେ ଯିବେ ଶର୍ମିଷ୍ଠା ଓ ଝୁନା

author img

By

Published : Apr 3, 2022, 4:26 PM IST

Updated : Apr 3, 2022, 4:47 PM IST

ଚାନ୍ଦବାଲିରେ ପହଞ୍ଚିଥିଲେ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟାକାଣ୍ଡର ଅଭିଯୁକ୍ତ ଶର୍ମିଷ୍ଠା, ଝୁନା, ନିରଞ୍ଜନ ଓ ରଞ୍ଜନ । ପୁଣି ଶର୍ମିଷ୍ଠା ଓ ଝୁନାଙ୍କୁ ୫ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ କିନ୍ତୁ ୩ ଦିନିଆ ରିମାଣ୍ଡରେ ଯିବାକୁ କୋର୍ଟ ଅନୁମତି ଦେଇଛନ୍ତି । ଅଧିକ ପଢ଼ନ୍ତୁ

Cameraman Murder Case: ଶର୍ମିଷ୍ଠା ଓ ଝୁନାକୁ ଆଉ ୫ ଦିନ ରିମାଣ୍ଡରେ ନେବାକୁ ଆବେଦନ

ଭଦ୍ରକ: ଚାନ୍ଦବାଲିରେ ପହଞ୍ଚିଥିଲେ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟାକାଣ୍ଡର ଅଭିଯୁକ୍ତ ଶର୍ମିଷ୍ଠା, ଝୁନା, ନିରଞ୍ଜନ ଓ ରଞ୍ଜନ । ଏହି ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ 4 ଜଣ ଅଭିଯୁକ୍ତଙ୍କୁ 5 ଦିନିଆ ରିମାଣ୍ଡରେ ଆଣିଥିଲା କ୍ରାଇମବ୍ରାଞ୍ଚ । ଆଜି ରିମାଣ୍ଡ ଅବଧି ଶେଷ ହୋଇଛି । କ୍ରାଇମବ୍ରାଞ୍ଚ ଟିମ ଭଦ୍ରକ ସମସ୍ତ ଅଭିଯୁକ୍ତଙ୍କୁ କଟକ କ୍ରାଇମବ୍ରାଞ୍ଚ ଅଫିସକୁ ନେଇ ପଚରାଉଚରା କରୁଥିଲା । ତେବେ ପୁଣି ଶର୍ମିଷ୍ଠା ଓ ଝୁନାଙ୍କୁ ୫ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ । ତେବେ କୋର୍ଟ ଆଉ ତିନି ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ।

5 ଦିନ ଧରି ଅଭିଯୁକ୍ତଙ୍କୁ ମାରାଥନ ଜେରା କରାଯିବା ପରେ ହତ୍ୟାକାଣ୍ଡ ସମ୍ପର୍କିତ ବହୁ ତଥ୍ୟ ସାମ୍ନାକୁ ଆସିଥିବା ଜଣାପଡିଛି । ଜେରା କରିବା ସହ, ମାନସଙ୍କୁ ଅପହରଣ ହତ୍ୟା ଓ ତାଙ୍କ ମୃତଦେହକୁ ପୋତା ଯିବା ପର୍ଯ୍ୟନ୍ତ ସମସ୍ତ ଅପରାଧର ସିନ୍‌ ରିକ୍ରିଏସନ କରାଇଛି କ୍ରାଇମବ୍ରାଞ୍ଚ । ଏଥିପାଇଁ ଭଦ୍ରକ ଚାନ୍ଦବାଲି ଥାନା ପଳାଶପୁର ଠାରୁ ଆରମ୍ଭ କରି ଭୁବନେଶ୍ଵର ନୟାଗଡ ଜିଲ୍ଲା ରଣପୁର ଅଞ୍ଚଳର ବଢିପାଟଣା ଧାନ ବିଲରେ ମୃତଦେହ ପୋତା ଯାଇଥିବା ସ୍ଥାନ ପର୍ଯ୍ୟନ୍ତ କ୍ରାଇମ୍ ସିନ୍ ରିକ୍ରିଏସନ କରାଯାଇଛି ।

5 ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଥିବାରୁ 4 ଅଭିଯୁକ୍ତଙ୍କୁ ଚାନ୍ଦବାଲି JMFC କୋର୍ଟରେ ହାଜର କରାଯାଇଛି । ଅଧିକ ପଚରା ଉଚରା ପାଇଁ ଶର୍ମିଷ୍ଠା ଓ ଝୁନାଙ୍କୁ ପୁନଶ୍ଚ 5 ଦିନ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ ଆବେଦନ କରିଛି । ଦୁଇ ଅଭିଯୁ୍କ୍ତଙ୍କୁ ଚାନ୍ଦବାଲି JMFC କୋର୍ଟ କେବଳ 3 ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ।

ଭଦ୍ରକରୁ ଦେବଶିଷ ମହାପାତ୍ର, ଇଟିଭି ଭାରତ

Last Updated : Apr 3, 2022, 4:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.