ETV Bharat / state

ବାତ୍ଯା ୟସ ପ୍ରଭାବିତଙ୍କୁ କ୍ଷତିପୂରଣ ପ୍ରଦାନ ଦାବି

author img

By

Published : Jun 10, 2021, 8:53 PM IST

ଏପର୍ଯ୍ୟନ୍ତ ବାତ୍ୟା ପ୍ରଭାବିତଙ୍କୁ କ୍ଷତିପୂରଣ ନମିଳିପାରିବା ନେଇ ଧାରଣା ଦେଲା ସିପିଆଇଏମ । ବାତ୍ୟାରେ 100 ରୁ ଉର୍ଦ୍ଧ ମାଟି ଘର ଭାଙ୍ଗିଦେଇଥିବା ବେଳେ ପ୍ରାୟ 1200 ଏକର ଚାଷ ଜମିରେ ଲୁଣା ପାଣି ମାଡି ଯାଇଛି। ଫଳରେ ଚଳିତ ବର୍ଷ ଚାଷ ହୋଇ ପାରିବ ନାହିଁ ବୋଲି ଆଶଙ୍କା ପ୍ରକାଶ ପାଇଛି।

ବାତ୍ଯା ୟସ ପ୍ରଭାବିତଙ୍କୁ କ୍ଷତିପୂରଣ ପ୍ରଦାନ ଦାବି
ବାତ୍ଯା ୟସ ପ୍ରଭାବିତଙ୍କୁ କ୍ଷତିପୂରଣ ଦାବି କଲା ସିପିଆଇଏମ

ଭଦ୍ରକ: ଏପର୍ଯ୍ୟନ୍ତ ବାତ୍ୟା ପ୍ରଭାବିତଙ୍କୁ ମିଳିପାରିନାହିଁ କ୍ଷତିପୂରଣ । ବ୍ୟାପକ କ୍ଷୟକ୍ଷତି ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାହିଁକି କ୍ଷତିପୂରଣ ରାଶି ମିଳିନାହିଁ ତାକୁ ନେଇ ପ୍ରଶ୍ନ ଉଠାଇଛି ଜିଲ୍ଲା ସିପିଆଇଏମ କମିଟି । ଏହାର ପ୍ରତିବାଦ କରି ସିପିଆଇଏମ ପକ୍ଷରୁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗଣଧାରଣା ଦିଆଯାଇଥିଲା। ତେବେ ପ୍ରଶାସନ ପକ୍ଷରୁ ଦାବି ପୂରଣର ପ୍ରତିଶୃତି ଦିଆଯିବା ପରେ ଧାରଣା ପ୍ରତ୍ଯାହୃତ ହୋଇଥିବା ଜଣାପଡିଛି ।

ହୋଇଥିବା ଅଭିଯୋଗ ଅନୁସାରେ ବାତ୍ୟା ୟସ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ଜଳେଶ୍ୱରପୁର ଗ୍ରାମ ପଞ୍ଚାୟତରେ ପ୍ରାୟ 100 ରୁ ଉର୍ଦ୍ଧ ମାଟି ଘର ଭାଙ୍ଗିଦେଇଥିବା ବେଳେ ପ୍ରାୟ 1200 ଏକର ଚାଷ ଜମିରେ ଲୁଣା ପାଣି ମାଡି ଯାଇଛି। ଫଳରେ ଚଳିତ ବର୍ଷ ଚାଷ ହୋଇ ପାରିବ ନାହିଁ ବୋଲି ଆଶଙ୍କା ପ୍ରକାଶ ପାଇଛି।

ଏଥିସହ ପ୍ରାୟ 60 ଟି ଚିଙ୍ଗୁଡି ପୋଖରୀ ଲୁଣା ପାଣିରେ ବୁଡି ଯାଇ ପାଖାପାଖି 25 କୋଟି ଟଙ୍କାର ଚିଙ୍ଗୁଡି ଚାଷ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ହେଲେ ଏହି ପଞ୍ଚାୟତକୁ ସରକାର ଅଦ୍ୟାବଧି ବାତ୍ଯା ବିପନ୍ନ ଅଞ୍ଚଳ ଭାବେ ଘୋଷଣା କରିନାହାନ୍ତି । ଏଥିସହ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ବ୍ୟାପକ ହରିଲୁଟ ହେଉଥିବା ଜଣାପଡିଛି। ପ୍ରତିବାଦ କଲେ କାର୍ଡଧାରୀଙ୍କୁ ଧମକ ମିଳୁଥିବା ମଧ୍ୟ ଅଭିଯୋଗ ହୋଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.