ETV Bharat / state

ଦମ୍ପତି ବେକରେ ରଶି ଦେଇ ଆତ୍ମହତ୍ୟା ଘଟଣା; କାରଣ ଏବେବି ଅସ୍ପଷ୍ଟ, ପୋଲିସ ତଦନ୍ତ ଆରମ୍ଭ

author img

By

Published : Jul 4, 2023, 10:10 PM IST

ଭଦ୍ରକ ଜିଲ୍ଲା ବାରେଣିକୂଳ ଗ୍ରାମରେ ଉଭୟ ସ୍ବାମୀ ଏବଂ ସ୍ତ୍ରୀ ଏକା ସହ ଜୀବନ ହାରିଛନ୍ତି । ବନ୍ଦ ଘର ଭିତରୁ ଉଭୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ

ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭଦ୍ରକ: ଏକା ସାଙ୍ଗରେ ଜୀବନ ହାରିଲେ ଦମ୍ପତି । କୌଣସି କାରଣରୁ ଉଭୟ ସ୍ବାମୀ ଏବଂ ସ୍ତ୍ରୀ ଏକା ସହ ଜୀବନ ହାରିଥିବା ସନ୍ଦେହ କରାଯାଉଛି। ବନ୍ଦ ଘର ଭିତରୁ ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହିପରି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି ତିହିଡି ଥାନା କଂପଡ଼ା ପଞ୍ଚାୟତ ଅନ୍ତର୍ଗତ ବାରେଣିକୁଳ ଗ୍ରାମରୁ। ସୂଚନା ଅନୁଯାୟୀ, ଏହି ଗ୍ରାମର ଉପେନ୍ଦ୍ର ମଲିକଙ୍କ ଘରେ ଭିତର ପଟୁ ତାଲା ପଡିଥିଲା। ତେବେ ଆଜି ସକାଳୁ ମଧ୍ଯାହ୍ନ ପର୍ଯ୍ୟନ୍ତ ଘରୁ କେହି ଚଳପ୍ରଚଳ କରୁନଥିବା ଦେଖି ସନ୍ଦେହ ସୃଷ୍ଟି ହୋଇଥିଲା। ଏପଟେ କାରଣ ଏବେବି ଅସ୍ପଷ୍ଟ, ପୋଲିସ ତଦନ୍ତ ଆରମ୍ଭ ।

ଦୀର୍ଘ ସମୟ ବିତିବା ପରେ ମଧ୍ୟ ଘରୁ କେହି ବାହାରୁନଥିବାରୁ ଗ୍ରାମବାସୀମାନେ ଝରକା ଫାଙ୍କରେ ଦେଖିବାକୁ ଚେଷ୍ଟା କରିଥିଲେ। ତେବେ ଘର ଭିତରେ ଉଭୟ ଉପେନ୍ଦ୍ର ମଲ୍ଲିକ ଏବଂ ସ୍ତ୍ରୀ ମିନତୀ ମଲ୍ଲିକଙ୍କ ମୃତଦେହ ଦେଖିବାକୁ ପାଇଥିଲେ ସ୍ଥାନୀୟଲୋକେ। ଆର୍ଥିକ ସ୍ଥିତି ଠିକ୍ ନଥିବାରୁ ଉଭୟଙ୍କ ମଧ୍ୟରେ ଅନେକ ସମୟରେ ବଚସା ଲାଗି ରହୁଥିଲା। ଯେଉଁ ଘଟଣାକୁ କେନ୍ଦ୍ର କରି ଉଭୟ ସ୍ୱାମୀ ଏବଂ ସ୍ତ୍ରୀ ଘର ଭିତରେ ଏକ ସଙ୍ଗେ ଜୀବନ ହାରିଥିବା ସନ୍ଦେହ କରାଯାଉଛି।

ଝୁଲନ୍ତା ଅବସ୍ଥାରେ ଉଭୟଙ୍କ ମୃତଦେହ ମିଳିବା ପରେ ଖବର ଦେଇଥିଲେ ଗ୍ରାମବାସୀ। ତିହିଡ଼ି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ 2 ଟିକୁ ଉଦ୍ଧାର କରିଥିଲେ। ମୃତଦେହ ବ୍ୟବଚ୍ଛେଦ କରିବା ପାଇଁ ଭଦ୍ରକ ମେଡ଼ିକାଲକୁ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି ତିହିଡି ଥାନା ପୋଲିସ । ତେବେ ପାରିବାରିକ କଳହ ପାଇଁ ସେମାନେ ଜୀବନ ହାରିଥିବା ସନ୍ଦେହ କରାଯାଉଛି। ସୂଚନା ଅନୁସାରେ, ଉପେନ୍ଦ୍ର ଏବଂ ମିନତୀଙ୍କ ଦୁଇ ପୁଅ ରାଜ୍ୟ ବାହାରେ ରୁହନ୍ତି ।

ଏହା ମଧ୍ୟ ପଢନ୍ତୁ...ନିଶା ନିବାରଣ କେନ୍ଦ୍ରରୁ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସହ୍ୟ ଚାପ ନା ମାନସିକ ରୋଗ ?

ଅନ୍ୟପକ୍ଷରେ ଗ୍ରାମରେ ରହୁଥିବା ଉଭୟ ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଆର୍ଥିକ ସମସ୍ୟାକୁ ନେଇ ଅଧିକାଂଶ ସମୟରେ ଅସନ୍ତୋଷ ଲାଗି ରହିଥିଲା। ତେଣୁ ଏହି ଆର୍ଥିକ ସମସ୍ୟାକୁ ବାରମ୍ବାର ଲାଗି ରହୁଥିବା ଅସନ୍ତୋଷ କାରଣରୁ ସେମାନେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ସନ୍ଦେହ କରୁଛନ୍ତି ସ୍ଥାନୀୟଲୋକେ। ତେବେ ଦମ୍ପତିଙ୍କ ଏହିପରି ଆତ୍ମହତ୍ୟା କରିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡିନଥିବାବେଳେ ତଦନ୍ତ ଜାରି ରଖିଛି ପୋଲିସ। ଏହାସହ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି କୁହାଯାଉଛି। ତେବେ ଏକା ସାଙ୍ଗରେ ଉଭୟ ସ୍ୱାମୀ ଏବଂ ସ୍ତ୍ରୀ ବେକରେ ରଶି ଦେଇ ଜୀବନ ହାରିବା ପରେ ପରିବାରରେ ଶୋକର ଛାୟା ଖେଳି ଯାଇଛି। ବାପା ମାଆଙ୍କୁ ହରାଇ ସେମାନଙ୍କ ଦୁଇ ପୁଅ ମଧ୍ୟ ଧୈର୍ଯ୍ୟହରା ହୋଇପଡିଛନ୍ତି।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.