ETV Bharat / state

ଦମ୍ପତିଙ୍କ ବ୍ୟକ୍ତିଗତ ଫଟୋ ଭାଇରାଲ ଧମକ, ଏସପିଙ୍କ ଦ୍ବାରସ୍ଥ - ମୋବାଇଲରେ ଥିବା ସ୍ଵାମୀ-ସ୍ତ୍ରୀଙ୍କ ବ୍ୟକ୍ତିଗତ ମୁହୂର୍ତ୍ତ ଭାଇରାଲ

ପୋଲିସ ଇନଫର୍ମର ସନ୍ଦେହରେ କୋଇଲା ମାଫିଆଙ୍କ ଦ୍ୱାରା ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ତାଙ୍କ ମୋବାଇଲ ଛଡାଇ, ସେଥିରେ ଥିବା ସ୍ଵାମୀ ସ୍ତ୍ରୀଙ୍କ, ବ୍ୟକ୍ତିଗତ ମୁହୂର୍ତ୍ତର ବିଭିନ୍ନ ଫୋଟ ଓ ଭିଡିଓକୁ ଭାଇରାଲ କରୁଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ଦମ୍ପତିଙ୍କ ବ୍ୟକ୍ତିଗତ ଫଟୋ ଭାଇରାଲ ଧମକ, ଏସପିଙ୍କ ଦ୍ବାରସ୍ଥ

author img

By

Published : Jul 29, 2021, 11:21 AM IST

ଭଦ୍ରକ: ପୋଲିସ ଇନଫର୍ମର ସନ୍ଦେହରେ କୋଇଲା ମାଫିଆଙ୍କ ଦ୍ୱାରା ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ତାଙ୍କ ମୋବାଇଲ ଛଡାଇ, ସେଥିରେ ଥିବା ସ୍ଵାମୀ-ସ୍ତ୍ରୀଙ୍କ, ବ୍ୟକ୍ତିଗତ ଫୋଟ ଓ ଭିଡିଓକୁ ଭାଇରାଲ କରୁଥିବା ଅଭିଯୋଗ ହୋଇଛି । ନ୍ଯାୟ ପାଇଁ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଗୁହାରୀ କରିଛନ୍ତି ଯୁବକ ।

ଦମ୍ପତିଙ୍କ ବ୍ୟକ୍ତିଗତ ଫଟୋ ଭାଇରାଲ ଧମକ, ଏସପିଙ୍କ ଦ୍ବାରସ୍ଥ

ଖବର ଅନୁଯାୟୀ ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଇଚ୍ଛାପୁର ଅଞ୍ଚଳର ଜଣେ ବ୍ୟକ୍ତି ଦୋଳସାହିରୁ ଘରକୁ ଫେରୁ ଥିବାବେଳେ 8/10 ଜଣ କୋଇଲା ମାଫିଆ ଆସି ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ନେଇ ତାଙ୍କ ପତ୍ନୀ ସାବରଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସମ୍ପୃକ୍ତ ବ୍ୟକ୍ତିଙ୍କୁ କୌଣସି କାରଣ ନଥାଇ ରାସ୍ତାରେ ଅଟକାଇ ଆକ୍ରମଣ କରିବା ସହିତ 13 ହଜାର ଟଙ୍କା ଏବଂ ଏକ ଦାମି ମୋବାଇଲ ଛଡାଇ ନେଇଥିବା ଅଭିଯୋଗରେ ଉଲ୍ଲେଖ କରିଛନ୍ତି ମହିଳା ଜଣକ । ଏଥିସହ ମୋବାଇଲରେ ଥିବା ସମସ୍ତ ବ୍ୟକ୍ତିଗତ ଫୋଟ ଓ ଭିଡିଓକୁ ଅନ୍ୟମାନଙ୍କୁ ଦେଇ ଭାଇରାଲ କରିବା ସହ ଧମକ ଦେଉଥିବା ଅଭିଯୋଗ ହୋଇଛି ।

ତେବେ ମାମଲାର ଅଭିଯୁକଙ୍କୁ ଏପର୍ଯ୍ୟନ୍ତ ପୋଲିସ ଗିରଫ କରିନପାରିବାରୁ ମହିଳା ଜଣକ ଭଦ୍ରକ ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି । ଏସପି ତାଙ୍କ ଅଭିଯୋଗ ଶୁଣିବା ପରେ ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ହେଲେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ମିଳିପାରିନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.