ETV Bharat / state

ବକେୟା ଅର୍ଥ ପ୍ରଦାନ ଦାବି, ଧାରଣାରେ ଠିକା ଶ୍ରମିକ - refund

ଭଦ୍ରକ ପୌରପାଳିକା ଅଧିନରେ 172 ଜଣ ଠିକା ଶ୍ରମିକ ଆଜି କାର୍ଯ୍ୟ ବନ୍ଦ କରିବା ସହ ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ପୌର ନିର୍ବାହୀ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଏନେଇ ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରାଯିବା ନେଇ ପ୍ରତିଶ୍ରୁତି ଦେବା ପରେ ଧାରଣା ହଟିଥିଲା । ଯଦି ଏହି ପ୍ରତିଶ୍ରୁତି ପୂରଣ ନହୁଏ, ତାହାହେଲେ ଆଗାମୀ ଦିନରେ ହକ୍ ପାଇଁ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଶ୍ରମିକ ନେତା ଚେତାବନୀ ଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
author img

By

Published : Jul 11, 2019, 7:30 PM IST

ଭଦ୍ରକ: ଥମିବାରେ ନାଁ ନେଉନାହିଁ ଶ୍ରମିକ ଶୋଷଣ ନୀତି । ଭଦ୍ରକ ପୌରପାଳିକା ଅଧିନରେ 172 ଜଣ ଠିକା ଶ୍ରମିକ କାର୍ଯ୍ୟ କରୁଛନ୍ତି । ହେଲେ ଦୀର୍ଘ 7/8 ବର୍ଷ ଧରି ସେମାନେ ସେମାନଙ୍କ ESI ଏବଂ EPF ବାବଦରେ କଟୁଥିବା ଅର୍ଥର ହିସାବ ପାଉନାହାଁନ୍ତି । ଏପରିକି ସେମାନଙ୍କ ଦୈନିକ ମଜୁରୀ ହଡ଼ପ ହେଉଥିବା ମଧ୍ୟ ଅଭିଯୋଗ ହୋଇଛି । ଏହାକୁ ପ୍ରତିବାଦ କରି ଆଜି ଠିକା ଶ୍ରମିକମାନେ କାର୍ଯ୍ୟ ବନ୍ଦ କରିବା ସହ ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ତୁରନ୍ତ ନିଯୁକ୍ତ ଠିକା ସଂସ୍ଥା ଟେଣ୍ଡରକୁ ବାତିଲ କରି ସେମାନଙ୍କୁ ପୌରପାଳିକା ଦ୍ବାରା ସିଧାସଳଖ ନିଯୁକ୍ତି ଦେବା ସହ ପୂର୍ବ ବକେୟା ESI, EPF ଏବଂ ମଜୁରୀ ପ୍ରଦାନ କରିବା ପାଇଁ ଦାବି କରିଥିଲେ । ଖବର ପାଇ ତହସିଲଦାର ତଥା ପୌର ନିର୍ବାହୀ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଏନେଇ ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରାଯିବା ନେଇ ପ୍ରତିଶ୍ରୁତି ଦେବା ପରେ ଧାରଣା ହଟିଥିଲା ।

ଯଦି ଏହି ପ୍ରତିଶ୍ରୁତି ପୂରଣ ନହୁଏ, ତାହାହେଲେ ଆଗାମୀ ଦିନରେ ହକ୍ ପାଇଁ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଶ୍ରମିକ ନେତା ଚେତାବନୀ ଦେଇଛନ୍ତି । କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ଘଟଣାସ୍ଥଳରେ ଟାଉନ ଥାନା ଆଇଆଇସିଙ୍କ ନେତୃତ୍ବରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:ଭଦ୍ରକ ଜିଲ୍ଲାରେ ଶ୍ରମିକ ଶୋଷଣ ନୀତି ଥମିବାରେ ନାଁ ନେଉନାହିଁ। Body:ଭଦ୍ରକ ଜିଲ୍ଲାରେ ଶ୍ରମିକ ଶୋଷଣ ନୀତି ଥମିବାରେ ନାଁ ନେଉନାହିଁ। ସୂଚନା ଅନୁଯାୟୀ ଭଦ୍ରକ ପୌରପାଳିକା ଅଧିନରେ 172 ଜଣ ଠିକା ଶ୍ରମିକ କାର୍ଯ୍ୟ କରନ୍ତି। ହେଲେ ଦୀର୍ଘ 7/8 ବର୍ଷ ଧରି ସେମାନେ ସେମାନଙ୍କ ESI ଏବଂ EPF ବାବଦରେ କଟୁଥିବା ଅର୍ଥର ହିସାବ ପାଉନାହାନ୍ତି। ଯାହାର ପରିମାଣ 39 ଲକ୍ଷ ଟଙ୍କା ରୁ ଉର୍ଧ ହେବ। ଏପରିକି ସେମାନଙ୍କ ଦୈନିକ ମଜୁରୀ ହଡ଼ପ ହେଉଥିବା ମଧ୍ୟ ଅଭିଯୋଗ ହୋଇଛି। ଏହାର ମୁଖ୍ୟ କାରଣ ହେଉଛି ବିଭିନ୍ନ ସମୟରେ ବିଭିନ୍ନ ଠିକା ସଂସ୍ଥା କୁ ପୌରପାଳିକା କାର୍ଯ୍ୟ କରିବାକୁ ନିଯୁକ୍ତି ଦେଉଥିବା ବୋଲି ସୂଚନା ମିଳିଛି। ଏହାର ପ୍ରତିବାଦରେ ଆଜି ଠିକା ଶ୍ରମିକ ମାନେ କାର୍ଯ୍ୟ ବନ୍ଦ କରିବା ସହ ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ତୁରନ୍ତ ନିଯୁକ୍ତ ଠିକା ସଂସ୍ଥା ଟେଣ୍ଡର କୁ ବାତିଲ କରି ସେମାନଙ୍କୁ ପୌରପାଳିକା ଦ୍ୱାରା ସିଧାସଳଖ ନିଯୁକ୍ତି ଦେବା ସହ ପୂର୍ବ ବକେୟା ESI, EPF ଏବଂ ମଜୁରୀ ପ୍ରଦାନ କରିବା ପାଇଁ ଦାବୀ କରିଥିଲେ। ଏନେଇ ସୂଚନା ପାଇ ତହସିଲଦାର ତଥା ପୌର ନିର୍ବାହୀ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଏନେଇ ତୁରନ୍ତ ବିହୀତ ପଦକ୍ଷେପ ଗ୍ରହଣ କରାଯିବା ନେଇ ପ୍ରତିଶ୍ରୁତି ଦେବା ପରେ ଧାରଣା ହଟିଥିଲା। ଜଦି ଏହି ପ୍ରତିଶ୍ରୁତି ପୂରଣ ନହୁଏ ତାହାହେଲେ ଆଗାମୀ ଦିନରେ ହକ୍ ପାଇଁ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଶ୍ରମିକ ନେତା ଚେତାବନୀ ଦେଇଛନ୍ତି। କୌଣସି ଅପ୍ରୀତିକର ପରିସ୍ଥିତି କୁ ଏଡାଇବ ପାଇଁ ଘଟଣା ସ୍ଥଳରେ ଟାଉନ ଥାନା ଆଇଆଇସି ଙ୍କ ନେତୃତ୍ବରେ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା।
Bite_ବାପୁ ଧଳ_ ଶ୍ରମିକ ନେତା Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.