ETV Bharat / state

କାମ ବନ୍ଦ ପାଇଁ କଷ୍ଟ୍ରକ୍ସନ କମ୍ପାନୀ କର୍ମଚାରୀଙ୍କୁ ଧମକ, ଅଭିଯୁକ୍ତ ଗିରଫ

author img

By

Published : Nov 4, 2020, 10:08 PM IST

ଏକ ଘରୋଇ କଷ୍ଟ୍ରକ୍ସନ କମ୍ପାନୀର କର୍ମଚାରୀଙ୍କୁ କାର୍ଯ୍ୟ ବନ୍ଦ କରିବା ପାଇଁ ଧମକ ଦେବା ଅଭିଯୋଗରେ ପୋଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଧିକ ପଢନ୍ତୁ...

Construction company employees threatened to stop work, and one arrested
କାମ ବନ୍ଦ ପାଇଁ କଷ୍ଟ୍ରକସନ କମ୍ପାନୀର କର୍ମଚାରୀଙ୍କୁ ଧମକ, ଅଭିଯୁକ୍ତ ଗିରଫ

ଭଦ୍ରକ: ଏକ ଘରୋଇ କଷ୍ଟ୍ରକ୍ସନ କମ୍ପାନୀର କର୍ମଚାରୀଙ୍କୁ କାର୍ଯ୍ୟ ବନ୍ଦ କରିବା ପାଇଁ ଧମକ ଦେବା ଅଭିଯୋଗରେ ପୋଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଚଣ୍ଡିିଖୋଲ-ଭଦ୍ରକ ରାସ୍ତା ପ୍ରଶସ୍ତିକରଣ ନିମନ୍ତେ ନିୟୋଜିତ ହୋଇଥିବା ଦିଲୀପ ବିଲଡକନ୍ ଲିମିଟେଡ଼ ନାମରେ ଏକ ଘରୋଇ ସଂସ୍ଥା ଭଦ୍ରକ ଜିଲ୍ଲା ବନ୍ତ ତହସିଲଦାରଙ୍କ ଅର୍ଡ଼ର ନଂ ୨୪/୨୦-୨୧ ତା. ୦୬/୧୦/୨୦୨୦ ଅନୁଯାୟୀ ଖଣିଜ ସଂପଦ ସଂଗ୍ରହ ନିମନ୍ତେ ଆଗରପଡ଼ା ନିକଟସ୍ଥ ରାମପୁର କେନାଲ ରାସ୍ତାକୁ ନିର୍ମାଣ କରୁଥିଲେ ।

ଅଭିଯୋଗ ଅନୁଯାୟୀ ଗତ ମାସ ୧୦ ତାରିଖ ଦିନ ଉକ୍ତ କମ୍ପାନୀର କର୍ମଚାରୀମାନେ କେନାଲ ରାସ୍ତା ନିର୍ମାଣ କରୁଥିବା ବେଳେ କିଛି ଅଜଣା ବ୍ୟକ୍ତି ମୋଟରସାଇକଲରେ ଉକ୍ତ ସ୍ଥାନରେ ପହଞ୍ଚି କାର୍ଯ୍ୟରତ କର୍ମଚାରୀଙ୍କୁ କାର୍ଯ୍ୟ ବନ୍ଦ କରିବା ପାଇଁ ଧମକ୍ ଦେବା ସହ ସେମାନଙ୍କର ଜିନିଷପତ୍ରକୁ ଫିଙ୍ଗା ଫୋପଡ଼ା କରିଥିଲେ ଏବଂ ବ୍ୟବହୃତ ମୋବାଇଲକୁ ଛଡ଼ାଇ ନେଇଥିଲେ ।

ପରେ ଉକ୍ତ କମ୍ପାନୀର ଦାୟିତ୍ୱରେ ଥିବା କର୍ମଚାରୀ ଆଲୋକ କୁମାର ସିଂହ ଏନେଇ ଆଗରପଡ଼ା ଥାନାରେ ଗତ ମାସ ୨୮ ତାରିଖରେ ଏକ ଲିଖିତ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ ମୂଳେ ଅଗରପଡ଼ା ଥାନା କେସ ନଂ ୧୨୫/୨୦ରେ ଏକ ଲୁଟ୍ ମାମଲା ରୁଜୁ କରି ଥାନା ଅଧିକାରିଣୀ ସୁକାନ୍ତି କେରେଇ ଅନୁସନ୍ଧାନ ଜାରି ରଖିଥିଲେ ।

ତେବେ କୌଣସି ସୂତ୍ରରୁ ଖବର ପାଇ ଅଗରପଡ଼ା ପୋଲିସ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ସହାୟତାରେ ନଳାଙ୍ଗ(ଭଦ୍ରକ)ରୁ ସଞ୍ଜିବ ଜେନା ନାମକ ବ୍ୟକ୍ତିଙ୍କୁ ଉକ୍ତ ମାମଲାରେ ଜଡ଼ିତ ଥିବା ନେଇ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିଲେ । ପରେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଜେଲ ପଠାଯାଇଥିବାର ଜଣାପଡ଼ିଛି ।

ଖବର ଅନୁଯାୟୀ ସଞ୍ଜିବ ଜେନା ୨୬ ନଂ ଜୋନର ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ବୋଲି ଜଣାପଡ଼ିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.