ETV Bharat / state

ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦର ପ୍ରତିବାଦ, ଗାନ୍ଧୀ ମୂର୍ତ୍ତି ସମ୍ମୁଖରେ ସତ୍ୟାଗ୍ରହ

ଭଦ୍ରକ ଜିଲ୍ଲା କଂଗ୍ରେସ ଦଳ ପକ୍ଷରୁ ସତ୍ୟାଗ୍ରହ । ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ନିଷ୍ପତି ପ୍ରତିବାଦରେ ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବେ ସତ୍ୟାଗ୍ରହ ଅନୁଷ୍ଠିତ । ଅଧିକ ପଢନ୍ତୁ

congress stage satyagraha
congress stage satyagraha
author img

By

Published : Mar 27, 2023, 10:06 AM IST

Updated : Mar 27, 2023, 10:23 AM IST

congress stage satyagraha

ଭଦ୍ରକ: କଂଗ୍ରେସ ଦଳ ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବେ ସତ୍ୟାଗ୍ରହ । ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ପଛରେ ବିଜେପିର ଷଡ଼ଯନ୍ତ୍ର ଅଭିଯୋଗ ଆଣି ରବିବାର ସାରା ରାଜ୍ୟରେ ସତ୍ୟାଗ୍ରହ କରିଥିଲା କଂଗ୍ରେସ । ସାରା ଭାରତ ବର୍ଷରେ କଂଗ୍ରେସ ଅହିଂସା ଭାବରେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସି ପ୍ରତିବାଦ କରିଥିଲା । ସେହି କ୍ରମରେ ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ ମହତାବ କୋଠୀ ସ୍ଥିତ ଗାନ୍ଧୀ ମୂର୍ତ୍ତି ସମ୍ମୁଖରେ ଏହି ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି । ଯେଉଁଠି ଭାରତ ଛାଡ ଆନ୍ଦୋଳନ ସମୟରେ ଗାନ୍ଧିଜୀ ଆସିଥିଲେ।

ତେବେ ମୋଦି ସରକାର ଦ୍ଵାରା ବିଧିବଦ୍ଧ ସଡଯନ୍ତ୍ର କରାଯାଇ ଯେମିତି ଅଗଣତାନ୍ତ୍ରିକ ଭାବରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ସଭ୍ୟ ପଦ ରଦ୍ଦ କରାଗଲା । ଏନେଇ ସେହି ବିରୋଧରେ ସାରା ଭାରତ ବର୍ଷରେ କଂଗ୍ରେସ ପକ୍ଷରୁ ଅହିଂସା ଭାବରେ ଧାରଣାରେ ବସି ପ୍ରତିବାଦ କରାଯାଇଛି । କେନ୍ଦ୍ରରେ ସରକାର କରୁଥିବା ମୋଦି ଓ ସାହା ମିଶି ଯେଉଁଭଳି ଭାବରେ ଏକଛତ୍ରବାଦ ଶାସନ କରି ଗଣତନ୍ତ୍ରକୁ ବିପଦଗାମୀ କଲେଣି । ଏନେଇ ସେହି ବିରୋଧରେ ରାହୁଲ ଗାନ୍ଧୀ ସର୍ବଦା ସ୍ବର ଉତ୍ତୋଳନ କରିବା ହେତୁ ମୋଦି ସରକାର ଏପରି ହୀନ କାର୍ଯ୍ୟ କରି ରାହୁଲ ଗାନ୍ଧୀଙ୍କ ସଭ୍ୟ ପଦ ରଦ୍ଦ କରିଛନ୍ତି ବୋଲି କହିଛନ୍ତି କଂଗ୍ରେସ ନେତା ।

ତେବେ ନିକଟ ଅତୀତରେ ସମାପ୍ତ ହୋଇଥିବା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ଯୋଗୁଁ ବିଜେପି କ୍ଷମତା ଚ୍ୟୁତ ହେବା ଆଶଙ୍କା ପ୍ରକାଶ କରି ଏହିପରି ହୀନ ରାଜନୀତି କରୁଛି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସର ନେତୃତ୍ବ ମାନେ । ଏଥିସହ ଭଦ୍ରକ ଜିଲ୍ଲା କଂଗ୍ରେସ ଦଳ ପକ୍ଷରୁ ଅନୁଷ୍ଠିତ ସତ୍ୟାଗ୍ରହରେ ଜିଲ୍ଲାର ବହୁ ଛାମୁଆ ନେତା ତଥା ଦଳର ବହୁ କର୍ମୀ ମାନେ ଉପସ୍ଥିତ ଥିଲେ ।

ପ୍ରକାଶ ଥାଉକି, ଗତ ତିନି ଦିନ ତଳେ ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ହେବା ନେଇ ଲୋକସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା । ସୁରଟ ସେସନ କୋର୍ଟ ଅପରାଧିକ ମାନହାନୀ ମାମଲାରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ତାଙ୍କ ସଦସ୍ୟତା ରଦ୍ଦ ଲୋକସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା । ମୋଦି ସାଙ୍ଗିଆ ମାମଲାରେ କୋର୍ଟ ତାଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ଏହି ଘଟଣାରେ ରାହୁଲଙ୍କୁ ବେଲ୍‌ ମଧ୍ୟ ମିଳିଯାଇଥିଲା ।

ତେବେ ଲୋକପ୍ରତିନିଧି ଆଇନ ୧୯୫୧ ସେକ୍ସନ ୮ ଅନୁଯାୟୀ ରାହୁଲଙ୍କ ସାଂସଦ ପଦ ରଦ୍ଦ କରାଯାଇଥିଲା । ଲୋକସଭାର ସଦସ୍ୟତା ପଦ ରଦ୍ଦ ହେବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ । ଏହି ସମ୍ମିଳନୀରେ ସେ କହିଥିଲେ କି, ମୋର ଲକ୍ଷ୍ୟ ହେଲା ଯେ ସତ୍ୟ ପାଇଁ ଲଢ଼େଇ କରିବା ଓ ଦେଶର ଗଣତାନ୍ତ୍ରିକ ପଦ୍ଧତିକୁ ରକ୍ଷା କରିବା । ମୋତେ ଆଜୀବନ ଅଯୋଗ୍ୟ କରିଦେଲେ କିମ୍ବା ସବୁଦିନ ପାଇଁ ଜେଲ ପଠାଇଦେଲେ ମଧ୍ୟ ମୁଁ ସରକାରଙ୍କୁ ପ୍ରଶ୍ନ ପଚାରିବା ଜାରି ରଖିବି ।

ଇଟିଭି ଭାରତ, ଭଦ୍ରକ

Last Updated : Mar 27, 2023, 10:23 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.