ETV Bharat / state

ଅପରାଧୀକୁ ଗିରଫ ଦାବିରେ କଂଗ୍ରେସ ପକ୍ଷରୁ ପ୍ରତିବାଦ - ଅପରାଧୀକୁ ଗିରଫ ଦାବିରେ କଂଗ୍ରେସ ପକ୍ଷରୁ ପ୍ରତିବାଦ

ସଂଗୀତା ମୋଟର୍ସ କର୍ମଚାରୀ ଚିତ୍ତରଞ୍ଜନ ଜେନାଙ୍କ ମୃତ୍ୟୁ ମାମଲାରେ ନ୍ୟାୟ ଦାବି କରି ଶୁକ୍ରବାର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲା କଂଗ୍ରେସ।

ଅପରାଧୀକୁ ଗିରଫ ଦାବିରେ କଂଗ୍ରେସ ପକ୍ଷରୁ ପ୍ରତିବାଦ

author img

By

Published : Jul 11, 2020, 1:07 AM IST

ଭଦ୍ରକ: ଅଭିଯୁକ୍ତକୁ ଗିରଫ ଦାବିରେ କଂଗ୍ରେସର ଧାରଣା। ସଂଗୀତା ମୋଟର୍ସ କର୍ମଚାରୀ ଚିତ୍ତରଞ୍ଜନ ଜେନାଙ୍କ ମୃତ୍ୟୁ ମାମଲାରେ ନ୍ୟାୟ ଦାବି କରି ଶୁକ୍ରବାର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲା କଂଗ୍ରେସ।

ଅପରାଧୀକୁ ଗିରଫ ଦାବିରେ କଂଗ୍ରେସ ପକ୍ଷରୁ ପ୍ରତିବାଦ

ଚିତ୍ତରଞ୍ଜନଙ୍କ ମୃତ୍ୟୁ ପାଇଁ ସଂଗୀତା ମୋଟର୍ସର ମାଲିକ ହିଁ ଦାୟୀ ବୋଲି ସୁସାଇଡ୍ ନୋଟରେ ଲେଖା ଥିଲେ ହେଁ ଆଜି ଯାଏ ଅଭିଯୁକ୍ତକୁ ଗିରଫ ନକରି ଚୁପ୍ ବସିଛି ପୋଲିସ। ତେବେ ଏହା ପୂ୍ର୍ବରୁ ଅଭିଯୁକ୍ତକୁ 72 ଘଣ୍ଚାରେ ମଧ୍ୟରେ ଗିରଫ ଦାବି କରି ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ପକ୍ଷରୁ ନେତା ସତ୍ୟପ୍ରକାଶ ନାୟକ ଚେତାବନୀ ଦେଇଥିଲେ।

ଏଥିସହ ଜିଲ୍ଲା କଂଗ୍ରେସ ତରଫରୁ ଏହି ଘଟଣାରେ ତ୍ଵରିତ ତୁରନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଏକ ଦାବିପତ୍ର ମଧ୍ୟ ଦିଆଯାଇଥିଲା। ହେଲେ ସଂଗୀତା ମୋଟର୍ସର କର୍ମଚାରୀ ଚିତ୍ତରଞ୍ଜନଙ୍କ ମୃତ୍ୟୁର 9 ଦିନ ପରେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ଆଜି ଅଭିଯୁକ୍ତକୁ ଗିରଫ ଦାବି କରି କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଥିଲା। ତେବେ 3 ଦିନ ମଧ୍ୟରେ ଏନେଇ ବିହିତ ପଦକ୍ଷେପ ଗ୍ରହଣ କରିବା ନେଇ ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ଯାହୃତ ହୋଇଥିଲା।

ଭଦ୍ରକକୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.