ETV Bharat / state

ନିରପେକ୍ଷ ତଦନ୍ତ ଦାବି ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

author img

By

Published : Dec 13, 2020, 10:18 PM IST

କଂଗ୍ରେସ କାର୍ଯ୍ୟକାରୀ ସଦସ୍ୟଙ୍କୁ ବିଜେଡି ବିଧାୟକଙ୍କର କିଛି ଗୁଣ୍ତା ମାଡ ମାରିଥିବା ଅଭିଯୋଗ । ନିରପେକ୍ଷ ତଦନ୍ତ ଦାବି ନେଇ କଲା ସାମ୍ବାଦିକ ସମ୍ମିଳନୀ । ଅଧିକ ପଢନ୍ତୁ...

congress press meet in bhadrak
ନିରପେକ୍ଷ ତଦନ୍ତ ଦାବି ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ଭଦ୍ରକ : ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ଓ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା ଦାବିକୁ ନେଇ ସହରରକୁ 12 ଘଣ୍ଟିଆ ବନ୍ଦ କରିଥିଲା କଂଗ୍ରେସ । ଏହି ବନ୍ଦରେ କଂଗ୍ରେସକୁ ସଫଳତା ମିଳିଥିବା ନେଇ ଦଳର କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତି କହିଛନ୍ତି। ହେଲେ ବନ୍ଦ ସମୟରେ କଂଗ୍ରେସ ପକ୍ଷରୁ 4 ଜଣ ବିଜେଡି ବିଧାୟକ ଓ ଜଣେ ସାଂସଦଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ଏହି କୁଶପୁତ୍ତଳିକା ଦାହ ଘଟଣାକୁ ନେଇ ବିଜେଡି ବିଧାୟକଙ୍କ କିଛି ଗୁଣ୍ଡାମାନେ କଂଗ୍ରେସର ଜଣେ କାର୍ଯ୍ୟକାରୀ ସଦସ୍ୟଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ଆଣିଛି କଂଗ୍ରେସ।

ଏହାକୁ ନେଇ ଟାଉନ ଥାନାରେ ଦଳ ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି। ଏନେଇ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ଦଳର ଜଣେ କାର୍ଯ୍ୟକାରୀ ସଦସ୍ୟଙ୍କୁ ବିଜେଡିର କିଛି ଗୁଣ୍ଡାମାନେ ଖଣ୍ଡା, ତରୁଆଲ ଓ ହକି ଷ୍ଟିକରେ ମାଡ଼ ମାରିଥିବା ଅଭିଯୋଗ ଆଣିଛି ଦଳ। ପୋଲିସ ଏହାର ନିରପେକ୍ଷ ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଦାବି ହୋଇଛି । ଯଦି ଏ ସମ୍ପର୍କରେ ପୋଲିସ କାର୍ଯ୍ୟାନୁଷ୍ଠାନ ନ ନିଏ ତାହା ହେଲେ ଆଗାମୀ ଦିନରେ କଂଗ୍ରେସ ପକ୍ଷରୁ ଥାନା ଘେରାଉ କରାଯିବ । ଏହାସହ ଏସପି ଓ ଡିଜିଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.