ETV Bharat / state

Dhamnagar Bypoll: ପ୍ରଚାରରେ କମ୍ପୁଛି ଧାମନଗର, ଘରକୁ ଘର ବୁଲି ଭୋଟ ମାଗୁଛନ୍ତି ପ୍ରାର୍ଥୀ

author img

By

Published : Oct 20, 2022, 11:08 PM IST

ପ୍ରଚାରରେ ଦୁଲୁକୁଛି ଧାମନଗର । ନିର୍ବାଚନୀ ମଇଦାନରେ ବୁଲୁଛନ୍ତି ବିଜେପି ବିଜେଡିର ମାଳମାଳ ନେତା । ଅଧିକ ପଢ଼ନ୍ତୁ

candidates asking for votes for Dhamnagar Bypoll with heavy campaigning
Dhamnagar Bypoll: ପ୍ରଚାରରେ କମ୍ପୁଛି ଧାମନଗର, ଘରକୁ ଘର ବୁଲି ଭୋଟ ମାଗୁଛନ୍ତି ପ୍ରାର୍ଥୀ

ଭୁବନେଶ୍ବର: ପ୍ରଚାରରେ ଦୁଲୁକୁଛି ଧାମନଗର । ନିର୍ବାଚନୀ ମଇଦାନରେ ବୁଲୁଛନ୍ତି ବିଜେପି ବିଜେଡିର ମାଳମାଳ ନେତା । କିଏ ଦଳୀୟ ପ୍ରାର୍ଥୀଙ୍କୁ ସାଥିରେ ନେଇ ରୋଡ୍‌ ସୋ କରୁଛି, ତ କିଏ ପୁଣି ପ୍ରାର୍ଥୀଙ୍କ ପାଇଁ ଘରକୁ ଘର ବୁଲି ନିର୍ବାଚନୀ ପ୍ରଚାର କରୁଛନ୍ତି । ତମାମ ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ଉଷ୍ମତା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଭୋଟରଙ୍କ ମନରେ ଉତ୍ସାହ ବଢୁଛି । ଏଠାରେ ବିଜେପି ବିଜେଡି ମଧ୍ୟରେ କଡା ମୁକାବିଲା ହେବା ନେଇ ଆକଳନ କରାଯାଉଛି । ଦଳୀୟ ପ୍ରାର୍ଥୀଙ୍କ ବିଜୟକୁ ଦୃଢ ଆଶାବାଦୀ ଅଛନ୍ତି ରାଜନୈତିକ କର୍ମୀ ।

ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ରାଜ୍ୟସଭା ସାଂସଦ ସୁଲତା ଦେଓ, ସଂସାଦ ମଞ୍ଜୁଲତା ମଣ୍ଡଳ, ବିଧାୟକ ପ୍ରଣବ ବଳବନ୍ତ ରାୟ, ଦେବୀ ରଞ୍ଜନ ତ୍ରିପାଠୀ, ଅଶୋକ ଦାସ, ଅନୁଭବ ପଟ୍ଟନାୟକ, ସୁନନ୍ଦା ଦାସ ପ୍ରମୂଖ ପ୍ରଚାର କରିଛନ୍ତି । ଧାମନଗର ବ୍ଳକର ଧୁଷୁରୀ ଜୋନ୍‌ ଅନ୍ତର୍ଗତ ଛଅ ଗୋଟି ପଞ୍ଚାୟତ ରେ ମଟର ସାଇକେଲ ଶୋଭାଯାତ୍ରା ଏବଂ ରୋଡ ସୋ କରି ନିର୍ବାଚନ ପ୍ରଚାର କରିଛନ୍ତି । ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବହୁ ବ୍ୟବଧାନରେ ବିଜୟ ହାସଲ କରିବା ନେଇ ଦୃଢ଼ୋକ୍ତି ଦେଇଛନ୍ତି ବିଜେଡିର ତୁଙ୍ଗ ନେତା ।

ସେପରି ଏହି ଉପ ନିର୍ବାଚନକୁ ବିଜେପି ମଧ୍ୟ ନିଜ ଦଳର ସମ୍ମାନ ଭାବେ ଗ୍ରହଣ କରିଛି । ପ୍ରମୁଖ ପ୍ରଚାରକ ଭାବେ ପୂର୍ବତନ ମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ମନମୋହନ ସାମଲ ପ୍ରଚାରର ମଙ୍ଗ ଧରିଛନ୍ତି । ସେ ଦଳର ଅନେକ ନେତାଙ୍କୁ ସାଙ୍ଗରେ ନେଇ ଘର ଘର ବୁଲି ଧୁଷୁରୀ ଜୋନ୍‌ର 4ଟି ପଞ୍ଚାୟତରେ ପ୍ରଚାର କରୁଛନ୍ତି । ବିଜେପି ପ୍ରାର୍ଥୀ ସୁର୍ଯ୍ୟବଂଶୀ ସୁରଜ ମଧ୍ୟ ଧୁଷୁରୀ ଜୋନ୍ର ବିଭିନ୍ନ ସ୍ଥାନରେ ବାଇକ ଶୋଭାଯାତ୍ରା ସହ ଘରକୁ ଘର ବୁଲି ପ୍ରଚାର କରିଛନ୍ତି । ବିଜେପି ଆଶା ରଖିଛି ଏଥର ଉପନିର୍ବାଚନରେ ଦିବଙ୍ଗତ ନେତା ବିଷ୍ଣୁ ସେଠିଙ୍କ ପୁଅ ଜୟଯୁକ୍ତ ହେବେ ।

ଏପରି ସ୍ଥଳେ କଂଗ୍ରେସ ପ୍ରାର୍ଥୀ କେବଳ କର୍ମୀ ସମ୍ମିଳନୀ କରୁଛନ୍ତି । ତାଙ୍କ ପାଇଁ କୌଣସି ହେବି ୱେଟ ନେତା ପ୍ରଚାର ମଇଦାନକୁ ଓହ୍ଲାଇ ନାହାନ୍ତି । ସେହିପରି ସ୍ଵାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ମଧ୍ୟ ନିଜେ ଗାଁକୁ ଯାଇ ତାଙ୍କ ସପକ୍ଷରେ ଭୋଟ ମାଗୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.