ETV Bharat / state

ଚାନ୍ଦବାଲିରେ ଶୁଭିଲା ଶଙ୍ଖ,2ୟ ଥର ପାଇଁ ଜିତିଲେ ବ୍ୟୋମକେଶ

ନିର୍ବାଚନୀ ମହାସମରର ଫଳାଫଳ ପରେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ଖେଳିଛି ଖୁସିର ଲହରୀ । କ୍ରମାଗତ ଦ୍ବିତୀୟ ଥର ପାଇଁ ଏଠାରେ ବିଜୟ ମୁକୁଟ ପିନ୍ଧିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ବ୍ୟୋମକେଶ ରାୟ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
author img

By

Published : May 24, 2019, 3:28 AM IST

ଭଦ୍ରକ: ନିର୍ବାଚନୀ ମହାସମରର ଫଳାଫଳ ପରେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ଖେଳିଛି ଖୁସିର ଲହରୀ । କ୍ରମାଗତ ଦ୍ବିତୀୟ ଥର ପାଇଁ ଏଠାରେ ବିଜୟ ମୁକୁଟ ପିନ୍ଧିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ବ୍ୟୋମକେଶ ରାୟ । ତେବେ ଦ୍ବିତୀୟ ଥର ବିଜୟ ହାସଲ କରିବା ପରେ କ’ଣ ରହିଛି ତାଙ୍କର ପ୍ରତିକ୍ରିୟା ତାହା ଜାଣିବା ପାଇଁ ତାଙ୍କ ପାଖରେ ପହଞ୍ଚିଥିଲା ‘ଇଟିଭି ଭାରତ’ ଟିମ୍‌ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ପୂର୍ବ ନିର୍ବାଚନରେ ଦେଇଥିବା ସମସ୍ତ ପ୍ରତିଶୃତି ରକ୍ଷା କରି ସେହି ଅନୁଯାୟୀ ଅଞ୍ଚଳର ବିକାଶ ହୋଇପାରିଥିବାରୁ ଏଥର ମଧ୍ୟ ଅଞ୍ଚଳବାସୀଙ୍କ ସହଯୋଗ ମିଳିଥିଲା । ଯାହା ଆଗାମୀ ଦିନରେ ମଧ୍ୟ ଜାରି ରହିବ । ତେବେ ବିଜେଡିର ଏହି ବିଜୟ ରାଜ୍ୟବାସୀଙ୍କ ଦଳ ପ୍ରତି ଥିବା ବିଶ୍ବାସକୁ ପ୍ରତିଫଳନ କରେ ବୋଲି ପ୍ରକାଶ କରିଛନ୍ତି ବ୍ୟୋମକେଶ ।

ତେବେ ଚାନ୍ଦବାଲିରେ ମୁଖ୍ୟତଃ ପାନୀୟ ଜଳ ଓ ବିଦ୍ୟୁତ ସେବାର ଆବଶ୍ୟକତା ରହିଛି । ତେଣୁ ଦ୍ବିତୀୟ ଥର ପାଇଁ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ସୁଯୋଗ ଦେଇଥିବାରୁ ସମସ୍ତ ଭୋଟରଙ୍କୁ ଧନ୍ୟବାଦ ଜଣାଇଛନ୍ତି ବ୍ୟୋମକେଶ । ଏଥିସହ ତାଙ୍କୁ ପୁଣି ଥରେ ନିର୍ବାଚନ ଲଢିବା ପାଇଁ ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି । ଏହି ବିଜୟ ସହ ଆଗାମୀ ଦିନରେ ଅଞ୍ଚଳର ଅଧିକରୁ ଅଧିକ ବିକାଶ କରିବାର ପ୍ରତିଶୃତି ଦେଇଛନ୍ତି ବ୍ୟୋମକେଶ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.