ଭଦ୍ରକ : ଭଦ୍ରକ ପୁରୁଣାବଜାର ପୋଲିସ ଦ୍ୱାରା ବହୁ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ । ବାଇକ ବ୍ରାଉନ ସୁଗାର ପାଇଁ ବ୍ୟବହୃତ କାଗଜ ଓ ମୋବାଇଲ ଫୋନ ସହ ଦୁଇ ଗିରଫ ।
କୋଭିଡ ପାଇଁ ପୋଲିସ ଚେକିଂ କରୁଥିବା ସମୟରେ ବାଇକରେ ଦୁଇ ଅଭିଯୁକ୍ତ ବ୍ରାଉନ ସୁଗାର ନେଇ ଯାଉଥିବା ବେଳେ ପୋଲିସ ହାତରେ ଧରାପଡିଥିଲେ । ଦୁଇ ଅଭିଯୁକ୍ତଙ୍କ ନିକଟରୁ 110 ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଥିବା ପୋଲିସ ସୂଚନା ଦେଇଛି ।
ଜବତ ବ୍ରାଉନ ସୁଗାରର ଅନୁମାନିକ ମୂଲ୍ୟ 11 ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ଗିରଫ ଅଭିଯୁକ୍ତମାନେ ହେଲେ ଭଦ୍ରକ ପୁରୁଣା ବଜାର ଥାନା ନଙ୍ଗାମହଲା ଅଞ୍ଚଳର ଜମାଲଉଦ୍ଦିନ ଖାନ ଓ ନୀଳକଣ୍ଠ ପୁର ଅଞ୍ଚଳର ଏସକେ ରଫିକ ବୋଲି ଜଣାପଡିଛି । ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ