ETV Bharat / state

ବିଜେପିର ପ୍ରତିବାଦକୁ ସଚେତନ ନାଗରିକ ମଞ୍ଚର ନିନ୍ଦା

ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଭାଟପଡା ପଞ୍ଚାୟତରେ ମହାଦୁର୍ନୀତି ହୋଇଥିବା ଅଭିଯୋଗ କରି ଏହାର ଖୁଲାସା କରିବା ସହ ଏନେଇ ପ୍ରଶାସନ ପକ୍ଷରୁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବି ନେଇ ବିଜେପି ପକ୍ଷରୁ ଅନଶନ ଓ ଗଣଧାରଣା ଏକ ସପ୍ତାହ ବିତିଗଲାଣି । ଅଧିକ ପଢନ୍ତୁ...

ପ୍ରତିବାଦ ବିରୋଧରେ ପ୍ରତିବାଦ
ପ୍ରତିବାଦ ବିରୋଧରେ ପ୍ରତିବାଦ
author img

By

Published : Apr 3, 2021, 10:03 PM IST

ଭଦ୍ରକ : ଜିଲ୍ଲାର ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଭାଟପଡା ପଞ୍ଚାୟତରେ ମହାଦୁର୍ନୀତି ହୋଇଥିବା ଅଭିଯୋଗ କରି ଏହାର ଖୁଲାସା କରିବା ସହ ଏନେଇ ପ୍ରଶାସନ ପକ୍ଷରୁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବି ନେଇ ବିଜେପି ପକ୍ଷରୁ ଅନଶନ ଓ ଗଣଧାରଣା ଏକ ସପ୍ତାହ ବିତିଗଲାଣି । ଅନ୍ୟ ପକ୍ଷରେ ଏହାର ପ୍ରତିବାଦ କରିଛି ସଚେତନ ନାଗରିକ ମଞ୍ଚ । ଏହି ମଞ୍ଚ ପକ୍ଷରୁ ଭାଟପଡା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଆରମ୍ଭ ହୋଇଛି ଗଣଧାରଣା ।

ପ୍ରତିବାଦ ବିରୋଧରେ ପ୍ରତିବାଦ

ବିଜେପିର ଆନ୍ଦୋଳନକୁ ନିନ୍ଦା କରିବା ସହିତ ଏହାକୁ ମିଥ୍ୟା ଓ କପୋଳ କଳ୍ପିତ ବୋଲି କହିଛନ୍ତି ମଞ୍ଚର କର୍ମକର୍ତ୍ତା । ବିଗତ ବର୍ଷ ମାନଙ୍କରେ ଯେଉଁ ଉନ୍ନୟନ କାର୍ଯ୍ୟ ପଞ୍ଚାୟତରେ ହୋଇ ନଥିଲା ଏହି ସରପଞ୍ଚ ତାହାକୁ ସାକାର କରିବା ସହିତ ଆଗକୁ ଉନ୍ନୟନ କାର୍ଯ୍ୟ ଜାରି ରଖିଥିବାରୁ ବିଜେପି ଅସହିଷ୍ଣୁତା ପ୍ରକାଶ କରି ବଦନାମ କରିବା ଉଦ୍ଦେଶ୍ୟରେ ଏପରି ଅନଶନ କରୁଥିବା କହିଛନ୍ତି ଗଣଧାରଣାରେ ଥିବା ମଞ୍ଚର କର୍ମକର୍ତ୍ତା ।

ବାଦିପାଲା ପରି ଜାରି ରହିଥିବା ଏହି ଅଚଳାବସ୍ଥା ସତ୍ତ୍ୱେ ପ୍ରଶାସନର ନିରବ ଦ୍ରଷ୍ଟା ଆଭିମୁଖ୍ୟ ନେଇ ଉଠିଛି ପ୍ରଶ୍ନ । ଏଥିସହ ପ୍ରଶାସନ ପକ୍ଷରୁ ଗଣମାଧ୍ୟମକୁ ମଧ୍ୟ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଉନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.