ETV Bharat / state

Oath for Vote: ଭୋଟ ପାଇଁ ଶପଥ କରାଇଲେ ବିଷ୍ଣୁ ସେଠୀ

ପଞ୍ଚାୟତ ନିର୍ବାଚନ ପାଇଁ ନିଜ ଦଳର ପ୍ରାର୍ଥୀଙ୍କୁ ବିଜୟ ପାଇଁ ଭଦ୍ରକ ଜିଲ୍ଲା ଧାମନଗର ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଶପଥ କରାଉଥିବା ଭିଡିଓ ଭାଇରାଲ ହୋଇଛି । ଅଧିକ ପଢନ୍ତୁ

Oath for VOTE: ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଶପଥ କରାଇଲେ ବିଷ୍ଣୁ ସେଠୀ

author img

By

Published : Jan 28, 2022, 8:26 PM IST

ଭଦ୍ରକ: ପଞ୍ଚାୟତ ନିର୍ବାଚନ ପାଇଁ ନିଜ ଦଳର ପ୍ରାର୍ଥୀଙ୍କୁ ବିଜୟ ପାଇଁ ଭଦ୍ରକ ଜିଲ୍ଲା ଧାମନଗର ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଶପଥ କରାଉଥିବା ଭିଡିଓ ଭାଇରାଲ ହୋଇଛି । ନିଜେ ବିଧାୟକ ନିଜ ଦଳର ଗୋଷ୍ଠୀ କନ୍ଦଳର ସମାଧାନ କରିବାକୁ ଯାଇ ନିଜ କର୍ମୀ ଓ ସମର୍ଥକ ମାନଙ୍କୁ ବାବା ଖିଲାଟେଶ୍ବରଙ୍କ ନାମରେ ଶପଥ କରାଇ ନିଜର ଦଳର ସମସ୍ତ ପ୍ରାର୍ଥୀ ମାନଙ୍କୁ ବିଜୟ କରାଇବାକୁ ଚେତାବନୀ ମଧ୍ୟ ଦେଇଛନ୍ତି ।

Oath for VOTE: ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଶପଥ କରାଇଲେ ବିଷ୍ଣୁ ସେଠୀ

ସୂଚନା ଅନୁଯାୟୀ, ଧାମନଗର ବ୍ଲକ କରଦା ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଟିକେଟକୁ ନେଇ ଦୁଇ କର୍ମୀ ମଧ୍ୟରେ ବିବାଦ ଦିର୍ଘଦିନ ଧରି ଲାଗିରହିଥିଲା । ଯାହାର ସମାଧାନ ପାଇଁ ବିଧାୟକ ବିଷ୍ଣୁ ସେଠୀ ଏପରି କରିଥିବା ଜଣାପଡିଛି । ତେବେ ଏଇ ଘଟଣା ପରେ ଧାମନଗର ରାଜନୈତିକ ପାଣିପାଗ ସରଗରମ ହେବା ସହ ଏହି ଘଟଣାଟି କେବେ ଓ କେଉଁଦିନ ହୋଇଛି ତାହା ଅସ୍ପଷ୍ଟ ରହିଛି । ଏଥିସହ ଏନେଇ ଖୋଦ୍ ବିଷ୍ଣୁ ସେଠୀ କି କୌଣସି ବିଜେପି କର୍ମକର୍ତ୍ତା କୌଣସି ପ୍ରତିକ୍ରିୟା ପ୍ରକାଶ କରିବାକୁ ନାରାଜ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.