ETV Bharat / state

ଆଜି 6 ଘଣ୍ଟିଆ ଭଦ୍ରକ ବନ୍ଦ - bjp called bhadrak band

ଆଜି ୬ ଘଣ୍ଟିଆ ଭଦ୍ରକ ବନ୍ଦ । ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବହିଷ୍କାର ଦାବି କରି ବନ୍ଦ ଡାକରା ଦେଇଛି ବିଜେପି । ଅଧିକ ପଢନ୍ତୁ...

ଆଜି 6 ଘଣ୍ଟିଆ ଭଦ୍ରକ ବନ୍ଦ
ଆଜି 6 ଘଣ୍ଟିଆ ଭଦ୍ରକ ବନ୍ଦ
author img

By

Published : Oct 30, 2021, 9:27 AM IST

ଭଦ୍ରକ: ଆଜି ୬ ଘଣ୍ଟିଆ ଭଦ୍ରକ ବନ୍ଦ । ଜିଲ୍ଲାରେ ଅଖ ଚକ ବନ୍ଦ ଘୋଷଣା କରିଛି ବିଜେପି । ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ସହ ସିବିଆଇ ତଦନ୍ତ ଦାବି କରି ଦଳ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଆଜି ସକାଳ ୬ଟାରୁ ଦିନ ୧୨ ପର୍ଯ୍ୟନ୍ତ ବନ୍ଦ ରହିବ ଭଦ୍ରକ ।

ଆଜି 6 ଘଣ୍ଟିଆ ଭଦ୍ରକ ବନ୍ଦ

ମମିତା ମେହେରେ ହତ୍ୟାକାଣ୍ଡ ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ନେଇ ବିଜେପି ବାରମ୍ବାର ଅଭିଯୋଗ ଆଣିଛି । ଏବେ ମଧ୍ୟ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ଗର୍ଜନ କରୁଛି ଦଳ । ପୂର୍ବରୁ ବଲାଙ୍ଗୀର, କଳାହାଣ୍ଡି ଓ ସୋନପୁରରେ ବନ୍ଦ ଡାକରା ଦିଆଯାଇଥିବା ବେଳେ ଆଜି ବୌଦ୍ଧ, କେନ୍ଦ୍ରାପଡା ସମେତ ଭଦ୍ରକରେ ବନ୍ଦ ଡାକରା ଦେଇଛି ବିଜେପି ।

ଏହି ପରିପ୍ରେକ୍ଷୀରେ ଆଜି ଭଦ୍ରକ ଜିଲ୍ଲାର ସମସ୍ତ ବ୍ଲକରେ ସ୍କୁଲ, କଲେଜ ଏବଂ ଦୋକାନ ବଜାର ସହ ସରକାରୀ ଅଫିସ ବନ୍ଦ ରହିବ । ଏହି ବନ୍ଦ ଡାକରାକୁ ସହଯୋଗ କରିବା ପାଇଁ ନିବେଦନ କରିଛି ବିଜେପି । ମମିତା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ ହୋଇଥିଲେ ହେଁ ବିଜେପି କିନ୍ତୁ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଗିରଫ ଦାବିରେ ଅଡି ବସିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.