ETV Bharat / state

ମମିତାଙ୍କୁ ନ୍ୟାୟ ଦାବି, ଆସନ୍ତା ୩୦ରେ ଭଦ୍ରକ ବନ୍ଦ

ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନ୍ୟାୟ ଦାବିରେ ଆସନ୍ତା ୩୦ରେ ଭଦ୍ରକରେ ବନ୍ଦ ଡାକରା । ଅଧିକ ପଢନ୍ତୁ...

ମମିତାଙ୍କୁ ନ୍ୟାୟ ଦାବି, ଆସନ୍ତା ୩୦ରେ ଭଦ୍ରକ ବନ୍ଦ
ମମିତାଙ୍କୁ ନ୍ୟାୟ ଦାବି, ଆସନ୍ତା ୩୦ରେ ଭଦ୍ରକ ବନ୍ଦ
author img

By

Published : Oct 27, 2021, 1:57 PM IST

ଭଦ୍ରକ: ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନ୍ୟାୟ ପାଇଁ ସବୁଠି ରାଜନୈତିକ ଦଳର ପ୍ରତିବାଦ । ଏହି କ୍ରମରେ ଚଳିତ ମାସ 30 ତାରିଖରେ 6 ଘଣ୍ଟିଆ ଭଦ୍ରକ ବନ୍ଦ ଡାକରା ଦେଇଛି ଜିଲ୍ଲା ବିଜେପି । ସକାଳ ୬ ରୁ ଦିନ ୧୨ ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ମମିତା ମେହେରଙ୍କୁ ନ୍ୟାୟ ସହ ମନ୍ତ୍ରୀଙ୍କ ଗିରଫ ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି ।

ମମିତାଙ୍କୁ ନ୍ୟାୟ ଦାବି, ଆସନ୍ତା ୩୦ରେ ଭଦ୍ରକ ବନ୍ଦ

ତେବେ ଭଦ୍ରକ ଜିଲ୍ଲା ବିଜେପି ମମିତା ମେହେର ଙ୍କ ହତ୍ୟା ଘଟଣା ପରଠାରୁ ପ୍ରତିବାଦ କରି ଆସୁଛି । ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବାନେଇ ଦାବି କରିଛି ବିଜେପି । ଏହି ଘଟଣା ପରେ ମଧ୍ୟ ରାଜ୍ୟ ସରକାର ମନ୍ତ୍ରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ । ତେଣୁ ମନ୍ତ୍ରୀଙ୍କ ପାଇଁ ତଦନ୍ତ ପ୍ରଭାବିତ ହେବା ନେଇ ବିଜେପି ଅଭିଯୋଗ କରିଛି । ମନ୍ତ୍ରୀଙ୍କୁ ବହିଷ୍କାର କରିବା ସହ ଗିରଫ କରାଯିବା ଦାବି ନେଇ ଭଦ୍ରକ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି ।

ଏନେଇ ବିଜେପି ଜିଲ୍ଲା ସଭାପତି ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଜିଲ୍ଲାର ସମସ୍ତ ବ୍ଲକରେ ବନ୍ଦ ଏହି ପାଳନ ହେବ । ସ୍କୁଲ, କଲେଜ, ସରକାରୀ ଅଫିସ ସହ ଦୋକାନ ବଜାର ମଧ୍ୟ ବନ୍ଦ ରହିବ ବୋଲି ବିଜେପି ଜିଲ୍ଲା ସଭାପତି କହିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.