ଭଦ୍ରକ:ରଥଯାତ୍ରା ନେଇ ବିଶ୍ବହିନ୍ଦୁ ପରିଷଦର ସାମ୍ବାଦିକ ସମ୍ମିଳନୀ । ବିଶ୍ବପ୍ରସିଦ୍ଧ ରଥଯାତ୍ରାକୁ ବନ୍ଦ କରାନଯାଉ । ସାମ୍ବାଦିକ ସମ୍ମିଳନୀରେ ବିଶ୍ବହିନ୍ଦୁ ପରିଷଦର ଏଭଳି ଦାବି କରିଛି । ସୁପ୍ରିମକୋର୍ଟରେ ରାଜ୍ୟ ସରକାର ରିଭ୍ୟୁ ପିଟିସନ ଦାଖଲ ପାଇଁ ମଧ୍ୟ ଦାବି ହୋଇଛି ।
ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପରେ ଜଗନ୍ନାଥ ପ୍ରେମୀ ଆଘାତ ପାଇଛନ୍ତି । ରଥଯାତ୍ରା ବେଳେ ଜନଗହଳି ହେବ ବୋଲି ଯେଉଁ ଆଶଙ୍କା ରହିଛି ତେବେ ସ୍ନାନଯାତ୍ରା ବେଳେ ଯେଉଁଭଳି ଭାବେ ଆୟୋଜିତ ହେଲା ସେହିଭଳି ରଥଯାତ୍ରା ପାଳନ ହେଉ । ଭକ୍ତଙ୍କ ଅନୁପସ୍ଥିତିରେ ହାତୀ, ପୋଲିସ ଓ ସେବକଙ୍କ ଦ୍ଵାରା ରଥ ଟଣାଯାଉ । ତେବେ ରଥଯାତ୍ରା ପାଳନ ବେଳେ ନ୍ୟାୟାଳୟ କେତେକ ନିୟମ ପାଳନ ସହ ରଥଯାତ୍ରାକୁ ଅନୁମତି ଦେବା ନେଇ ରାଜ୍ୟ ସରକାର ରିଭ୍ୟୁ ପିଟିସନ ଦିଅନ୍ତୁ ବୋଲି ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ଦାବି କରାଯାଇଛି ।
ଭଦ୍ରକକୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ