ETV Bharat / state

ଉପକୂଳବର୍ତ୍ତୀ ଜିଲ୍ଲାରେ ହାଇ ଆଲର୍ଟ, ଏପଟେ କୋମାରେ ଭଦ୍ରକ ସାମୁଦ୍ରିକ ଥାନା - ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ

ଜଳପଥ ଦେଇ ଆତଙ୍କୀ ଆକ୍ରମଣ ଖବର ଆସିବା ପରେ ରାଜ୍ୟରେ ହାଇ ଆଲର୍ଟ । ଏପଟେ କିନ୍ତୁ ତଟର ସୁରକ୍ଷା କଡାକଡି କରିବା ବଦଳରେ କୋମାରେ ପଡିଛି ଭଦ୍ରକର 3ଟି ସାମୁଦ୍ରିକ ଥାନା ।

ଡିଜାଇନ ଫଟୋ
author img

By

Published : Aug 14, 2019, 12:05 AM IST

ଭଦ୍ରକ: ଉପକୂଳବର୍ତ୍ତୀ ରାଜ୍ୟ ଓଡିଶା । 480 କିଲୋମିଟର ରାଜ୍ୟର ସାମୁଦ୍ରିକ ସୀମା । ଏଥିମଧ୍ୟରୁ ଭଦ୍ରକ ଜିଲ୍ଲାର ସାମୁଦ୍ରିକ ସୀମା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । କାରଣ ଜିଲ୍ଲାର ଧାମରା ଠାରେ ପ୍ରତିରକ୍ଷା ବିଭାଗର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ସହ ଏଠାରେ ମଧ୍ୟ ଏକ ବୃହତ ବନ୍ଦର ଅଛି । ହେଲେ ଏଠାରେ ଥିବା ତିନିଟି ସାମୁଦ୍ରିକ ଥାନା ଏବେ କୋମାରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ତଟୀୟ ସମସ୍ୟାକୁ ସମାଧାନ କରିବା ପାଇଁ ଏଠାରେ ସାଧନ ନାହିଁ । ତଟସୁରକ୍ଷା କଥା ନକହିବା ଭଲ । ଧାମରା, ଚୂଡାମଣି ଏବଂ କଷିଆ ସାମୁଦ୍ରିକ ଥାନା ପ୍ରତିଷ୍ଠା ହେବାର ମୂଳ ଲକ୍ଷ୍ୟ ଥିଲା ଜଳ ପଥରେ ଅନୁପ୍ରବେଶକାରୀଙ୍କୁ ପ୍ରତିହତ କରିବା ସହ କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ର, ବନ୍ଦର ଏବଂ ସ୍ଥାନୀୟ ଲୋକଙ୍କୁ ସୁରକ୍ଷା ଦେବା । ହେଲେ ସ୍ଵଳ୍ପ କର୍ମଚାରୀଙ୍କୁ ନେଇ ଚାଲିଛି ବର୍ତ୍ତମାନ ଏହିସବୁ ଥାନା ।

ଅନ୍ୟପକ୍ଷରେ କେଉଁଠି ବୋଟ୍‌ ଅଛି ତ ତେଲ ନାହିଁ ଏବଂ କେଉଁଠି ବୋଟ ଟିଏ ମଧ୍ୟ ନଥିବାରୁ ସମୁଦ୍ରରେ ପାଟ୍ରୋଲିଂ କିପରି ହେଉଛି ସହଜେ ଅନୁମେୟ । ଏନେଇ ସାଧାରଣରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି ।

ପ୍ରକାଶ ଯେ, ଧାମରା ଥାନାକୁ ଛାଡିଦେଲେ ଚୂଡାମଣି ଏବଂ କଷିଆ ସାମୁଦ୍ରିକ ଥାନାରେ ଥିବା କର୍ମଚାରୀଙ୍କ ନିକଟରେ ବନ୍ଧୁକଟେ ମଧ୍ୟ ନାହିଁ । ଏହି ଥାନା ଅଧୀନରେ ଦୁଇଟି ମାଛ ଧରା ବନ୍ଦର ଅଛି । ପ୍ରତ୍ୟେକ ଦିନ ଏଠାରୁ ଶହଶହ ଟ୍ରଲର ଏବଂ ବୋଟ ସମୁଦ୍ରକୁ ଯାଆନ୍ତି ମାଛ ଧରିବା ପାଇଁ । ତେଣୁ ଏଠାରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଟିକେ ଅଧିକ ।

ତେଣୁ କେନ୍ଦ୍ର ଏବଂ ରାଜ୍ୟ ସରକାର ବର୍ତ୍ତମାନ ପରିସ୍ଥିତିରେ ଏଠାକାର ସୁରକ୍ଷା ପାଇଁ ଅଧିକ ଯତ୍ନବାନ ହେବା ଆବଶ୍ୟକ ବୋଲି ମତପ୍ରକାଶ ପାଇଛି । ଏନେଇ ଆମେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ । ସେ ପୋଲିସ ଓ ମତ୍ସ୍ୟଜୀବୀଙ୍କ ମଧ୍ୟରେ ସମନ୍ବୟ ରଖିଥିବା କହିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:ANCHOR : ଜମ୍ମୁକାଶ୍ମୀର ରୁ 370 ଧାରା ଉଛେଦ ପରେ, ଜଳ ପଥରେ ସମ୍ଭାବ୍ଯ ଆତଙ୍କବାଦୀ ଆକ୍ରମଣ ନେଇ ଗୁଇନ୍ଦା ସୂଚନା ଆଧାରରେ କେନ୍ଦ୍ର ଗୃହ ବିଭାଗ ପକ୍ଷରୁ ଦେଶର ସମସ୍ତ ସାମୁଦ୍ରିକ ଥାନା ଗୁଡିକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ଭଦ୍ରକ ଜିଲ୍ଲାରେ ବିପର୍ଯ୍ୟସ୍ତ ଅବସ୍ତାରେ ସମସ୍ତ ସାମୁଦ୍ରିକ ଥାନା। ଏକ ପ୍ରକାର କୋମାରେ ଅଛି ଜିଲ୍ଲାରେ ଥିବା ତିନିଟି ସାମୁଦ୍ରିକ ଥାନା। ଏଠାରେ ଆବଶ୍ୟକ ସଂଖ୍ୟକ ପୁଲିସ କର୍ମଚାରୀ କି ଆନୁସଙ୍ଗିକ ଉପକରଣ ନାହିଁ। ମତ୍ସ୍ୟଜିବି ଙ୍କୁ ଢ଼ାଲ କରି କେନ୍ଦ୍ର ଗୃହ ବିଭାଗ ର ନିର୍ଦ୍ଦେଶକୁ ପାଳନ କରୁଛି ପୁଲିସ।Body:Vo_1 : ଉପକୁଳବର୍ତ୍ତୀ ରାଜ୍ଯ ଓଡିଶା। 480 କିଲୋମିଟର ରାଜ୍ୟର ସାମୁଦ୍ରିକ ସୀମା। ଏଥିମଧ୍ୟରୁ ଭଦ୍ରକ ଜିଲ୍ଲାର ସାମୁଦ୍ରିକ ସୀମା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଜିଲ୍ଲାର ଧାମରା ଠାରେ ପ୍ରତିରକ୍ଷା ବିଭାଗର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ର ସହ ଏଠାରେ ମଧ୍ୟ ଏକ ବୃହତ ବନ୍ଦର ଅଛି। ହେଲେ ଏଠାରେ ଥିବା ତିନିଟି ସାମୁଦ୍ରିକ ଥାନା କୋମାରେ। ସ୍ଥାନୀୟ ସମସ୍ଯାକୁ ସମାଧାନ କରିବା ପାଇଁ ଏଠାରେ ସାଧନ ନାହିଁ। ତଟସୁରକ୍ଷା କଥା ନକହିବା ଭଲ। ଧାମରା, ଚୂଡାମଣି ଏବଂ କଷିଆ ସାମୁଦ୍ରିକ ଥାନା ପ୍ରତିଷ୍ଠା ହେବାର ମୂଳ ଲକ୍ଷ୍ୟ ଥିଲା ଜଳ ପଥରେ ଅନୁପ୍ରବେଶ କାରଙ୍କୁ ପ୍ରତିହତ କରିବା ସହ କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ର, ବନ୍ଦର ଏବଂ ସ୍ଥାନୀୟ ଲୋକଙ୍କୁ ସୁରକ୍ଷା ଦେବା। ହେଲେ ସ୍ଵଳ୍ପ କର୍ମଚାରୀ ଙ୍କୁ ନେଇ ଗାଡି ଏବଂ ବାଡିରେ ଚାଲିଛି ବର୍ତ୍ତମାନ ଏହିସବୁ ଥାନା। ଫଳରେ ସ୍ଥାନୀୟ ଅଞ୍ଚଳରେ ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି ବୋଲି ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ। ଅନ୍ୟପକ୍ଷରେ କେଉଁଠି ବୋଟ ଅଛି ତ ତେଲ ନାହିଁ ଏବଂ କେଉଁଠି ବୋଟ ଟେ ମଧ୍ୟ ନଥିବାରୁ ସମୁଦ୍ରରେ ପାଟ୍ରୋଲିଂ କିପରି ହେଉଛି ସହଜେ ଅନୁମେୟ। ଏନେଇ ସାଧାରଣରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି।
Bite_1 : ଗୌରହରି ନାୟକ_ଅଞ୍ଚଳବାସୀ
Bite_2 : ଗଗନ ବିହାରୀ ସେଠୀ_ଅଞ୍ଚଳବାସୀ

Vo_2 : ସୂଚନା ଅନୁଯାୟୀ ଧାମରା ଥାନା କୁ ଛାଡିଦେଲେ ଚୂଡାମଣି ଏବଂ କଷିଆ ସାମୁଦ୍ରିକ ଥାନା ରେ ଥିବା କର୍ମଚାରୀ ଙ୍କ ନିକଟରେ ବନ୍ଧୁକ ଟେ ମଧ୍ୟ ନାହିଁ। ଏହି ଥାନା ଅଧୀନରେ ଦୁଇଟି ମାଛ ଧରା ବନ୍ଦର ଅଛି। ପ୍ରତ୍ୟେକ ଦିନ ଏଠାରୁ ସହସହ ଟ୍ରଲର ଏବଂ ବୋଟ ସମୁଦ୍ର କୁ ଯାଆନ୍ତି ମାଛ ଧରିବା ପାଇଁ। ତେଣୁ ଏଠାରେ ଆତଙ୍କବାଦୀ ଆକ୍ରମଣର ସମ୍ଭାବନା ଅଧିକ। ତେଣୁ କେନ୍ଦ୍ର ଏବଂ ରାଜ୍ୟ ସରକାର ବର୍ତ୍ତମାନ ପରିସ୍ଥିତିରେ ଏଠାରେ ଅଧିକ ଯତ୍ନବାନ ହେବା ଆବଶ୍ୟକ ବୋଲି ମତପ୍ରକାଶ ପାଇଛି। ଏନେଇ ଆମେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ। ବୁଲାଇ ବଙ୍କାଇ ସେ ଉତ୍ତର ଦେଇଥିଲେ। ଜଳ ପଥରେ ସମ୍ଭାବ୍ଯ ଆତଙ୍କବାଦୀ ଆକ୍ରମଣ ନେଇ ସୂଚନା ପାଇଁ ମତ୍ସ୍ୟଜିବି ଙ୍କ ସହ ପୁଲିସ ସମନ୍ଵୟ ରଖିଥିବା ସେ କହିଛନ୍ତି।
Bite_3 : ରାଜେଶ ପଣ୍ଡିତ_ଆରକ୍ଷୀ ଅଧିକ୍ଷକ Conclusion:FVO : ସାମୁଦ୍ରିକ ଥାନା ମାନଙ୍କୁ ଆବଶ୍ଯକୀୟ ଉପକରଣ ସହ ପର୍ଯ୍ୟାପ୍ତ କର୍ମଚାରୀ ଯୋଗାଇ ନଦେଲେ ସମ୍ଭାବ୍ଯ ଶତୃ ଆକ୍ରମଣ ରେ ପ୍ରଭୂତ କ୍ଷତି ଘଟିବ ନାହିଁ ବୋଲି କହିହେବ ନାହିଁ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.