ETV Bharat / state

କୋଇଲା ଚୋରା ଚାଲାଣ ବେଳେ 3 ଟି ଗାଡି ଜବତ କଲା ଭଦ୍ରକ ଆରପିଏଫ ପୋଲିସ - କୋଇଲା ଚୋରା ଚାଲାଣ 3 ଟି ଗାଡି ଜବତ କଲା ଭଦ୍ରକ ରେଳବାଇ ପୋଲିସ

ଭଦ୍ରକରେ ବଢି ଚାଲିଛି କୋଇଲା ଚୋରା ଚାଲାଣ। ରବିବାର ଦିନ କୋଇଲା ଚରାଚାଲାଣ ବେଳେ ପୋଲିସ 3 ଟି କୋଇଲା ଗାଡି ଧରିଛି । ଏନେଇ ସୂଚନା ଦେଇଛି ଭଦ୍ରକ ଆରପିଏଫ ପୋଲିସ । ଅଧିକ ପଢନ୍ତୁ...

bhadrak-railway-police-seized-3-vehicles-smuggling-coal
କୋଇଲା ଚୋରା ଚାଲାଣ 3 ଟି ଗାଡି ଜବତ କଲା ଭଦ୍ରକ ରେଳବାଇ ପୋଲିସ
author img

By

Published : Jun 22, 2020, 1:45 AM IST

ଭଦ୍ରକ : ଦିନକୁ ଦିନ ଭଦ୍ରକ ଜିଲ୍ଲାରେ ବଢି ଚାଲିଛି କୋଇଲା ଚୋରା ଚାଲାଣ। ତେବେ ରବିବାର ଦିନ 3 ଟି କୋଇଲା ଗାଡି ଧରାପଡିଛି । ଏନେଇ ସୂଚନା ଦେଇଛି ଭଦ୍ରକ ଆରପିଏଫ ପୋଲିସ ।

କୋଇଲା ଚୋରା ଚାଲାଣ 3 ଟି ଗାଡି ଜବତ କଲା ଭଦ୍ରକ ରେଳବାଇ ପୋଲିସ

ସୂଚନା ଅନୁସାରେ ଦୀର୍ଘଦିନ ହେବ ଭଦ୍ରକ ଧାମରା ରେଳପଥରୁ ଟ୍ରେନର କୋଇଲା ଚୋରି କରି ରାଜ୍ୟ ଓ ରାଜ୍ୟ ବାହାରକୁ ଚାଲାଣ କରୁଥିଲେ । କୌଣସି ସୂତ୍ରରୁ ରେଳବାଇ ପୋଲିସ ଚୋରା ଚାଲାଣକୁ ଖବର ପାଇ ସଜାଗ ହୋଇଥିଲା । ତେବେ ଚରାଚାଲାଣକାରୀମାନେ ଗୋଟିଏ 407 ଟ୍ରକ , ଗୋଟିଏ 12 ଚକିଆ ଟ୍ରକ ଓ ପିକଅପରେ ଚୋରା କୋଇଲା ବୋଝେଇ ହୋଇ ଚାଲାଣ ହେଉଥିବା ବେଳେ ଆରପିଏଫ ସହ ସିଆଇବି ଯାଜପୁର ଓ ଏସଟିଏଫ ମିଳିତ ଭାବେ ଚଢାଉ କରି ଏହାକୁ ଜବତ କରିଥିଲେ । ଚଢ଼ାଉରେ 3 ଜଣ ଗିରଫ ହୋଇଥିବା ସୂଚନା ମିଳିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.