ETV Bharat / state

ସର୍ବ ପୁରାତନ ହାଇସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କଲେ ଭଦ୍ରକ ବିଧାୟକ - ଭଦ୍ରକ ହାଇସ୍କୁଲ

ଭଦ୍ରକ ଜିଲ୍ଲାର ସର୍ବ ପୂରାତନ ହାଇସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ । ଅଧିକ ପଢନ୍ତୁ...

ସର୍ବ ପୂରାତନ ହାଇସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କଲେ ଭଦ୍ରକ ବିଧାୟକ

author img

By

Published : Jul 11, 2021, 9:41 AM IST

ଭଦ୍ରକ: ଜିଲ୍ଲାର ସର୍ବ ପୁରାତନ ହାଇସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ । 1908 ମସିହାରେ ଭଦ୍ରକ ସହରର ପୁରୁଣା ବଜାର ଠାରେ ନାରାୟଣ ଚନ୍ଦ୍ର ହାଇସ୍କୁଲ ପ୍ରତିଷ୍ଠା ହୋଇଥିଲା । ଯାହାକି ଏନ ସି ହାଇସ୍କୁଲ ଭାବେ ଜିଲ୍ଲାରେ ପରବର୍ତ୍ତୀ ସମୟରେ ବେଶ ସୁନାମ ଅର୍ଜନ କରିଛି । ତେବେ ବର୍ତ୍ତମାନ ବିଦ୍ୟାଳୟକୁ ସ୍ମାର୍ଟ କରିବା ସହ ଭିତ୍ତିଭୂମିର ଉନ୍ନତିକରଣ ପାଇଁ ଅଣ୍ଟା ଭିଡିଛନ୍ତି ଭଦ୍ରକ ବିଧାୟକ । ଏନେଇ ପ୍ରାଥମିକ ପର୍ଯ୍ୟାୟରେ ବିଭିନ୍ନ କ୍ଷେତ୍ରରେ 1 କୋଟି 2 ଲକ୍ଷ ଟଙ୍କା ପ୍ରାରମ୍ଭିକ ପର୍ଯ୍ୟାୟରେ ଖର୍ଚ୍ଚ ହେବ। ଭଦ୍ରକ ପୌରପାଳିକା ଓ ଆର ଏଣ୍ଡ ବି ତରଫରୁ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ ହେବ।

ସର୍ବ ପୂରାତନ ହାଇସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କଲେ ଭଦ୍ରକ ବିଧାୟକ

ପରବର୍ତ୍ତୀ ସମୟରେ ଆବଶ୍ୟକ ଅନୁସାରେ ଆହୁରି ଅର୍ଥ ବ୍ୟୟ ବରାଦ କରାଯିବ ବୋଲି ବିଧାୟକ ସୂଚନା ଦେଇଛନ୍ତି। ତେବେ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିବା ପରେ ବିଦ୍ୟାଳୟକୁ ଯାଇ ସେ ସ୍ଥିତି ପରଖିଛନ୍ତି । ଏଥିସହ ସ୍ଥାନୀୟ ବୁଦ୍ଧିଜୀବୀ, ଶିକ୍ଷାବିତ, ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରିଙ୍କ ସହ ଆଲୋଚନା କରଛନ୍ତି। ବିଦ୍ୟାଳୟର ଉନ୍ନତି କରଣ ସହ ବିଦ୍ୟାଳୟକୁ ସ୍ମାର୍ଟ ବିଦ୍ୟାଳୟରେ ପରିଣତ କରିବା ସହ ସ୍କୁଲରେ ଫାଙ୍କା ପଡିଥିବା ବିଭିନ୍ନ ପଦବୀ ଗୁଡିକ ପୂରଣ କରି ବିଭିନ୍ନ ସମସ୍ୟାକୁ ଖୁବ ଶୀଘ୍ର ପୁରଣ କରାଯିବ ବୋଲି କହିଛନ୍ତି ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.