ETV Bharat / state

ସଂକ୍ରମଣ ଭୟରେ ଯନ୍ତ୍ରଣା ସହୁଛି ଜନନୀ, ଫାଙ୍କା ପଡୁଛି ପ୍ରସୂତୀ କେନ୍ଦ୍ରର ବେଡ

author img

By

Published : Aug 16, 2020, 5:58 PM IST

ରାଜ୍ୟରେ ସଂକ୍ରମଣର ଦ୍ରୁତ ଅଗ୍ରଗତି ହେବାରେ ଲାଗିିଛି । ସଂକ୍ରମଣ ଭୟରେ ହସ୍ପିଟାଲରେ ପାଦ ପକାଉ ନାହାଁନ୍ତି ଗର୍ଭବତୀ ଓ ପ୍ରସୂତୀ । ସମସ୍ତ ନିୟମ ଓ ସ୍ବଚ୍ଛତା ସ୍ବତ୍ତ୍ବେ କୋରୋନା ଭାଇରସ ଏମାନଙ୍କୁ ଭୟଭୀତ କରି ରଖିଛି । ଏନେଇ ଅଧିକ ପଢନ୍ତୁ...

ଫାଙ୍କା ପଡୁଛି ପ୍ରସୂତୀ କେନ୍ଦ୍ରର ବେଡ
ଫାଙ୍କା ପଡୁଛି ପ୍ରସୂତୀ କେନ୍ଦ୍ରର ବେଡ

ଭଦ୍ରକ: ପିଛା ଛାଡୁନି କୋରୋନା । ଚାରିଆଡେ ଅଦୃଶ୍ୟ ଭାଇରସର କୋପ । ସ୍ବାସ୍ଥ୍ୟ କ୍ଷେତ୍ରକୁ ସମ୍ପୂର୍ଣ୍ଣ ଦୋହ୍ଲାଇଥିବା ମହାମାରୀ କୋଭିଡର ପ୍ରଭାବ ପ୍ରସବ କେନ୍ଦ୍ରରେ ଦେଖିବାକୁ ମିଳିଛି । ରାଜ୍ୟରେ ସଂକ୍ରମଣର ଦ୍ରୁତ ଅଗ୍ରଗତି, ଗର୍ଭବତୀ ଓ ପ୍ରସୂତୀଙ୍କୁ ଡରାଇ ରଖିଛି । କୋରୋନା ଭୟରେ ପ୍ରସବ ଯନ୍ତ୍ରଣାକୁ ସହ୍ୟ କରି ନେଉଛନ୍ତି ଗର୍ଭବତୀ । ଫଳରେ ସରକାରୀ ପ୍ରସବ କେନ୍ଦ୍ରର ବେଡ ଗୁଡିକ ଖାଲି ପଡୁଥିବାର ଦେଖିବାକୁ ମିଳିଛି ।

ସାଧାରଣତଃ ଗରିବ, ନିମ୍ନ ମଧ୍ୟବର୍ତ୍ତୀ ବର୍ଗର ଲୋକମାନେ ସରକାରୀ ପ୍ରସବ କେନ୍ଦ୍ର ଉପରେ ନିର୍ଭର କରନ୍ତି । ହେଲେ ବର୍ତ୍ତମାନ ଫାଙ୍କା ପଡିଛି ବେଡ । ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସବ କେନ୍ଦ୍ରରେ କୋଭିଡ ଗାଇଡର ସମସ୍ତ ନିୟମ ପାଳନ କରାଯାଉଛି । ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା, ସାନିଟାଇଜ ଭଳି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପକୁ ପାଳନ ହେଉଛି । ହେଲେ ତଥାପି ସମସ୍ତ ନିୟମ ଓ ସ୍ବଚ୍ଛତା ସତ୍ତ୍ବେ ଆଗ ପରି ହସ୍ପିଟାଲର ପାଦ ମାଡୁନାହାଁନ୍ତି ଗର୍ଭବତୀ ।

ଫାଙ୍କା ପଡୁଛି ପ୍ରସୂତୀ କେନ୍ଦ୍ରର ବେଡ

ସେପଟେ, ତଥାପି ଲକଡାଉନ ପୂର୍ବରୁ ଏବେ ପରର ପ୍ରସବ ସଂଖ୍ୟା ମଧ୍ୟରେ ବିଶେଷ ଅନ୍ତର ଦେଖିବାକୁ ମିଳିନାହିଁ । 2020 ଜାନୁଆରୀରେ 460 ଜଣ ଗର୍ଭବତୀଙ୍କ ପ୍ରସବ କରାଯାଇଥିଲା । ଫେବୃୟାରୀ ମାସରେ 393ଜଣ, ମାର୍ଚ୍ଚରେ 436 ଜଣ ପ୍ରସୂତୀଙ୍କ ପ୍ରସବ ହୋଇଥିଲା । ସେହିପରି ଏପ୍ରିଲ ରେ 538 ଜଣ କରାଯିବା ସହ ମେ’ରେ ସର୍ବାଧିକ 539 ଜଣଙ୍କ ପ୍ରସବ ହୋଇଥିଲା । ଯାହା ପୁଣି ଜୁନରେ ଖସି 419ରେ ପହଞ୍ଚିଛି । ଏପରି ସମୟରେ ଜିଲ୍ଲାର ବିଭିନ୍ନ ସମୟରେ ଆଶା ଓ ଅଙ୍ଗନବାଡି କର୍ମୀମାନେ ଗର୍ଭବତୀ ଓ ପ୍ରସୂତୀଙ୍କ ପ୍ରସବ ନେଇ କାର୍ଯ୍ୟ ଜାରି ରଖିଛନ୍ତି । ଏପରି ଘଡି ସନ୍ଧି ମୁହୂର୍ତ୍ତିରେ ସେମାନେ କୋରୋନା ଯୋଦ୍ଧା ସାଜି ଘର ଘର ବୁଲି ଲୋକଙ୍କୁ ସଚେତନ କରୁଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି, ପୂର୍ବ ପରି ପ୍ରସବ କେନ୍ଦ୍ରରେ ଗାଇନିକ ସେବା ଯୋଗାଇ ଦିଆଯାଉଛି ।

ରାଜ୍ୟରେ କୋରୋନା ଯୋଗୁଁ ସର୍ବାଧିକ ପ୍ରଭାବିତ ହୋଇଥିବା ଗଞ୍ଜାମ ଜିଲ୍ଲାରେ 57 କୋରୋନା ପଜିଟିଭ ମା’ଙ୍କ ଠାରୁ ସମସ୍ତ ସୁସ୍ଥ ଶିଶୁ ଜନ୍ମ ନେଇଥିଲେ। ଯାହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା ମଧ୍ୟ କରିଥିଲେ । ତେବେ ସରକାର ଗର୍ଭବତୀ ଓ ପ୍ରସୂତୀ କ୍ଷେତ୍ରରେ ଅନେକ ପଦକ୍ଷେପ ନେଇଥିଲେ ମଧ୍ୟ ଲୋକଙ୍କ ମନରେ କୋରୋନା ଘର କରି ରହିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.