ETV Bharat / state

BSKY କାର୍ଡ ବଣ୍ଟନ କାର୍ଯ୍ୟକ୍ରମକୁ ବିରୋଧ କରୁଥିବା ମହିଳା ବିଜେପି କର୍ମୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ

author img

By

Published : Nov 30, 2021, 7:17 AM IST

ଭଦ୍ରକ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ BSKY ଯୋଜନାରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମକୁ ବିରୋଧ କରାଯାଇଛି । ସେପଟେ ବିଜେଡ଼ି କର୍ମୀମାନେ ବିଭିନ୍ନ ଭାଷାରେ ଗାଳି ଗୁଲଜ କରୁଥିବା ଅଭିଯୋଗ କରିଛନ୍ତି ବିଜେପି ମହିଳା ମୋର୍ଚ୍ଚାର ଜିଲ୍ଲା ସଭାନେତ୍ରୀ ହରପ୍ରିୟା ସାହୁ। ଅଧିକ ପଢନ୍ତୁ

Bhadrak mahila morcha leader
BSKY ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମକୁ ବିରୋଧ କରୁଥିବା ମହିଳା ବିଜେପି କର୍ମୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ଭଦ୍ରକ: ମୁଖ୍ୟମନ୍ତ୍ରୀ ଭର୍ଚ୍ଚୁଆଲ ମାଧ୍ୟମରେ BSKY ଯୋଜନାରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମକୁ ବିରୋଧୀ ଦଳ ତଥା ବିଜେପି ଦଳ ପକ୍ଷରୁ ଜୋରଦାର ବିରୋଧ କରାଯାଇଥିଲା। ଏହି ସମୟରେ ବିଜେପି ମହିଳା ମୋର୍ଚ୍ଚାର ଜିଲ୍ଲା ସଭାନେତ୍ରୀ ହରପ୍ରିୟା ସାହୁ ବିକ୍ଷୋଭ କରୁଥିବା ବେଳେ ବିଜେଡ଼ି ଦଳର କର୍ମୀ ତାଙ୍କୁ ଏକୁଟିଆ ଦେଖି ଘେରିଯାଇଥିଲେ। ପରବର୍ତ୍ତୀ ସମୟରେ ଟାଉନ ପୋଲିସ ଏହି ନାରୀ ନେତ୍ରୀଙ୍କୁ ଆଣି ପୋଲିସ ଗାଡ଼ିରେ ବସାଇଥିବା ବେଳେ ବିଜେଡ଼ିର ଏହି କର୍ମୀ ବିଭିନ୍ନ ଭାଷାରେ ଗାଳି ଗୁଲଜ କରୁଥିବାର ଅଭିଯୋଗ ଆଣିଛନ୍ତି ବିଜେପି ମହିଳା ମୋର୍ଚ୍ଚାର ଜିଲ୍ଲା ସଭାନେତ୍ରୀ ହରପ୍ରିୟା ସାହୁ।

ନୂଆ ବଜାର ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏମିତିକା ସାଂଘାତିକ ଅଭିଯୋଗ ଆଣିଛନ୍ତି ଏହି ବିଜେପି ନେତ୍ରୀ। ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବାରୁ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଅଭିଯୋଗ ଆଣିଛନ୍ତି ବିଜେପି ନାରୀ ନେତ୍ରୀ। ପୋଲିସ ଉପସ୍ଥିତରେ ଏହିଭଳି ବିଜେଡ଼ି କର୍ମୀ ମାନେ ମହିଳାଙ୍କ ଉପରେ ଗୁଣ୍ଡାରାଜ କରିଲେ, ହେଲେ ପୋଲିସ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେବୁନାହିଁ। ଏନେଇ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ବିଜେଡ଼ିର 4 ଜଣଙ୍କ ନାମରେ ଟାଉନ ଥାନାରେ ଲିଖିତ ଅଭିଯୋଗ କରାଯିବା ବୋଲି ସୂଚନା ଦେଇଛନ୍ତି ବିଜେପିର ନାରୀ ନେତ୍ରୀ। ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକଙ୍କ ସହିତ ଆଲୋଚନା କରାଯିବ ବୋଲି ମହିଳା ମୋର୍ଚ୍ଚା ସଭାନେତ୍ରୀ କହିଛନ୍ତି ।

ଅନ୍ୟପଟେ ରାଜ୍ୟ ସରକାର ନାରୀକୁ ସମ୍ମାନ ଦେଉଥିବା ନାରା ଦେଉଥିବା ବେଳେ ଏହା କଣ ନାରୀଙ୍କୁ ସମ୍ମାନ ବୋଲି ପ୍ରଶ୍ନ କରିଛନ୍ତି ବିଜେପିର ଏହି ନାରୀ ନେତ୍ରୀ। ମମିତା ମେହେରଙ୍କ ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ନେଇ ସାରା ରାଜ୍ୟରେ ଚର୍ଚ୍ଚା ଓ ପ୍ରତିବାଦ ଜୋର ଧରିଥିବା ବେଳେ ରାଜ୍ୟରେ ବିଜେପି ଦଳ ପକ୍ଷ୍ୟରୁ ତୀବ୍ର ବିରୋଧ କରାଯାଉଛି। ଯେ ପର୍ଯ୍ୟନ୍ତ ମନ୍ତ୍ରୀଙ୍କୁ ବହିଷ୍କାର କରା ନଯିବ ସେ ପର୍ଯ୍ୟନ୍ତ ବିରୋଧ କରାଯିବ ବୋଲି ବିଜେପି ମହିଳା ମୋର୍ଚ୍ଚା ଚେତାବନୀ ଦେଇଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.