ETV Bharat / state

ମାଆ ଓ ଭଉଣୀକୁ ନିର୍ମମ ହତ୍ୟା, ନ୍ୟାୟ ପାଇଁ ଏସପିଙ୍କ ଦ୍ବାରସ୍ଥ ହେଲେ ଝିଅ - ନ୍ୟାୟ ପାଇବାକୁ ବଞ୍ଚିତ ଝିଅ

ମାଆ ଓ ଭଉଣୀକୁ ନିର୍ମମ ହତ୍ୟା ଅଭିଯୋଗ । ପୋଲିସ ପାଖରୁ ନ୍ୟାୟ ନମିଳିବାରୁ ଏସପିଙ୍କ ଦ୍ବାରସ୍ଥ ହେଲେ ଝିଅ । ଅଧିକ ପଢନ୍ତୁ

bhadrak girl meet sp
bhadrak girl meet sp
author img

By

Published : Mar 29, 2023, 2:15 PM IST

ଭଦ୍ରକ: କଥାରେ ଅଛି ଦୁଃଖ ଯେତେବେଳେ ଆସେ ସାଙ୍ଗରେ ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ଆସେ । ଆଉ ଏଭଳି ଏକ ଏକ ଅନୁରୂପ ଘଟଣା ସାମ୍ନାକୁ ଆସିଛି ଭଦ୍ରକ ଜିଲ୍ଲାରୁ । ଭଉଣୀ ଏବଂ ମାଆଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ବେଳେ ନ୍ୟାୟ ପାଇବାକୁ ବଞ୍ଚିତ ଝିଅ । ପୋଲିସ ପାଖରୁ ନିରାଶ ହେବା ପରେ ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ପୀଡିତାଙ୍କ ଝିଅ । ଭଉଣୀ ଏବଂ ମାଆଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଗୁହାରି କରିଛନ୍ତି ।

ମହିଳାଙ୍କ ଅଭିଯୋଗ ଅନୁସାରେ,"ପ୍ରଥମେ ମୋ ଭଉଣୀକୁ ପେଟ୍ରୋଲ ଢାଳି ପୋଡି ମାରିଥିଲେ ଆଉ ଏବେ ମୋ ମାଆକୁ ଅପହରଣ କରି ଦୁଷ୍କର୍ମ ପରେ ବୀଭତ୍ସ ଭାବେ ହତ୍ୟା କଲେ । ଖାଲି ସେତିକି ନୁହେଁ, ତାର ମୃତଦେହକୁ ନେଇ ଟ୍ରେନ ଲାଇନରେ ପକାଇ ଅପମୃତ୍ୟୁ ମାମଲା କରିଦେବାକୁ ଚେଷ୍ଟା କରୁଥିଲେ । ଏହି ଘଟଣାକୁ ନେଇ ଆପଣ ବିଚାର କରି ନ୍ୟାୟ ଦିଅନ୍ତୁ ସାର ।" ଏଭଳି କିଛି କୋହଭରା କଣ୍ଠରେ କାନ୍ଦି କାନ୍ଦି ଗୁହାରି କରିଛନ୍ତି ଭଦ୍ରକ ବାଂଶଡା ଥାନା ଅଞ୍ଚଳର ଜଣେ ମହିଳା ।

ସୂଚନା ମୁତାବକ, ଭଦ୍ରକ ଜିଲ୍ଲା ବାଂଶଡା ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ମହିଳାଙ୍କୁ କିଛି ଲୋକ ଦୁଷ୍କର୍ମ କରି ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ପୂର୍ବରୁ ମଧ୍ୟ ମୃତକଙ୍କ ଝିଅକୁ ପୋଡି ମାରି ଦେଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ବିବାହିତା ଝିଅ । ଏଭଳି ଏକ ଘଟଣା ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହୋଇଥିବା ନେଇ ସନ୍ଦେହ କରୁଥିବା କଥା ସେ କହିଛନ୍ତି ।

ତେବେ ଚଳିତ ମାର୍ଚ୍ଚ ମାସ ୨ତାରିଖରୁ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବାଂଶଡା ଥାନାରେ ଏନେଇ ଅଭିଯୋଗ କରିଥିଲେ ମଧ୍ୟ ବାଂଶଡା ଥାନା ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ନେଇ ସେ ଅଭିଯୋଗ କରିଛନ୍ତି । ଏନେଇ ଗତକାଲି(ମଙ୍ଗଳବାର) ସେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ବାରସ୍ଥ ହୋଇ ନ୍ୟାୟ ପ୍ରଦାନ କରିବା ପାଇଁ ଗୁହାରି କରିଛନ୍ତି । ଅନ୍ୟ ପକ୍ଷରେ ଦୋଷୀ ମାନେ ଖୋଲା ଦିବାଲୋକରେ ବୁଲୁଛନ୍ତି ଏବଂ ସେମାନଙ୍କୁ ନାନାଦି ଧମକଚମକ ଦେଉଥିବା ମଧ୍ୟ ଅଭିଯୋଗ ହୋଇଛି । ଯଦି ମୋତେ ଉଚିତ ନ୍ୟାୟ ନମିଳେ ତେବେ ମୋ ବାପାଙ୍କ ସହ ମୁଁ ମିଶି ଆମେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବୁ ବୋଲି କୋହ ସମ୍ଭାଳି ନ ପାରି କହିଛନ୍ତି ମୃତ ମହିଳାଙ୍କ ଝିଅ । ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.