ETV Bharat / state

500 ଲିଟର ଦେଶୀ ରନ୍ଧାମଦ ଜବତ, 6 ଗିରଫ

author img

By

Published : Feb 12, 2021, 5:44 PM IST

ଭଦ୍ରକ ଜିଲ୍ଲା ବାସୁଦେବପୁରର ପୃଥକ ପୃଥକ ସ୍ଥାନରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ପୃଥକ ଚଢାଉରେ 500 ଲିଟର ଦେଶୀ ରନ୍ଧା ମଦ ଜବତ କରାଯିବା ସହିତ ମୋଟ 6 ଜଣଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ...

ଭଦ୍ରକ ଜିଲ୍ଲା ବାସୁଦେଗବପୁରର ପୃଥକ ପୃଥକ ସ୍ଥାନରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ପୃଥକ ଚଢାଉ

ଭଦ୍ରକ: ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ନିରୀକ୍ଷକ କ୍ଷିତିଶ ଦାସ ଏବଂ ଭ୍ରାମ୍ୟମାଣ ସ୍କ୍ବାଡ଼ ଭାରପ୍ରାପ୍ତ ଅଧିକାରୀ ବ୍ରଜମୋହନ ମଲ୍ଲିକଙ୍କ ନେତୃତ୍ବରେ ଗଠିତ ସ୍ବତନ୍ତ୍ର ଟିମ ଦ୍ବାରା ଦେଶୀ ମଦ ଜବତ । ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଛକ ନିକଟରେ ପେଟ୍ରୋଲିଂ କରୁଥିବା ସମୟରେ ଦୁଇଗୋଟି ମୋଟର ସାଇକେଲରେ 300 ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ ଏଥିରେ ସଂପୃକ୍ତ 2 ଜଣଙ୍କୁ ଗିରଫ କରାଯାଇଛି ।

ଏଥିସହ ବାସୁଦେବପୁର ଥାନା ଅନ୍ତର୍ଗତ ବ୍ରାହ୍ମଣି ଗାଁ ବଜାର ନିକଟ ଏକ ସ୍ଥାନରେ ଚଢ଼ାଉ କରାଯାଇ ଗୋଟିଏ ମୋଟର ସାଇକେଲ ଓ ଗୋଟିଏ ସ୍କୁଟିରୁ 200 ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ ଏଥିରେ ସଂପୃକ୍ତ 4 ଜଣଙ୍କୁ ଗିରଫ କରାଯାଇଛି। ଅବକାରୀ ବିଭାଗ ପକ୍ଷରୁ ହୋଇଥିବା ଏହି ପୃଥକ ଚଢାଉରେ 500 ଲିଟର ଦେଶୀ ରନ୍ଧା ମଦ ଜବତ କରା ଯିବା ସହିତ ମୋଟ 6 ଜଣଙ୍କୁ ଗିରଫ କରାଯାଇଛି । ଜବତ ମଦର ଆନୁମାନିକ ବଜାର ମୂଲ୍ୟ 2 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ସୂଚନା ମିଳିଛି । ଏନେଇ ଅବକାରୀ ବିଭାଗ ପକ୍ଷରୁ 4 ଟି ପୃଥକ ପୃଥକ ମାମଲା ରୁଜ୍ଜୁ କରା ଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.