ଭଦ୍ରକ: ଜିଲ୍ଲାରେ କୋରୋନା ସଂକ୍ରମଣରେ କିଛିଟା ବ୍ରେକ ଲାଗିଥିବା ଦେଖାଯାଇଛି। ଖବର ଅନୁଯାୟୀ ଆଜି ମାତ୍ର 2ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେବେ ଏହି 2 ଜଣ ସଂକ୍ରମିତଙ୍କ ମଧ୍ୟରୁ ଜଣେ ସ୍ଥାନୀୟ ସଂକ୍ରମିତ ହୋଇଥିବାବେଳେ ଅନ୍ୟ ଜଣେ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି।
ଆଜି ଏହି 2 ଜଣ କୋରୋନା ସଂକ୍ରମଣ ଚିହ୍ନଟ ହେବା ପରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 857ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ 645 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଯାହାକି ଗତ 24 ଘଣ୍ଟା ମଧ୍ୟରେ 20 ଜଣ ସୁସ୍ଥ ହୋଇଥିବା ଜଣାପଡିଛି। ତେବେ ବର୍ତ୍ତମାନ 208 ଜଣ ଚିକିତ୍ସିତ ହେଉଛନ୍ତି।
ଅନ୍ୟ ପକ୍ଷରେ କିଲର ଭାଇରସ କୋରୋନା ଜିଲ୍ଲାରେ 4ଟି ମୁଣ୍ଡ ନେଲାଣି। ଅଦ୍ୟାବଧି ଜିଲ୍ଲାରୁ ମୋଟ 21897ଟି ନମୁନା ପରୀକ୍ଷା କରାଯାଇଥିବା ସୂଚନା ମିଳିଛି। ଏନେଇ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ