ETV Bharat / state

ବାତ୍ୟା 'ୟସ'କୁ ନେଇ ଭଦ୍ରକରେ ଆଗୁଆ ପ୍ରସ୍ତୁତି

ସମ୍ଭାବ୍ଯ ବାତ୍ୟା ୟସକୁ ଦୃଷ୍ଟିରେ ରଖି ସ୍ଵତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶରେ ଏକ ଜରୁରୀ ବୈଠକ । ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ବୈଠକର ଅଧ୍ୟକ୍ଷତା କରି ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି କରିଛନ୍ତି । ଅଧିକ ପଢନ୍ତୁ...

ବାତ୍ୟା 'ୟସ'କୁ ନେଇ ଭଦ୍ରକରେ ଆଗୁଆ ପ୍ରସ୍ତୁତି
ବାତ୍ୟା 'ୟସ'କୁ ନେଇ ଭଦ୍ରକରେ ଆଗୁଆ ପ୍ରସ୍ତୁତି
author img

By

Published : May 20, 2021, 7:01 AM IST

Updated : May 20, 2021, 7:11 AM IST

ଭଦ୍ରକ: ସମ୍ଭାବ୍ଯ ବାତ୍ୟା ୟସକୁ ଦୃଷ୍ଟିରେ ରଖି ସ୍ଵତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶରେ ଏକ ଜରୁରୀ ବୈଠକ ଭଦ୍ରକ ଜିଲ୍ଲାପାଳ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାର ସମୁଦ୍ର ଉପକୂଳରେ ବାତ୍ୟା ପ୍ରକୋପକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଇଛି ।

ବାତ୍ୟା 'ୟସ'କୁ ନେଇ ଭଦ୍ରକରେ ଆଗୁଆ ପ୍ରସ୍ତୁତି

ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଲୋକଙ୍କୁ ସତର୍କ ରହିବାକୁ ଏବଂ ଆବଶ୍ୟକ ସ୍ଥଳେ ନିରାପଦ ଜାଗାକୁ କିପରି ସ୍ଥାନାନ୍ତରିତ କରାଯାଇପାରିବ, ସେନେଇ ସ୍ଵତନ୍ତ୍ର ରିଲିଫ କମିଶନର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଥିବା ସୂଚନା ମିଳିଛି । ଏଥିସହ ଉପକୂଳ ଅଞ୍ଚଳରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ମାନଙ୍କରେ ସମସ୍ତ ଆନୁଷଙ୍ଗିକ ବ୍ଯବସ୍ଥା ଉପରେ ଆଲୋଚନା ହୋଇଥିଲା । ଆବଶ୍ୟକ ପଡିଲେ ଉଦ୍ଧାର କାର୍ଯ୍ୟ ଯୁଧ୍ୟକାଳୀନ ଭିତ୍ତିରେ ଆରମ୍ଭ କରାଯିବ ବୋଲି ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ।

ବିଶେଷ କରି ଆଶ୍ରୟସ୍ଥଳଗୁଡିକରେ ବିଦ୍ୟୁତ ସରବରାହ, ପାନୀୟଜଳ ଯୋଗାଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : May 20, 2021, 7:11 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.