ETV Bharat / state

Dhamnagar ByPoll: ପ୍ରଶାସନ ପକ୍ଷରୁ ସରିଲା ପ୍ରସ୍ତୁତି, ରାତି ପାହିଲେ ମତ ସାବ୍ୟସ୍ତ କରିବେ ଭୋଟର

author img

By

Published : Nov 2, 2022, 8:54 PM IST

ସରିଲା ଧାମନଗର ଉପନିର୍ବାଚନରେ ଭୋଟ ଗ୍ରହଣ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି । ରାତି ପାହିଲେ ମତ ସାବ୍ୟସ୍ତ କରିବେ ଧାମନଗରବାସୀ । ତେବେ ଏନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଥିବା ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ ଓ ଏସପି । ଅଧିକ ପଢ଼ନ୍ତୁ

Dhamnagar ByPoll: ପ୍ରଶାସନ ପକ୍ଷରୁ ସରିଲା ପ୍ରସ୍ତୁତି, ରାତି ପାହିଲେ ମତ ସାବ୍ୟସ୍ତ କରିବେ ଭୋଟର
Dhamnagar ByPoll: ପ୍ରଶାସନ ପକ୍ଷରୁ ସରିଲା ପ୍ରସ୍ତୁତି, ରାତି ପାହିଲେ ମତ ସାବ୍ୟସ୍ତ କରିବେ ଭୋଟର

ଭଦ୍ରକ: ରାତିପାହିଲେ ପଡ଼ିବ ଧାମନଗର ଉପନିର୍ବାଚନ ଲାଗି ଭୋଟ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି । ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ କରାଯାଇଥିବା ବିଭିନ୍ନ ପ୍ରସ୍ତୁତି ନେଇ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବନ୍ଦୋର ଓ ଏସପି ଚରଣ ସିଂହ ମିନା ।

ଧାମନଗର ଉପନିର୍ବାଚନରେ ସୁରକ୍ଷା ବ୍ୟବସ୍ଥା ଦୃଷ୍ଟିରୁ ୩୦ ସେକ୍ଟର ଅଧିକାରୀଙ୍କ ସହ ୯ ଜଣ ସେକ୍ଟର ମାଜିଷ୍ଟ୍ରେଟ ନିୟୋଜିତ ହୋଇଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କଣ୍ଟ୍ରୋଲ ରୁମର ବ୍ୟବସ୍ଥା କରାଯାଇଛି । ୧୨୬ ଟି ସମ୍ବେଦନଶୀଳ ବୁଥରେ ୱେବ କାଷ୍ଟିଙ୍ଗ ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବନ୍ଦୋର । ପାଖାପାଖି ୨୮ ସ୍କ୍ବାର୍ଡ ଗଠନ କରାଯାଇଛି । ତେବେ ପୋଲିସ ତରଫରୁ ୫ ଟି ମାମଲା ଦାୟର କରାଯାଇଥିବାବେଳେ ମୋଟ ୬୯ ଅଭିଯୋଗ ଜିଲ୍ଲା ପ୍ରଶାସନ ପାଖରେ ପହଞ୍ଚିଥିଛି । ଏନେଇ ଜିଲ୍ଲାପାଳ କହିଛନ୍ତି, "ପ୍ରଶାସନ ନିକଟରେ ପହଞ୍ଚିଥିବା ଅଭିଯୋଗ ଗୁଡ଼ିକୁ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୨ ବ୍ୟକ୍ତିଙ୍କୁ କାର୍ଯ୍ୟରୁ ଅବ୍ୟାହତି ଦିଆଯାଇଥିବା ବେଳେ ୨ ଜଣଙ୍କୁ ନିଲମ୍ବିତ କରାଯାଇଛି । ୩୦ ଜଣଙ୍କୁ କାରଣ ଦର୍ଶାଅ ନୋଟିସ କରାଯାଇଛି ।" ତେବେ ବିଭିନ୍ନ ଅଭିଯୋଗରେ ୧୩୬ ଜଣଙ୍କୁ ଗିରଫ କରାଯାଇଥିବା ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବନ୍ଦୋର ପ୍ରକାଶ କରିଛନ୍ତି ।

ସେହିଭଳି ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ପ୍ରାୟ ୨୨ ହଜାର ୫ ଶହ ଲିଟର ମଦ ଜବତ କରାଯାଇଛି । ଏହି ମଦ ଗୁଡ଼ିକର ଆନୁମାନିକ ମୂଲ୍ୟ ପ୍ରାୟ ୫୪ ଲକ୍ଷ ୪୧ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି । ଭିନ୍ନକ୍ଷମ ଭୋଟର ମାନଙ୍କ ପାଇଁ ହୁଇଲ ଚେୟାରର ବ୍ୟବସ୍ଥା କରାଯାଇଛି । ବାହାର ନିର୍ବାଚନମଣ୍ଡଳୀରୁ ଆସିଥିବା ନେତାଙ୍କୁ ଧାମନଗର ନିର୍ବାଚନ ମଣ୍ଡଳୀ ଛାଡିବାକୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ । ଏନେଇ ସବୁ ରାଜନୈତିକ ଦଳକୁ ସୂଚନା ଦେଇଛି ଜିଲ୍ଲା ପ୍ରଶାସନ । ନିର୍ବାଚନ ମଣ୍ଡଳୀରେ ଥିବା ସମସ୍ତ କଲ୍ୟାଣ ମଣ୍ଡପ ଓ ହୋଟେଲ ଛାଡିବାକୁ କହିବା ସହ ଏଗୁଡ଼ିକୁ ଯାଞ୍ଚ କରାଯିବା ନେଇ ସ୍ପଷ୍ଟ କରିଛନ୍ତି ଜିଲ୍ଲାପାଳ ।

ସେହିଭଳି ଧାମନଗର ଉପ ନିର୍ବାଚନ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲା ପୋଲିସ ପ୍ରଶାସନ ତରଫରୁ ଧାମନଗର ନିର୍ବାଚନ ମଣ୍ଡଳୀକୁ ୩ ଟି ଜୋନରେ ବିଭକ୍ତ କରାଯାଇଥିବା କହିଛନ୍ତି ଭଦ୍ରକ ଏସପି ଚରଣ ସିଂହ ମିନା । ସେ କହିଛନ୍ତି, "ପୋଲିଂ ପାର୍ଟି ସହିତ ୩୦୯ ପୋଲିସ କର୍ମଚାରୀ ଯାଇଛନ୍ତି । ୩ ଟି ଜୋନକୁ ୭ ଟି ସେକ୍ଟରରେ ଭାଗ କରାଯିବା ସହ ପୃଥକ ପୃଥକ ୨୪ଟି ମୋବାଇଲ ପାର୍ଟିରେ ବିଭକ୍ତ କରାଯାଇଛି । ଏଥିପାଇଁ ୧୦୦ ଜଣ ସବ ଇନ୍ସପେକ୍ଟର, ୩ ଜଣ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସ୍ତରର ଅଧିକାରୀ, ୬ ଜଣ ଡିଏସପି ସ୍ତରୀୟ ଅଧିକାରୀ, ୪ କମ୍ପାନୀ CAPF, CAPFର ୨୨ ଟି ମୋବାଇଲ ଟିମ, ୨୨ ପ୍ଲାଟୁନ ପୋଲିସ ଫୋର୍ସ ସହ ସମ୍ବେଦନଶୀଳ ସ୍ଥାନରେ CRPF ଓ SAPF ଫୋର୍ସକୁ ନିୟୋଜିତ କରାଯାଇଛି ।" ତେବେ ଦାୟର ହୋଇଥିବା ବିଭିନ୍ନ ମାମଲାର ତଦନ୍ତ ଚାଲିଛି ଏବଂ ଏଥିରେ ଯେ କୌଣସି ବ୍ୟକ୍ତି ଦୋଷୀ ଥିବ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.