ETV Bharat / state

ଚୋରା ମଦ ବିକ୍ରି ରୋକିବାକୁ ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟିଲେ ଗ୍ରାମବାସୀ - close

ଚୋରା ମଦ ବିକ୍ରିକୁ ପ୍ରତିବାଦ କରି ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟିଲେ ଚରମ୍ପା ଖଣ୍ଡିଆ ବଜାର ଏବଂ ଦୋଳ ସାହିର ମହିଳା । ଦେଶୀ ମଦ ବିକ୍ରି ଗାଁର ସୁସ୍ଥ ବାତାବରଣକୁ ନଷ୍ଟ କରୁଛି । ଏଥିସହିତ ଦୈନନ୍ଦିନ ନାନାଦି ଅପ୍ରୀତିକର ପରିସ୍ଥିତି ଉପୁଜୁଥିବା ମହିଳାମାନେ କହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
author img

By

Published : May 21, 2019, 8:56 AM IST

ଭଦ୍ରକ: ଚୋରା ମଦ ବିକ୍ରିକୁ ପ୍ରତିବାଦ କରି ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟିଲେ ଚରମ୍ପା ଖଣ୍ଡିଆ ବଜାର ଏବଂ ଦୋଳ ସାହିର ମହିଳା । ଜିଲ୍ଲାର ଏହି 2 ଅଞ୍ଚଳରେ ଚୋରା ମଦ ବିକ୍ରି ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲା । ମାତ୍ର ଏଥିପ୍ରତି କେହି କର୍ଣ୍ଣପାତ କରୁନଥିବା ମହିଳାମାନେ କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଦେଶୀ ମଦ ବିକ୍ରି ଗାଁର ସୁସ୍ଥ ବାତାବରଣକୁ ନଷ୍ଟ କରୁଛି । ଏଥିସହିତ ଦୈନନ୍ଦିନ ନାନାଦି ଅପ୍ରୀତିକର ପରିସ୍ଥିତି ଉପୁଜୁଥିବା ମହିଳାମାନେ କହିଛନ୍ତି । ଏସମ୍ପର୍କରେ ସ୍ଥାନୀୟ ପୋଲିସ ଷ୍ଟେସନ ତଥା ଅବକାରୀ ବିଭାଗରେ ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଫଳରେ ବାଧ୍ୟ ହୋଇ ଏହି 2 ଗାଁର ଶତାଧିକ ମହିଳା ଆଜି ଭଦ୍ରକ ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟିଥିଲେ । ଏନେଇ ବିହିତ ପଦକ୍ଷେପ ନେବାକୁ ଦାବି କରିଥିଲେ । ଭଦ୍ରକ ଏସପି ମହିଳାମାନଙ୍କ ଠାରୁ ସମସ୍ତ ଅଭିଯୋଗ ଶୁଣିବା ପରେ ତୁରନ୍ତ ତଦନ୍ତ କରାଯାଇ ବିହିତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.