ଭଦ୍ରକ: ସିସିଟିଭି ଫୁଟେଜ ଆଧାରରେ ଏଟିଏମ ଲୁଟ ଘଟଣା (Bhadrak ATM Loot case) ତଦନ୍ତ ଆରମ୍ଭ । ଭଦ୍ରକ ଚରମ୍ପା ଠାରେ ଏସବିଆଇ ଏଟିଏମ ମେସିନରେ ଟଙ୍କା ଲୋଡ଼ ବେଳେ ଟଙ୍କା ଭର୍ତ୍ତି ଟ୍ରଙ୍କ ଲୁଟ ଘଟଣାର ପୋଲିସ ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଆରମ୍ଭ କରିଛି ପୋଲିସ ।
ଗତକାଲି ସନ୍ଧ୍ୟାରେ ଭଦ୍ରକ ଚରମ୍ପା ଠାରେ ATM ଟ୍ରଙ୍କରେ ଲୋଡ ପାଇଁ ଥିବା 29 ଲକ୍ଷ ଲୁଟ ହୋଇଥିଲା । ଭଦ୍ରକ ଟାଉନ ଥାନା ଅଧିନସ୍ଥ ଚରମ୍ପା ଲକ୍ଷ୍ମୀ ନାରାୟଣ ମନ୍ଦିର ନିକଟ ଏସବିଆଇ ଏଟିଏମ (SBI ATM)ରେ 29 ଲକ୍ଷ ଟଙ୍କା ଲୋଡ ପାଇଁ CMS କର୍ମଚାରୀ ମାନେ ଯାଇଥିଲେ । ସେହି ସମୟରେ ଦୁଇଟି ବାଇକରେ 6 ଲୁଟେରା ବନ୍ଧୁକ ଓ ଭୁଜାଲି ଦେଖାଇ ଟଙ୍କା ଭର୍ତ୍ତି ଥିବା ଟ୍ରଙ୍କକୁ ଲୁଟ କରି ନେଇଥିଲେ । ତେବେ ଏ ସମ୍ପର୍କରେ ଅଭିଯୋଗ ହେବା ପରେ ପୋଲିସ ଲୋଡ଼ କରୁଥିବା 4 କର୍ମଚାରୀଙ୍କୁ ଟାଉନ ଥାନା ରେ ଗତକାଲି ଠାରୁ ଅଟକ ରଖି ପଚରାଉଚୁରା କରୁଥିବା ବେଳେ, ଆଜି ସିସିଟିଭି ଯାଞ୍ଚ କରିଛନ୍ତି ।
ଏହାମଧ୍ୟ ପଢନ୍ତୁ: ATM ମେସିନରେ ଟଙ୍କା ଲୋଡ ବେଳେ ଲୁଟିନେଲେ 29 ଲକ୍ଷ
ସେହି ଆଧାରରେ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ତେବେ ସିସିଟିଭିରେ ଯଦିଓ ଲୁଟେରା ମାନଙ୍କ ଫଟୋ ସମ୍ପୂର୍ଣ୍ଣ ଆସୁ ନାହିଁ ତେବେ ଅଧିକ ତଦନ୍ତ ଶେଷ ହେଲା ପରେ ଜଣାପଡିବ ବୋଲି ପୋଲିସ କହିଛି । ହେଲେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।
ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ