ETV Bharat / state

ଭଦ୍ରକରୁ ସନ୍ଦିଗ୍ଧ ପାରା ଉଦ୍ଧାର ! ମୂଦିଆ ଉପର ଲେଖା ନେଇ ବଢିଲା ସନ୍ଦେହ - ସନ୍ଦିଗ୍ଧ ପାରା ଉଦ୍ଧାର

Spy Pigeon: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ପୀରହାଟ ଥାନା ଛକ ନିକଟରୁ ସନ୍ଦିଗ୍ଧ ପାରା ଉଦ୍ଧାର । ଗୋଡରେ ମୂଦିଆ ଉପର ଲେଖାକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ଅଧିକ ପଢନ୍ତୁ

spy pigeon caught in bhadrak
ଭଦ୍ରକରୁ ସନ୍ଦିଗ୍ଧ ପାରା ଉଦ୍ଧାର
author img

By ETV Bharat Odisha Team

Published : Jan 6, 2024, 8:41 PM IST

ଭଦ୍ରକରୁ ସନ୍ଦିଗ୍ଧ ପାରା ଉଦ୍ଧାର

ଭଦ୍ରକ: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ପୀରହାଟ ଥାନା ଛକ ନିକଟରୁ ସନ୍ଦିଗ୍ଧ ପାରା ଉଦ୍ଧାର । ପାରା ଗୋଡରେ ମୂଦିଆ ଲାଗିଥିବା ଏବଂ ସେଥିରେ ଦୃଶ୍ୟମାନ ହୋଇଥିବା ଲେଖାକୁ ନେଇ ସୃଷ୍ଟି ହୋଇଛି ସନ୍ଦେହ । ମୂଦିଆରେ ପ୍ରଥମେ ଏକ ଲୋଗୋ ଲାଗିଛି । ଆଉ ସେହି ଲୋଗର ଉପରେ LLB ଓ ତଳେ INA 2022 ଓ ଶେଷରେ 30200 ଲେଖା ହୋଇଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି ।

ସୂଚନା ମୁତାବକ, ସ୍ଥାନୀୟ ଅଞ୍ଚଳର ତନ୍ମୟ ବାରିକ ନାମକ ଜଣେ ଯୁବକ ନିଜ ଘର ଥାନା ରାସ୍ତାରୁ ବାହାରି ବଜାରକୁ ଆସିବା ବାଟରେ ଉକ୍ତ ପାରାକୁ ରାସ୍ତା କଡରେ ଖେଳୁ ଥିବାର ଦେଖିଥିଲେ। ତେବେ ଅନ୍ୟ ପାରା ତୁଳନାରେ ଏହି ପାରାଟି ବିରଳ ତଥା ଭିନ୍ନ ଧରଣର ହୋଇଥିବା ନେଇ ତନ୍ମୟଙ୍କ ମନରେ କୌତୁହଳ ସୃଷ୍ଟି ହୋଇଥିଲା । ତେଣୁ ସେ ମନ ଧ୍ୟାନ ଦେଇ ଅତ୍ୟନ୍ତ ଚତୁରତାର ସହ କୌଶଳ ଲଗାଇ ପାରାଟିକୁ ଧରିଥିଲେ । ତେବେ ଗୋଡରେ ଲାଗିଥିବା ମୂଦିଆକୁ ଦେଖି ସନ୍ଦେହ ପ୍ରକଟ କରିବା ସହ ନିକଟସ୍ଥ ଥାନା ଏବଂ ବନ ବିଭାଗକୁ ଖବର ଦେଇଛନ୍ତି । ହେଲେ କୌଣସି ଅଧିକାରୀ ଆସି ନ ଥିବା ବେଳେ ଥାନାର ଜଣେ କର୍ମଚାରୀ ଆସି ପାର ଟିକୁ ଆୟତ କରି ରଖିବା ପାଇଁ ତନ୍ମୟ ଙ୍କୁ ପରାମର୍ଶ ଦେଇଛନ୍ତି ବୋଲି ଜଣାପଡିଛି । ଖୁବ୍ ଶୀଘ୍ର ଏନେଇ ତଦନ୍ତ ହେବ ବୋଲି ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ- ଅସ୍ତରଙ୍ଗରୁ ସନ୍ଦିଗ୍ଧ ପାରା ଉଦ୍ଧାର, ଗୋଡରେ ଲେଖାହୋଇଛି READY BSP DN

ଏହା ମଧ୍ୟ ପଢନ୍ତୁ- ପାରା ପ୍ରେମରେ ପରିବାର; 5000 ପାରାଙ୍କ ସୁରକ୍ଷାରେ ଗଣପତି, ମୁଖ୍ୟମନ୍ତ୍ରୀଙ୍କ ଠାରୁ ଜିତିଛନ୍ତି ପୁରସ୍କାର

ତେବେ ଏହା କୌଣସି ଗୁପ୍ତଚର ପରି କାର୍ଯ୍ୟ ହୋଇ ଥାଇପାରେ ନଚେତ କୌଣସି ବିଭାଗ ପକ୍ଷରୁ ମୂଦିଆ ପିନ୍ଧାଇ ଛଡା ଯାଇଛି ବୋଲି ମତ ପ୍ରକାଶ ପାଇଛି । ଅନ୍ୟପଟେ ପାରା ଛୋଟ ଶାବକ ସମୟରେ କୌଣସି ତାଲିମ ପାଇଁ ମୂଦିଆ ପିନ୍ଧା ଯାଇଛି କିନ୍ତୁ ବଡ ହୋଇଗଲା ପରେ ମୂଦିଆ ଗୋଡରୁ ବାହାର କରିବା ସମ୍ଭବ ହୋଇ ନାହିଁ ବୋଲି ବେଶ ବାରି ହେଉଛି । ତେବେ ବିଭିନ୍ନ ଲୋକଙ୍କ ମଧ୍ୟରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଥିବା ବେଳେ ଏହାକୁ ଫରେନସିକ ତଦନ୍ତ କରାଗଲେ ସଂପୂର୍ଣ୍ଣ ତଥ୍ୟ ପଦାକୁ ଆସିବ । ପାରାଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣା ଯାଇଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.