ETV Bharat / state

ବାଜିରେ ଲାଗିଲା ଜୀବନ: ବାଟରେ ଅଟକି ଗଲା ଘରୋଇ ଆମ୍ବୁଲାନ୍ସ

author img

By

Published : Dec 8, 2019, 2:11 PM IST

ବାଟରେ ଅଟକିଲା ଘରୋଇ ଆମ୍ବୁଲାନ୍ସ। ଏପରି ଘଟଣା ଦେଖିବାକୁ ମିଳିଛି ଚାନ୍ଦବାଲି ବ୍ଲକରେ । ଅଧିକ ଖବର ପଢନ୍ତୁ...

ବାଟରେ ଅଟକି ଗଲା ଘରୋଇ ଆମ୍ବୁଲାନ୍ସ
ବାଟରେ ଅଟକି ଗଲା ଘରୋଇ ଆମ୍ବୁଲାନ୍ସ

ଭଦ୍ରକ: ସଠିକ ସମୟରେ ଆସିଲାନି 108 ଆମ୍ବୁଲାନ୍ସ । ବାଟରେ ଅଟକିଲା ଘରୋଇ ଆମ୍ବୁଲାନ୍ସ । ଏପରି ଘଟଣା ଦେଖିବାକୁ ମିଳିଛି ଚାନ୍ଦବାଲି ବ୍ଲକରେ । ସୂଚନା ଅନୁଯାୟୀ ଚାନ୍ଦବାଲି ବ୍ଳକ ମହୁଲିଆ ପଞ୍ଚାୟତର ବିନୋଦ ସାହୁ ଘରୋଇ କଳିରୁ ବିଷ ପିଇ ଗୁରୁତର ହୋଇପଡ଼ିବାରୁ ତାଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

ପରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସରକାରଙ୍କ 108 ଆମ୍ବୁଲାନ୍ସ ଆସିବା ବିଳମ୍ବ ହେବାରୁ ରୋଗୀଙ୍କ ପରିବାର ଲୋକେ ଏକ ଘରୋଇ ଆମ୍ବୁଲାନ୍ସରେ ଭଦ୍ରକ ନେଇଥିଲେ । ତେବେ ଅଧାବାଟରେ ଚାନ୍ଦବାଲି ବଜାରରେ ଆମ୍ବୁଲାନ୍ସର ଯାନ୍ତ୍ରିକ ତ୍ରୁଟି ହେବାରୁ ଏକ ଘଣ୍ଟା ଧରି ରୋଗୀ ସେହି ଘରୋଇ ଆମ୍ବୁଲାନ୍ସରେ ମରଣ ସହ ସଂଘର୍ଷ କରୁଥିଲେ ।

ବାଟରେ ଅଟକି ଗଲା ଘରୋଇ ଆମ୍ବୁଲାନ୍ସ

ତେବେ କିଛି ସମୟ ପାଇଁ ସ୍ଥାନୀୟବାସୀ ସେହି ଘରୋଇ ଆମ୍ଭୁଲାନ୍ସକୁ ରାସ୍ତା ମଧ୍ୟରେ ସାହାଯ୍ୟର ହାତ ବଢାଇଥିଲେ । ମାତ୍ର ଆମ୍ବୁଲାନ୍ସଟି ଆଉ ଚାଲିନଥିଲା। ପରେ ଏକ ଘଣ୍ଟା ବିଳମ୍ବରେ 108 ଆମ୍ବୁଲାନ୍ସ ପହଞ୍ଚିବା ପରେ ରାସ୍ତା ମଧ୍ୟରୁ ରୋଗୀଙ୍କୁ ଉଦ୍ଧାର କରି ଭଦ୍ରକ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : AMBULANCE PROBLEM
FORMAT : AVO
REPORT : DEBASIS MOHAPATRA / BHADRAK
DATE : 08.12.2019

ANCHOR : ସଠିକ ସମୟରେ ଆସିଲାନି 108 ଆମ୍ବୁଲାନ୍ସ। ବାଟରେ ଅଟକିଲା ଘରୋଇ ଆମ୍ବୁଲାନ୍ସ। ଏହିପରି ଘଟଣା ଦେଖିବାକୁ ମିଳିଛି ଚାନ୍ଦବାଲି ବ୍ଲକ ରେ। ସୂଚନା ଅନୁଯାୟୀ ଚାନ୍ଦବାଲି ବ୍ଳକ ମହୁଲିଆ ପଂଚାୟତର ବିନୋଦ ସାହୁ ଘରୋଇ କଳିରୁ ବିଷପାନ କରି ଗୁରୁତ୍ୱର ହୋଇପଡ଼ିବାରୁ ତାଙ୍କୁ ଚାନ୍ଦବାଲି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତୀ କରାଯାଇଥିଲା। ପରେ ତାଙ୍କର ଅବସ୍ଥା ଶଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସରକାରଙ୍କ 108 ଆମ୍ବୁଲାନ୍ସ ଆସିବା ବିଳମ୍ଭ ହେବାରୁ ରୋଗିଙ୍କ ପରିବାର ଲୋକେ ଏକ ଘରୋଇ ଆମ୍ଭୁଲାନ୍ସରେ ଭଦ୍ରକ ନେବା ବାଟରେ ଚାନ୍ଦବାଲି ବଜାରରେ ଆମ୍ଭୁଲାନ୍ସର ଯାନ୍ତ୍ରିକ ତୃଟି ହେବାରୁ ଏକ ଘଂଟା ଧରି ରୋଗି ସେହି ଘରୋଇ ଆମ୍ଭୁଲାନ୍ସରେ ମରଣ ଶହ ସଂଘର୍ଷ କରୁଥିବା ବେଳେ କିଛି ସମୟ ପାଇଁ ସ୍ଥାନୀୟବାସୀ ସେହି ଘରୋଇ ଆମ୍ଭୁଲାନ୍ସକୁ ରାସ୍ତା ମଧ୍ୟରେ ପେଲିଥିଲେ। ହେଲେ ଆମ୍ଭୁଲାନ୍ସଟି ଚାଲିନଥିଲା। Body:ପରେ ଏକ ଘଂଟା ବିଳମ୍ଭରେ 108 ଆମ୍ବୁଲାନ୍ସ ପହଁଚିବା ପରେ ରାସ୍ତା ମଧ୍ୟରୁ ରୋଗିଙ୍କୁ ଉଦ୍ଧାର କରି ଭଦ୍ରକ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.