ETV Bharat / state

Bhadrak Kali Puja: ରାତି ପାହିଲେ କାଳୀ ପୂଜା, ଉତ୍ସବମୁଖର ଭଦ୍ରକ

ଭଦ୍ରକରେ ପ୍ରସିଦ୍ଧ କାଳିପୂଜା ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି । ଅଧିଷ୍ଠାତ୍ରୀ ଦେବୀ ମା' ଭଦ୍ରକାଳୀଙ୍କ ପୀଠରେ 7 ଦିନ ଧରି ସପ୍ତ ମାତୃକା ବେଶରେ ମା'ଙ୍କ ଦର୍ଶନ କରିବେ ଭକ୍ତ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 11, 2023, 7:21 PM IST

bhadrak famous kali puja
ଭଦ୍ରକରେ କାଳୀପୂଜା ପ୍ରସ୍ତୁତି
ଭଦ୍ରକରେ କାଳୀପୂଜା ପ୍ରସ୍ତୁତି

ଭଦ୍ରକ: ଭାଇଚାରାର ସହର ଭଦ୍ରକରେ ପ୍ରସିଦ୍ଧ କାଳୀପୂଜା ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି । ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା' ଭଦ୍ରକାଳୀଙ୍କ ପୀଠରେ 7 ଦିନ ଧରି ସପ୍ତ ମାତୃକା ବେଶରେ ମା'ଙ୍କୁ ପୂଜାର୍ଚ୍ଚନା କରାଯିବ। ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ସହ ପୀଠରେ କଳସ ଶୋଭାଯାତ୍ରା, ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବ । ଏଥିପାଇଁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି। ସହରରେ ଥିବା 9 ଟି ପୂଜା ମଣ୍ଡପରେ ମା' ଶ୍ୟାମାକାଳୀଙ୍କ ମୃଣ୍ମୟୀ ମୂର୍ତ୍ତୀର ପୂଜା ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି । କାଳୀ ପୂଜାକୁ ମହା ଆଡମ୍ବର ସହକାରେ ପାଳନ କରିବାକୁ ବିଭିନ୍ନ ପୂଜା କମିଟି ପକ୍ଷରୁ ସ୍ଥିର କରାଯାଇଥିବାବେଳେ ଶ୍ରଦ୍ଧାଳୁମାନଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରତିଯୋଗିତା ଆରମ୍ଭ ବୋଇଛି ।

ଏହାସହ ପ୍ରସିଦ୍ଧ ଶକ୍ତି ପୀଠ ମା' ଭଦ୍ରକାଳୀଙ୍କ ପୀଠ ମଧ୍ୟ ବେଶ ଚଳଚଞ୍ଚଳ ରହିଛି । ଦୀପାବଳି ଠାରୁ ୭ ଦିନ ଧରି ଏଠାରେ ସ୍ବତନ୍ତ୍ର ପୂଜା ରୀତିନୀତି ଅନୁଷ୍ଠିତ ହେବ । ପରମ ବୈଷ୍ଣବୀ ମା' ଭଦ୍ରକାଳୀ ହେଉଛନ୍ତି ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ । 1942 ମସିହାରୁ ଏଠାରେ ବଳି ପ୍ରଥା ବନ୍ଦ କରାଯାଇଛି । ତେବେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କାଳୀ ପୂଜା ପାଇଁ ଏହି ଶକ୍ତି ପୀଠରେ ବିଶେଷ ପ୍ରସ୍ତୁତି ହୋଇଛି । ପରମ ବୈଷ୍ଣବୀ ମା' ଭଦ୍ରକାଳୀ ପୀଠରେ, ସଦା ସର୍ବଦା ମା' ବିଶ୍ବମାତା ରୂପରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ହେଲେ ଜଗତ କଲ୍ୟାଣ ପାଇଁ କାଳୀପୂଜାଠାରୁ ମା' ସପ୍ତମାତୃକା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ।

ଏଠାରେ ୭ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ବିଶ୍ବ ଶାନ୍ତି ମହାଯଜ୍ଞ ନେଇ ମଧ୍ୟ ପ୍ରସ୍ତୁତି ଶେଷ ହୋଇଛି । ସପ୍ତମାତୃକା ବେଶର ପ୍ରଥମ ଦିନ ମା' ବେଦମାତା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ । ଏହାପରେ ମହାକାଳୀ, ରାଜରାଜେଶ୍ୱରୀ, ସିଂହବାହିନୀ, ଜଗଦାତ୍ରୀ, ମହା ସରସ୍ବତୀ ଏବଂ ଶେଷରେ ମା' ମହାଲକ୍ଷ୍ମୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ । ୭ ଦିନ ଧରି ଏହି ପୀଠରେ ସପ୍ତମାତୃକା ବେଶ ସହ ମଙ୍ଗଳ ଆଳତି, ସଂକୀର୍ତ୍ତନ, ସତଚଣ୍ଡୀ ପାଠ, ଦୀପ ଯଜ୍ଞ ସହ ବିଶ୍ବ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବ । ଏନେଇ ସେବାୟତ କମିଟି, ଯଜ୍ଞ କମିଟି, ପ୍ରଶାସନ ଏବଂ ପୋଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି ସମାପ୍ତ ହୋଇଛି। ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ଜିଲ୍ଲା ସଭାପତି ହମ୍ମଦ ଅଲ୍ଲୀ ସବାର କହିଛନ୍ତି, "ଆମେ ସମସ୍ତେ ହିନ୍ଦୁ ମୁସଲମାନ ସମ୍ପ୍ରଦାୟ ମିଳିମିଶି ଏହି ପୂଜାକୁ ଉପଭୋଗ କରିଥାଉ ।"

ଏହା ବି ପଢନ୍ତୁ...କାଳୀପୂଜା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର, ପୂଜା ମଣ୍ଡପରେ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ବିଶେଷ କରି ଚରମ୍ପାର ପୂର୍ବତଟ ରେଳବାଇ କର୍ମଚାରୀଙ୍କ ପକ୍ଷରୁ ଅନୁଷ୍ଠିତ ହେଉଥିବା କାଳୀପୂଜା ଶହେ ବର୍ଷରେ ପଦାର୍ପଣ କରିଥିବାବେଳେ ଚରମ୍ପାର ଟ୍ରାଫିକ କାଳୀ ପୂଜା ମଣ୍ଡପ 97 ବର୍ଷରେ ପଦାର୍ପଣ କରିଛି । ତେଣୁ ପ୍ରସିଦ୍ଧ କାଳୀପୂଜାକୁ ମହାଡମ୍ବର ସହକାରେ ପାଳନ କରିବାକୁ ବିଶେଷ ଆୟୋଜନ କରାଯାଇଛି । ତେବେ PWI କାଳୀପୂଜା ମଣ୍ଡପ, ପଥର କାଳୀ ରେଲୱେ କର୍ମଚାରୀଙ୍କ ପକ୍ଷରୁ ପାଳନ କରାଯାଉଥିବାବେଳେ ରାଜଘାଟ କାଳୀ ପୂଜା ମଣ୍ଡପ, ସ୍କୁଲ ରୋଡ କାଳୀ ପୂଜା ମଣ୍ଡପ, ବିସାଣି ଖରିଦା କାଳୀ ପୂଜା ମଣ୍ଡପ, ଏରେଇ କାଳୀ ପୂଜା ମଣ୍ଡପ, ବିଶାନିଖରିଦା କାଳୀ ପୂଜା ମଣ୍ଡପ ପ୍ରମୁଖ ବିଭିନ୍ନ ପୂଜା କମିଟି ପକ୍ଷରୁ ମହାଡମ୍ବର ସହକାରେ ପାଳନ ହେବ ବୋଲି କହିଛନ୍ତି ପୂଜା କମିଟିର କର୍ମକର୍ତ୍ତା । ଟ୍ରାଫିକ କାଳୀପୂଜା ମଣ୍ଡପ ସହକାରୀ ସମ୍ପାଦକ ଯଦୁନାଥ କର କହିଛନ୍ତି, " ବିଶେଷ କରି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିବା ଆଲୋକ ସାଜସଜ୍ଜା ସହ ମିନାବଜାର, ଯାତ୍ରା, ପାର୍ଶ୍ଵମୂର୍ତ୍ତି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।"

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.