ETV Bharat / state

ଆଖଣ୍ଡଳମଣୀ ପୀଠ ବୁଲିଲେ ପାଣ୍ଡିଆନ, ଗୋବର ପାଣି ଛିଞ୍ଚିଲେ ସେବାୟତ

5T Chairman Visits Bhadrak: ଆଖଣ୍ଡଳମଣୀ ମନ୍ଦିର ପରିଦର୍ଶନ କଲେ ଭିକେ ପାଣ୍ଡିଆନ। ମନ୍ଦିରରେ ଗଙ୍ଗା ଜଳ ଛିଞ୍ଚନ କଲେ ସେବାୟତ । ଅଧିକ ପଢନ୍ତୁ

Akhandalamani servitors
ଆଖଣ୍ଡଳମଣୀ ପୀଠ
author img

By ETV Bharat Odisha Team

Published : Dec 29, 2023, 11:28 AM IST

Updated : Dec 29, 2023, 11:46 AM IST

Akhandalamani servitors

ଭଦ୍ରକ: କାମିଆ ଜାନିଙ୍କ ଶ୍ରୀମନ୍ଦିର ପ୍ରବେଶ ନେଇ ଥମୁନି ବିବାଦ । କାମିଆଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ କରାଇଥିବାରୁ ଭଦ୍ରକରେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ବିରୋଧ କରାଯାଇଛି । ଭଦ୍ରକ ଗସ୍ତରେ ଆସି ଭିକେ ପାଣ୍ଡିଆନ ବାବା ଆଖଣ୍ଡଳମଣୀ ମନ୍ଦିର ପରିଦର୍ଶନ କରିବା ପରେ ଏହାକୁ ନେଇ ସୃଷ୍ଟି ହୋଇଛି ବିବାଦ । ମନ୍ଦିରର ପବିତ୍ରତା ନଷ୍ଟ ହୋଇଥିବା ଅଭିଯୋଗ କରି ମନ୍ଦିରରେ ଗଙ୍ଗା ପାଣି ଏବଂ ଗୋବର ପାଣି ଛିଞ୍ଚନ କଲେ ବିଜେପି କର୍ମୀ ଓ ସେବାୟତ । କାମିଆ ଜାନିଙ୍କୁ ଜଗନ୍ନାଥ ମନ୍ଦିରରେ ପ୍ରବେଶ କରାଇ ଭାରତୀୟ ସଂସ୍କୃତି ଏବଂ ପରମ୍ପରାକୁ ପାଣ୍ଡିଆନ ନଷ୍ଟ କରିଛନ୍ତି ବୋଲି ଅଭିଯୋଗ କରି ଏପରି ପ୍ରତିବାଦ କରିଛନ୍ତି ବିଜେପି କର୍ମୀ । ଏନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।

ବୁଧବାର ଭଦ୍ରକ ଜିଲ୍ଲା ଗସ୍ତରେ ଆସିଥିଲେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଗସ୍ତ ସମୟରେ ପାଣ୍ଡିଆନ ଆଖଣ୍ଡଳମଣୀ ପୀଠରେ ବାବାଙ୍କ ଦର୍ଶନ କରିବା ସହିତ ମନ୍ଦିର ସୌନ୍ଦର୍ଯ୍ୟକରଣ ଲାଗି ମୁଖ୍ୟମନ୍ତ୍ରୀଙ୍କ ରୂପାନ୍ତରଣ ଯୋଜନାର ଦ୍ଵିତୀୟ ପର୍ଯ୍ୟାୟରେ 50 କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ପ୍ରକାଶ କରିଥିଲେ । ଏଥିସହ ସାଳନ୍ଦି ନଦୀ ଧାନଖଣିଆ ଫେରି ଘାଟରେ ସେତୁ ନିର୍ମାଣ ଲାଗି 80 କୋଟି, ମନ୍ତେଇ ନଦୀ ପଞ୍ଚୁଟିକ୍ରୀ ଫେରି ଘାଟରେ ସେତୁ ନିର୍ମାଣ ଲାଗି 50 କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ଜଣାଇଥିଲେ ।

ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଗମନାଗମନ, ସ୍ୱାସ୍ଥ୍ୟସେବା, ଶିକ୍ଷା ଓ ଧାର୍ମିକ ଅନୁଷ୍ଠାନର ଉନ୍ନତିକରଣ ପାଇଁ ପାଖାପାଖି 300 କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବା ସାଧାରଣରେ କହିଥିଲେ ପାଣ୍ଡିଆନ । ସେହିପରି ଆଗକୁ ଜିଲ୍ଲାରେ ଲକ୍ଷ୍ମୀ ବସ ସେବା ଆରମ୍ଭ ହେବା ନେଇ ମତ ରଖିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର ଉପସ୍ଥିତ ରହି ରୂପାନ୍ତର ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ । ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢନ୍ତୁ-ଶ୍ରୀମନ୍ଦିରରେ ପାଣ୍ଡିଆନ ଓ କାମିଆ ଜାନିଙ୍କ ଭିଡିଓ ବିବାଦ, ଉଭୟଙ୍କ ଗିରଫଦାରୀ ଦାବି କଲା ବିଜେପି

ପାଣ୍ଡିଆନ ଗସ୍ତ ଶେଷ କରି ଫେରିବା ପରେ ସୃଷ୍ଟି ହୋଇଛି ବିବାଦ । ପାଣ୍ଡିଆନଙ୍କ ଗସ୍ତ ପରେ ଆଖଣ୍ଡଳମଣୀ ପୀଠର ପବିତ୍ରତା ନଷ୍ଟ ହୋଇଥିବା ବିଜେପି କର୍ମୀ ଓ କେତେକ ସେବାୟତ ଅଭିଯୋଗ କରିଛନ୍ତି । ମନ୍ଦିରର ଶୁଦ୍ଧିକରଣ ପାଇଁ ଗୁରୁବାର ମନ୍ଦିର ପରିସରରେ ଗଙ୍ଗା ପାଣି ଏବଂ ଗୋବର ପାଣି ଛିଞ୍ଚନ କରିଥିଲେ ସେବାୟତ ଓ ବିଜେପି କର୍ମୀ । ଏଥିସହ ପାଣ୍ଡିଆନଙ୍କ ବିରୋଧରେ ନାରାବାଜି ମଧ୍ୟ ଦେଇଥିଲେ । କାମିଆ ଜାନିଙ୍କୁ ଜଗନ୍ନାଥ ମନ୍ଦିରରେ ପ୍ରବେଶ କରାଇ ଭାରତୀୟ ସଂସ୍କୃତି ଏବଂ ପରମ୍ପରାକୁ ପାଣ୍ଡିଆନ ନଷ୍ଟ କରିଛନ୍ତି ବୋଲି ଅଭିଯୋଗ କରି ପ୍ରତିବାଦ କରିଥିଲା ବିଜେପି ।

ଇଟିଭି ଭାରତ, ଭଦ୍ରକ

Last Updated : Dec 29, 2023, 11:46 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.