ETV Bharat / state

ଭଦ୍ରକରେ 5 ନୂଆ କରୋନା ପଜିଟିଭ ପରେ 39 ଗାଁ ସିଲ - ଭଦ୍ରକ ଜିଲ୍ଲା ପ୍ରଶାସନ

ଭଦ୍ରକରେ ନୂଆ 5 କୋବିଡ-19 ପଜିଟିଭ ଚିହ୍ନଟ ପରେ 39 ଗ୍ରାମକୁ ସିଲ କଲା ପ୍ରଶାସନ । ଅଧିକ ସୂଚନା ପାଇଁ ପଢନ୍ତୁ ...

the administration sealed  39 villages sealed In Bhadrak
ଭଦ୍ରକରେ ନୂଆ 5 କୋବିଡ-19 ପଜିଟିଭ ଚିହ୍ନଟ
author img

By

Published : Apr 21, 2020, 8:03 PM IST

ଭଦ୍ରକ: କିଛି ଦିନର ବ୍ୟବଧାନ ପରେ ପୁଣି ସୋମବାର ଦିନ ଭଦ୍ରକ ଜିଲ୍ଲା ରେ ବଢ଼ିଲା ଆକ୍ରାନ୍ତଙ୍କ ସଂଖ୍ୟା। ଗୋଟିଏ ଦିନରେ ବାସୁଦେବପୁର ଅଞ୍ଚଳରେ 3 ଜଣ ଓ ଭଣ୍ଡାରିପୋଖରୀ ଅଞ୍ଚଳରେ 2 ଜଣ କରୋନା ପଜିଟିଭ ଚି଼ହ୍ନଟ ହେବା ପରେ ସମ୍ପୃକ୍ତ ଅଞ୍ଚଳକୁ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ସିଲ କରିଦିଆଯାଇଛି।

ଭଦ୍ରକରେ ନୂଆ 5 କୋବିଡ-19 ପଜିଟିଭ ଚିହ୍ନଟ

ଭଣ୍ଡାରିପୋଖରୀ, ରହଣୀଆ ପଞ୍ଚାୟତ ଅଞ୍ଚଳର ସମସ୍ତ 11 ଟି ରାଜସ୍ବ ଗ୍ରାମ ଓ ତେସିଙ୍ଗା ପଞ୍ଚାୟତ ଅଞ୍ଚଳର ସମସ୍ତ 11 ଟି ରାଜସ୍ବ ଗ୍ରାମ ଗୁଡିକୁ ପ୍ରଶାସନ ପକ୍ଷରୁ ସିଲ କରି ଦିଆଯାଇଛି। ସେହିପରି ବାସୁଦେବପୁର, ପଦ୍ମପୁର ପଞ୍ଚାୟତ ଅଞ୍ଚଳର 4ଟି ରାଜସ୍ବ ଗ୍ରାମ, ଲକ୍ଷ୍ମୀଦାସପୁର ପଞ୍ଚାୟତ ଅଞ୍ଚଳର 8ଟି ଓ ବିନାୟକପୁର ପଞ୍ଚାୟତ ଅଞ୍ଚଳର 5ଟି ରାଜସ୍ବ ଗ୍ରାମକୁ ପ୍ରଶାସନ ସମ୍ପୂର୍ଣ୍ଣ ସିଲ କରାଯିବା ସହ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛି।

ଜିଲ୍ଲାର ଭଣ୍ଡାରିପୋଖରୀ ଓ ବାସୁଦେବପୁର ଅଞ୍ଚଳର 5ଟି ପଞ୍ଚାୟତ ଅନ୍ତର୍ଗତ ମୋଟ 39ଟି ରାଜସ୍ବ ଗ୍ରାମ ଏବେ ସମ୍ପୂର୍ଣ୍ଣ ସଟ ଡାଉନ। ଅଦ୍ୟାବଧି ଜିଲ୍ଲାରେ ମୋଟ 8 ଜଣ କରୋନା ପଜିଟିଭଙ୍କ ମଧ୍ୟରୁ 2 ଜଣ ସୁସ୍ଥ ହୋଇ ଭଦ୍ରକ ଫେରିବା ପରେ ଜିଲ୍ଲା ପ୍ରଶାସନ ନଜରରେ ଅଛନ୍ତି। ଅନ୍ୟପକ୍ଷରେ ଭଣ୍ଡାରିପୋଖରୀ ଓ ବାସୁଦେବପୁର ଅଞ୍ଚଳରେ 5ଟି ମେଡିକାଲ ଟିମ ପହଞ୍ଚି ଆକ୍ରାନ୍ତଙ୍କ ସଂସ୍ପର୍ଷ ଆସିଥିବା ଲୋକଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିବା ସହ ନମୁନା ସଂଗ୍ରହ ପ୍ରକ୍ରିୟା ଚଲାଇଛନ୍ତି।

ଭଦ୍ରକରୁ ଦେବାଶୀଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.