ETV Bharat / state

ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଦୁଇ ଅଟକ

ଭଦ୍ରକରୁ ବିପୁଳ ପରିମାଣର ବ୍ରାଉନସୁଗାର । ଘଟଣାରେ ଦୁଇ ଜଣଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ...

ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ, ଦୁଇ ଅଟକ
ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ, ଦୁଇ ଅଟକ
author img

By

Published : Apr 21, 2021, 6:50 PM IST

ଭଦ୍ରକ: ଜିଲ୍ଲାରୁ ପୁଣି ଜବତ ହେଲା ବିପୁଳ ପରିମାଣର ବ୍ରାଉନସୁଗାର । 310 ଗ୍ରାମର ବ୍ରାଉନସୁଗାର ଜବତ ସହ ଦୁଇ ଜଣଙ୍କୁ କାବୁ କରିଲା ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ । ଭଦ୍ରକ ଜିଲ୍ଲା ଦେଇ ଯାଇଥିବା 16 ନମ୍ବର ଜାତୀୟ ରାଜପଥର ରାଣୀତାଲ ଠାରେ ଯାଞ୍ଚ ସମୟରେ ଜବତ ହୋଇଛି ଏହି ବ୍ରାଉନସୁଗାର । ଏଥିସହ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ମଟର ସାଇକେଲ, ଦୁଇଟି ମୋବାଇଲ ଓ କିଛି ନଗଦ ଟଙ୍କା ଜବତ ହୋଇଛି ।

ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ, ଦୁଇ ଅଟକ

ଖବର ଅନୁଯାୟୀ, ଜଳେଶ୍ଵରରୁ ଭଦ୍ରକ କିଛି ବ୍ରାଉନସୁଗାର ଚାଲାଣ ହେଉଥିବା ନେଇ ପୋଲିସ ଖବର ପାଇଥିଲା । ଯାହାକୁ ଆଧାର କରି ରାଣୀତାଲ ଠାରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ନାକାବନ୍ଦି କରିବା ସହ ସମସ୍ତ ଗାଡିକୁ ଅଟକାଇ ତଲାସି ଅଭିଯାନ ଜୋରଦାର କରିଥିଲା । ଏହି ତଲାସି ସମୟରେ ବାଲେଶ୍ବର ପଟୁ ଏକ ନମ୍ବର ବିହୀନ ମଟର ସାଇକେଲକୁ ତଲାସି ପାଇଁ ଅଟକାଇଥିଲା ପୋଲିସ । ହେଲେ ଜଣେ ଘଟଣାସ୍ଥଳରୁ ଫେରାର ଚମ୍ପଟ ମାରିଥିଲା । ତେବେ ଏହି ଗାଡିର ତଲାସି ପରେ ସେଥିରେ ଥିବା ଅନ୍ୟ ଦୁଇ ଜଣଙ୍କ ନିକଟରୁ 310 ଗ୍ରାମ ଓଜନର ବ୍ରାଉନସୁଗାର ପୋଲିସ ଜବତ କରିଥିବା ଜଣାପଡିଛି । ଫେରାର ହୋଇଯାଇଥିବା ଅଭିଯୁକ୍ତକୁ ଖୁବଶୀଘ୍ର ଗିରଫ କରିବା ପାଇଁ ପୁଲିସ ପକ୍ଷରୁ ତଦନ୍ତ କରାଯାଉଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.