ETV Bharat / state

ବାଉଁଶରେ ପିଟିପିଟି ସ୍ତ୍ରୀକୁ ହତ୍ୟା କଲା ନୃଶଂସ ସ୍ବାମୀ

ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧିନସ୍ଥ ଜଳମଣ୍ଡୁଆ ଗ୍ରାମରେ ଅଘଟଣ । ସାତ ଜନ୍ମ ପାଇଁ ପ୍ରତିଶ୍ରୁତି ଦେଇ ହାତ ଧରିଥିବା ସ୍ତ୍ରୀକୁ ବାଉଁଶରେ ପିଟିପିଟି ହତ୍ୟା କଲା ନୃଶଂସ ସ୍ବାମୀ । ଅଧିକ ପଢନ୍ତୁ...

author img

By

Published : Jun 16, 2020, 9:19 PM IST

A husband killed her wife with a bamboo stick
ବାଉଁଶରେ ପିଟିପିଟି ସ୍ତ୍ରୀକୁ ହତ୍ୟା କଲା ନୃଶଂସ ସ୍ବାମୀ

ଭଦ୍ରକ: ନିଶାସକ୍ତ ସ୍ଵାମୀର ଉନ୍ମତ୍ତକାଣ୍ଡ । ସାତ ଜନ୍ମ ପାଇଁ ପ୍ରତିଶ୍ରୁତି ଦେଇ ହାତ ଧରିଥିବା ସ୍ତ୍ରୀକୁ ବାଉଁଶରେ ପିଟିପିଟି ହତ୍ୟା କଲା ନୃଶଂସ ସ୍ବାମୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧିନସ୍ଥ ଜଳମଣ୍ଡୁଆ ଗ୍ରାମରେ ।

ସୂଚନାନୁଯାୟୀ, ସାମାନ୍ୟ ପାରିବାରିକ ଘଟଣାକୁ କେନ୍ଦ୍ର କରି ମଦ୍ୟପ ସ୍ଵାମୀ କାର୍ତ୍ତିକ ଜେନା ଏକ କାଠ ଫାଳିଆରେ ସ୍ତ୍ରୀ ସସ୍ମିତାଙ୍କୁ ମାଡ ମାରିଥିଲା । ହେଲେ ମାଡ ମାରି ମନ ଶାନ୍ତ ହୋଇନଥିଲା ନୃଶଂସ କାର୍ତ୍ତିକର । ଏହା ପରେ ଏକ ବାଉଁଶରେ ମାରିଥିଲା । ଫଳରେ ସସ୍ମିତା ସଂଜ୍ଞାହୀନ ହୋଇ ତଳେ ପଡିଯାଇଥିଲେ । ପରେ ସେ ନିଜେ ତା' ସ୍ତ୍ରୀକୁ ଏକ ଅଟୋ ଭଡାରେ ନେଇ ଡାକ୍ତରଖାନାକୁ ଆଣିଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମେଡିକାଲରୁ ଖବର ପାଇ ପୋଲିସ ଅଭିଯୁକ୍ତ କାର୍ତ୍ତିକକୁ ଅଟକ ରଖିଥିବା ସୂଚନା ମିଳିଛି । ପଚାରଉଚରା ସମୟରେ ଅଭିଯୁକ୍ତ କାର୍ତ୍ତିକ ସମ୍ପୂର୍ଣ୍ଣ ଘଟଣା କହିଛି ।

ଅନ୍ୟପଟେ ମୃତ ସସ୍ମିତାଙ୍କ ମା' ଧାମନଗର ଥାନାରେ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ନେଇ ଲିଖିତ ଅଭିଯୋଗ କରିଛନ୍ତି । ହେଲେ ପୋଲିସ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.